ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ପବିତ୍ର ଗୁରୁ ଦିବସ ଅବସରରେ ଗୁଣୁପୁର ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପାଳିତ ହେଲା ଗୋଷ୍ଠି ସ୍ତରୀୟ ଗୁରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭା ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ନେଇ ହୋଇଥିଲା ଏହି ସମ୍ବର୍ଦ୍ଧନା ସଭା। ଏହି ସଭାରେ ଶିକ୍ଷକ ମାନେ ନିଜର ଶିକ୍ଷକତା ଜୀବନରେ ବିତିଯାଇଥିବା ଦିନ ଆଉ ସେହି ସମୟର ଅନୁଭୁତି କୁ ଅଭିଭାଷଣ ଦେଇ ମତ ପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ୨୨ ଜଣ ଅବସର ପ୍ରାପ୍ତ ଶିକ୍ଷକ ଙ୍କୁ ଉପଢୌକନ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମ କୁ ଗୋଷ୍ଠୀ ଶିକ୍ଷାଧିକାରୀ ଓ ସାଧନ ସଂଯୋଜକ ମାନଙ୍କ ଦ୍ଵାରା ଏହି ସଭା ଅନୁଷ୍ଠିତ ହଇଥିଲା। ଏହି ସଭା ରେ ମଞ୍ଚାସିନ ଅଥିତି ମୁଖ୍ୟ ଅଥିତି ଭାବେ ହେମାନନ୍ଦ ବରିହା, ସମ୍ମାନିତ ଅଥିତି ଭାବେ ସୁବାଷ ଚନ୍ଦ୍ର ଶବର, ମୁଖ୍ୟ ବକ୍ତା ଜଗନ୍ନାଥ ପଟ୍ଟନାୟକ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଲଷ୍ମୀ ବେହେରା ଥିବା ବେଳେ ସାଧନ ସଂଯୋଜକ ମଧ୍ୟରେ ଦିଲ୍ଲୀପ ପାଣିଗ୍ରାହୀ, ସଂଜୀବ ପଟ୍ଟନାୟକ, ଏମ୍ କେଶବ ରାଓ, ତିରୁପତି ଗୌଡ଼, ନାରମ ଚନ୍ଦ୍ର ମଉଳି, କେ.ପ୍ରବୀଣ କୁମାର ରାଜୁ, ଶିବ ପ୍ରସାଦ ବାଉରୀ, ରାମ ପ୍ରସାଦ ବାଉରୀ, ଦୁର୍ଯ୍ୟୋଧନ ଭଦ୍ରିକା, ଗୋପିନାଥ ପଣ୍ଡା,ଶିବ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଜିର ଏହି ଗୋଷ୍ଠୀ ସ୍ତରୀୟ ଗୁରୁ ସମ୍ବର୍ଦ୍ଧନା ସଭା କୁ ସୂଚାରୁ ରୂପେ ପାଳନ କରିଥିଲେ।