ହେଡଲାଇନସ୍:

ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଚକୋଟିଆ ଭୁଞ୍ଜିଆ ମାନଙ୍କ ଉନ୍ନତି ପାଇଁ ସୁନାବେଡା ରେ ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା ଜିଲ୍ଲା ରୁ କଳୀମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ, ଜନମନ ଯୋଜନାରେ ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ଆଦିବାସୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି l ଏହି କ୍ରମରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ ଅଧ୍ୟକ୍ଷତାରେ ସୁନାବେଡା ରେ ଜନମନ ଯୋଜନା ର କାର୍ଯ୍ୟାନ୍ୱୟନ ପାଇଁ ଏକ ଶିବିର ଅନୁଷ୍ଠିତ ହୋଇଯାଇଛି l ଚକୋଟିଆ ଭୁଞ୍ଜିଆ ଉନ୍ନୟନ କର୍ତୃପକ୍ଷ ବିଜୟା ନନ୍ଦ ମଲ୍ଲିକ ଙ୍କ ଦ୍ୱାରା ଆୟୋଜିତ ସଭାରେ ଜିଲ୍ଲାପାଳ କହିଲେ ଯେ ସୁନାବେଡା ଅଂଚଳରେ ଚକୋଟିଆ ଭୁଞ୍ଜିଆ ଜନଜାତି ଆଦିବାସୀ ଏଯାଏଁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇନାହାନ୍ତି l ଏହି ଜନମନ ଯୋଜନାରେ ସରକାରଙ୍କ ଦ୍ୱାରା ସମସ୍ତଙ୍କୁ ପକ୍କାଘର, ଘରକୁ ନଳପାଣି, ବିଜୁଳି ଯୋଗାଇ ଦିଆଯିବ l ପ୍ରତି ଗାଁକୁ ଭଲ ରାସ୍ତା, ସ୍ୱାସ୍ଥ୍ୟ ଓ ଶିକ୍ଷା, ଟେଲିଯୋଗାଯୋଗ ସୁବିଧା କରାଯିବ l ଯୁବକ ଯୁବତୀ ମାନଙ୍କୁ ଧନ୍ଦା ମୂଳକ ଶିକ୍ଷା ଦିଆଯିବ lବିଭିନ୍ନ ବିଭାଗ ତରଫରୁ ଉପଲବ୍ଧ ସୁବିଧା ସୁଯୋଗ ସମସ୍ତ ପରିବାର ତଥା ସଦସ୍ୟ ଙ୍କ ପାଖରେ ପହଞ୍ଚାଇ ସମସ୍ତଙ୍କୁ ଏକ ଉନ୍ନତ ଜୀବନ ଧାରା ରେ ସାମିଲ କରାଯିବ l
ଜନ କଲ୍ୟାଣକାରୀ ଯୋଜନାରୁ ଏମାନଙ୍କ ମଧ୍ୟରୁ ଜଦି କୌଣସି ବ୍ୟକ୍ତି ବଞ୍ଚିତ ଅଛନ୍ତି, ତାହେଲେ ଏଇ ସୁବିଧା ସବୁ ସେମାନଙ୍କ ଦ୍ୱାର ଦେଶରେ ପହଞ୍ଚାଇ ଦିଆଯିବ l
ସୁନାବେଡା ରେ ଶିବିର ମାଧ୍ୟମରେ ହିତାଧିକାରୀ ମାନଙ୍କୁ ଆଧାର କାର୍ଡ, ଖାଉଟି କାର୍ଡ, ଜନଧନ ଆକାଉଣ୍ଟ, ଜନ୍ମ ଓ ବାସିନ୍ଦା ପ୍ରମାଣ ପତ୍ର ଯୋଗାଇଦିଆଯାଇଥିଲl ରୋଗ ନିରୂପଣ ଏବଂ ଆଶୁ ଚିକିତ୍ସା ପାଇଁ ଭ୍ରମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ଯାଇଥିଲା l ଲୋକେ ଏବେ ପ୍ରଶାସନ ପାଖକୁ ଜିବେନାହିଁ, ବରଂ ପ୍ରଶାସନ ଲୋକଙ୍କ ଦ୍ୱାର ଦେଶରେ ସବୁ ସୁବିଧା ଯୋଗାଇ ଦେବ l ଏହି ଅବସରରେ ଜିଲ୍ଲପାଳ ଏହି ସମ୍ପ୍ରଦାୟର ସମ୍ମାନିତ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l
ଆଜିର ଏହି ସଭାରେ ଜିଲ୍ଲାପାଳ ଙ୍କ ସହିତ ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଡ଼ିଏଫ ଓ ମହାଦେବ ବଡାଇକ, ଜିଲ୍ଳା କୃଷି ଅଧିକାରୀ ବାବୁଲି ଚରଣ ସେଠି, ସୁନାବେଡା ସରପଞ୍ଚ ରଜନୀ ଜଗତ, ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଜେନା, ବିଡ଼ିଓ, ତହସିଲଦାର କୋମନା, ଜିଲ୍ଳା ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇ, ଡିଇ ଜିଏମ ବୀରେନ୍ଦ୍ର ସିଂହ ଦଣ୍ଡସେନା,ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ

0
0
0
s2sdefault