ହେଡଲାଇନସ୍:

ଓଲା ୟୁବେର କୁ ଟକ୍କର ଦବ "ଓଡିଶା ଯାତ୍ରୀ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଓଡିଶା ରେ ଟ୍ରାଏଲ ଲଞ୍ଚ ହେଲା "ଓଡିଶା ଯାତ୍ରୀ" ଆପ, ଆଜିଠୁ ଅନବୋର୍ଡ ହେଲା | ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଖୁବଶୀଘ୍ର ବିଧିବଦ୍ଧ ଭାବେ ହେବ ଲୋକାର୍ପିତ | ଓଲା ୟୁବେର ଭଳି ମିଳିବ ଯାତ୍ରୀ ସେବା | ମୋବାଇଲ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କରିପାରିବେ ଏହି ଆପ | ପ୍ରଥମ ପର୍ଯ୍ୟାୟରେ  ବାଇକ, ଅଟୋ ଓ ଟାକ୍ସି ବୁକିଂ ବ୍ୟବସ୍ଥା ହୋଇଥିବା ବେଲେ ପରବର୍ତ୍ତୀ ସମୟରେ ଏହାର କଳେବର ବୃଦ୍ଧି ହେବ |
ଏହା ଓଡିଶା ସରକାର ଙ୍କ ଦ୍ୱାରା ପରିଚାଳିତ ହେବ | ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହେବାକୁ ଥିବାରୁ ଏହା ଭରସା ଯୋଗ୍ୟ ଓ ସୁଲଭ ଦରଯୁକ୍ତ ହେବ |
କିଛି ବର୍ଷ ପୂର୍ବରୁ ଏହାକୁ ନେଇ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ | " ମୋ କ୍ୟାବ" ନାମରେ ଚାଲିବାର ପରିକଳ୍ପନା ଥିଲାବେଳେ ଏବେ ସରକାର ପରିବର୍ତ୍ତନ ପରେ "ଓଡିଶା ଯାତ୍ରୀ" ନାମରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି |

 

0
0
0
s2sdefault