ହେଡଲାଇନସ୍:

ଦାଦନ ହୋଇ ଯାଇଥିଲେ , ଶବ ହୋଇ ଫେରିଲେ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ଥାନା ରାଇସଲପଦର ଗାଁ ର କେଶବ ତରିଆ ବୟସ ୫୭ ଯାଇଥିଲେ ଦାଦନ ଫେରିଲା ମୃତ ଦେହ । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଏହି ପଞ୍ଚାୟତ ରୁ ହଜାର ହଜାର ସଂଖ୍ୟାରେ ଯାଇଥିଲେ ଆନ୍ଦ୍ର, ତାମିଲ ନାଡୁ । ଏହି ଅଞ୍ଚଳ ଏକ ଦାଦନ ପ୍ରବଣ ଅଞ୍ଚଳ ତଥାପି କାର୍ଯ୍ୟ ଯୋଗାଇବାରେ ବିଫଳ ପ୍ରଶାସନ । ଫଳରେ ଆନ୍ଧ୍ର ମୁହାଁ ଲୋକେ । ମନରେଗାରେ ପୂର୍ବତନ ରାଜ୍ୟ ସରକାର ନବୀନ ପଟ୍ଟନାୟକ ୩୦୦ ଦୀନ କାମ ଯୋଗାଇବା ପ୍ରତିଶୃତି ସମ୍ପୂର୍ଣ୍ଣ ମିଛ ଥିଲା ସେହି ପ୍ରତିଶୃତି ପାଲଟିଲା ପ୍ରତାରଣା । ୩୦୦ ଦୀନ ବଦଳରେ ୧ ମାସ ମଧ୍ଯ କାମ ହୋଇନି ଯାହା ଫଳରେ ଭିଟା ମାଟି ଛାଡ଼ି ଦାଦନ ଗଲେ ଲୋକେ । ତେବେ ମୃତ ଦାଦନ ଶ୍ରମିକ କେଶବ ତରିଆ ନିଜ ପୁଅ ନାଁରେ ଥିବା ଖେତ ପୋଖରୀ ଆର୍ଥିକ ବର୍ଷ ୨୦୨୧-୦୨୨ ପାଇଁ ୱର୍କ କୋଡ ୧୦୭୬୮୧୧୨ ରେ ଖୋଲା ଯାଇଥିଲା କିନ୍ତୁ କାମ ନ ମିଳିବାରୁ ପରିବାର ଭରଣ ପୋଷଣ ପାଇଁ ବାଧ୍ୟ ହୋଇ ଆନ୍ଧ୍ର ମୁହାଁ ହୋଇଥିଲେ ହେଲେ କିଛି ମାସ କାମ କରିବା ପରେ ସେଇଠି ଦେହ ଅସୁସ୍ଥ ହେବା ପରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଆଜି ଘରକୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ମୃତ ଦେହ ଫେରିଛି । ସେପଟେ ଗାଁରେ ଏକ ଶୋକା କୋଳ ପରିବେଶ ଖେଳିଯାଇଛି । କେଶବ ତରିଆ ଓରଫ ମକାରୁ ତରିଆ ସେ ଜଣେ କୀର୍ତ୍ତନ ଓ କର୍ମା ର ଗାୟକ ଥିଲେ । ଘରର ମୂରବୀ ତଥା ପରିବାରର ମୁଖିଆ । ସେ ଏକା ତାଙ୍କ ପରିବାର ସମ୍ଭାଳି ଥିଲେ । ଏବେ ପରିବାର ର ବୋଝ ବଢ଼ି ଯାଇଛି । ଏନେଇ ପରିବାର ପକ୍ଷରୁ ଓ ଗ୍ରାମବାସୀ ପକ୍ଷରୁ ସରକାରୀ ସହାୟତା ପାଇଁ ଦାବୀ ହୋଇଛି ।

0
0
0
s2sdefault