ହେଡଲାଇନସ୍:

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ପାଳିତ: ସ୍ଵଚ୍ଛତା ନେଇ ସଚେତନତା ରାଲି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ମହାଡମ୍ବରରେ ପାଳିତ ହୋଇଯାଇଛି।ଏହି ଅବସରରେ ବିଶ୍ୱବିଦ୍ୟାଳୟର ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କୁଳପତି ପ୍ରଫେସର ଏ ଭି ଏନ ଏଲ ଶର୍ମା ପୁଷ୍ପମାଲ୍ୟ ଅର୍ପଣ କରି ମହାତ୍ମାଗାନ୍ଧୀଙ୍କ ଆଦର୍ଶ ଜୀବନ ଓ ଚିନ୍ତାଧାରାକୁ ଅପଣାଇବା ପାଇଁ ଉପଦେଶ ଦେଇଥିଲେ। ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ଇଞ୍ଜିନିୟରିଂ ର ଡିନ ପ୍ରଫେସର ଏ.ବି.ଶ୍ରୀନିବାସ ରାଓ, ପରୀକ୍ଷା ନିୟନ୍ତ୍ରକ ଡ ପି ବିଜୟ କୁମାର ସମେତ ସମସ୍ତ ବିଭାଗ ବିଭାଗୀୟ ମୁଖ୍ୟ, ପ୍ରଫେସର୍, ଅଧ୍ୟାପକ, ଅଧ୍ୟାପିକା ଛାତ୍ର ଛାତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।ଜାତୀୟ ସେବା ଯୋଜନା ର ଆବାହକ ବାଣୀ ପ୍ରସାଦ ନାୟକ, ଘାନିଷ୍ଟା ପୃଷ୍ଟି, ସଦସ୍ୟ ପ୍ରମୋଦ ରଞ୍ଜନ ପଣ୍ଡା, ଗୋପାଳ କୃଷ୍ଣ ମହନ୍ତ, ଧୂମେଶ୍ ମେହେର , ଡ.ନିଶିତ୍ ଦାସ,କ୍ରୀଡା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୁଳପତିଙ୍କ ଦ୍ଵାର ସ୍ଵଚ୍ଛତା ପାଇଁ ଏକ ଶପଥ ପାଠ କରାଇଥିଲେ । ପରେ ସ୍ବଚ୍ଛତା ନେଇ ଏକ ସଚେତନତା ରାଲି କ୍ୟାମ୍ପସରେ ଆୟୋଜନ କରାଯିବା ସହ କ୍ୟାମ୍ପସରେ ସଫେଇ କରାଯାଇଥିଲା।

 

0
0
0
s2sdefault