ହେଡଲାଇନସ୍:

ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ମହାସମାରୋହରେ ପାଳନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଵଲାଙ୍ଗୀର : ଆଜି ଵଲାଙ୍ଗୀର ପୌର ପରିଷଦ ଆନୁକୂଲ୍ୟରେ ସ୍ୱାୟତ ଶାସନ ଦିବସ ମହା ମହାସମାରୋହରେ ପାଳନ ହୋଇଯାଇଛି।ଏନେଇ ଆଜି ଵଲାଙ୍ଗୀର ପୌର ପରିଷଦ କାର୍ଯ୍ୟଳୟ ପରିସରରେ କାର୍ଯ୍ୟଳୟର ସମସ୍ତ କାର୍ଯ୍ୟକର୍ତ୍ତା, ସମସ୍ତ କତୃବୃନ୍ଦ ସଦସ୍ୟ,ବିଭିନ୍ନ ଏସଏଚଜି, ଗ୍ରୁପର ମହିଳା ସହ ସହରର ବୁଦ୍ଧିଜୀବୀ, ଓ ସର୍ଵ ସାଧାରଣ ସାମିଲ ହୋଇଛନ୍ତି।ତେବେ ପୋୖରାଧକ୍ଷା ଲିକାସାହୁ ଓ ବିଶ୍ବମ୍ବର ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ ସ୍ୱୟଂ ଶାସିତ ଦିବସ ପାଳନ ଅବସରରେ ଶ୍ରୀମତୀ ଲିକା ସାହୁ ଜାତୀୟ ପତାକା ଉତ୍ତୋଳନ କରିବା ସହ ପୌର ପରିଷଦର କାର୍ଯ୍ୟ ଓ କାର୍ଯ୍ୟ କରିବାର ଦକ୍ଷତା ଉପରେ ନିଜ ଅଭିବାଦନ ରଖିଥିଲେ। ସେହିପରି କାର୍ଯ୍ୟଳୟର ସମସ୍ତ ସଦସ୍ୟ ଏସଏଚ ଜି, ମହିଳା ଓ ଶତାଧିକରୁ ଉର୍ଦ୍ଧ୍ବ ସଂଖ୍ୟାରେ ଉପସ୍ଥିତ ଥିବା ସଦସ୍ୟ ସହର ପରିକ୍ରମା କରି ଏକ ସୁସନ୍ଦେଶର ବାର୍ତ୍ତା ଦେଇଛନ୍ତି। ଆଜିର ଦିନକୁ ମହା ଆଡମ୍ବର ସହ ପାଳନ କରି ପୌର ପରିଷଦ ପକ୍ଷରୁ ଅନେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା।ଟାଉନ ବୟଜ ହାଇସ୍କୁଲ ପରିସରରେ ପୌର ପରିଷଦ ଏକାଦଶ ଓ କାଉନଶିଲ ଏକାଦଶ ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯାହା ଥିଲା ଗୋଟେ ଭାଇ ଚାରର ଗୋଟେ ନିଆଁରା ଚିତ୍ର। ସମସ୍ତ ଙ୍କ ମଧ୍ୟରେ ଅନେକତାରେ ଏକତାର ଆନ୍ତରିକ ମନୋଭାବ ସ୍ପଷ୍ଟ ବାରି ହୋଇପଡୁଥିଲା। ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଉତ୍ସମାନ ଭବନ ରେ ଭର୍ଚୁଏଲ ମୋଡ଼ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସହର ରାଜ୍ୟ ଜିଲ୍ଲା ର ସମସ୍ତ ଜନସାଧାରଣ ଙ୍କୁ ଏପ୍ରଯ୍ୟନ୍ତ ଦେଇଥିବା ସହଯୋଗ ସମର୍ଥନ କୁ ନେଇ ଧନ୍ୟବାଦ ଜଣାଇଛନ୍ତି। ତେବେ ନୂତନ ସରକାର ଜନସାଧାରଣ ଙ୍କ ପାଇଁ ସଦାସର୍ବଦା ରହିଛି ରହିବ ଓ ଆଗକୁ ମଧ୍ୟ ଜନ ହିତରେ ଅନେକ ଯୋଜନା ସହ ସର୍ଵ ସାଧାରଣ ଙ୍କ ହିତାକାଂକ୍ଷୀ ସାବ୍ୟସ୍ତ ହେବା ନେଇ ସୂଚିତ କରିଛନ୍ତି। ସେପଟେ ଵଲାଙ୍ଗୀର ପୌର ପରିଷଦ ର ସମସ୍ତ କାର୍ଯ୍ୟ ସଦସ୍ୟ ଙ୍କୁ ମଧ୍ୟ କର୍ତ୍ତବ୍ୟ ନିଷ୍ଠା ଓ କାର୍ଯ୍ୟ ରେ ତପ୍ତରତା ରହି ଆଗକୁ ଲୋକଙ୍କ ସେବା ମନୋବୃତି ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି।

0
0
0
s2sdefault