ହେଡଲାଇନସ୍:

ଭଞ୍ଜନଗର ଏନ୍.ଏ.ସି ରେ ସ୍ୱାୟତ୍ତ ଶାସନ ଦିବସ ଉତ୍ସବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପାଳନ ହୋଇଛି ସ୍ୱାୟତ୍ତ ଶାସନ ଦିବସ ଉତ୍ସବ। ଆଜି ଅର୍ଥାତ୍ ଅଗଷ୍ଟ ମାସ ୩୧ ତାରିଖ ଶନିବାର ୨୦୨୪ ହେଉଛି ସ୍ୱାୟତ୍ତ ଶାସନ ଦିବସ ଉତ୍ସବ। ପ୍ରତିବର୍ଷ ଏହି ଉତ୍ସବ କୁ ବହୁ ଉତ୍ସାହ ଓ ଉଦ୍ଦୀପନା ରେ ପାଳନ କରିଆସୁଅଛି ଭଞ୍ଜନଗର ଏନ୍.ଏ.ସି। ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଆନୁକୁଲ୍ୟରେ ଆଜି ନିଖିଳ ଭାରତ ସ୍ଵାୟତ ଶାସନ ଦିବସ ଉତ୍ସବ ପାଳନ ହୋଇଛି।

କଳା ସାହିତ୍ୟ ଓ ସଂସ୍କୃତିର ସହର ଭାବେ ପରିଚିତ ବହୁ ପୁରାତନ ଏହି ଏନ୍ ଏ ସି ବି ବିଜ୍ଞାପିତ ଅଞ୍ଚଳ ପରିଷଦ ୧୯୫୭ ମସିହାଠାରୁ ଗଠନ ହୋଇ କାର୍ଯ୍ୟକ୍ଷମ ହୋଇଅଛି। ଭଞ୍ଜନଗର ଏନ୍.ଏ.ସି ମଧ୍ୟରେ ରସଲକୋଣ୍ଡା ବା ଗାନ୍ଧି କୈଳାସ ପାହାଡ଼ ଓ ପ୍ରବାହିତ ଲୋହରାଖଣ୍ଡି ନଦୀ ଏହି ଏନ୍.ଏ.ସି କୁ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଛି। ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ସ୍ଵାୟତ ଶାସନ ଦିବସ ପାଳନ ଅବସରରେ ପୂର୍ବ ନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପ୍ରାତଃ ସମୟରେ ସହରରେ ରାମ୍ ଧୁନ୍ ପ୍ରଚାର କରାଯାଇଥିଲା। ସକାଳ ଆଠ ଘଣ୍ଟିକା ତିରିଶି ମିନିଟ୍ (୮:୩୦) ସମୟରେ କାର୍ଯ୍ୟାଳୟ ପରିସରରେ ଜାତୀୟ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା। ଏହି ପତାକା କୁ ଉତ୍ତୋଳନ କରିଥିଲେ ୧୪ ନମ୍ବର ଉଆର୍ଡ ର ବୟୋଜ୍ୟେଷ୍ଠ କାଉନସିଲର ଶ୍ରୀ ଶିବରାମ ନାଇକ। ଏଠାରେ ଉପସ୍ଥିତ ଥିଲେ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମୁରଲୀ କୃଷ୍ଣ ପଣ୍ଡା, ଭଞ୍ଜନଗର ସାଂସଦ ପ୍ରତିନିଧି ଶ୍ରୀ ସନ୍ତୋଷ କୁମାର ତିଆଡି, କାର୍ଯ୍ୟକର୍ତ୍ତା ଙ୍କ ମଧ୍ୟରେ କନିଷ୍ଟ ଯନ୍ତ୍ରୀ ସୁବ୍ରତ କୁମାର ମହାପାତ୍ର, କୋଷାଧ୍ୟକ୍ଷ କୁନା ସେଠୀ, ସିଏମ୍ଏମ୍ ସୁବ୍ରତ କୁମାର ମହାନ୍ତି, ମୁଖ୍ୟ ସହଯୋଗୀ ମିଲନ୍ ମହୋନ ମୁର୍ମୁ, ସୁଶାନ୍ତ କୁମାର ମିଶ୍ର, ବବିତା କୁମାରୀ ନାୟକ, ସୁନିତା ପ୍ରିୟଦର୍ଶିନୀ ସହିତ ଅନ୍ୟମାନେ। ଏହା ସହିତ ବିଭିନ୍ନ ରକ୍ଷଣ ଶିଳ କର୍ମଠ ସଫେଇ କର୍ମଚାରୀ ଓ ୭ ନମ୍ବର ୱାର୍ଡ ର କାଉନସିଲର ପି.ପ୍ରସାନ୍ତ କୁମାର ରାଓ ଙ୍କ ସହିତ ଅନ୍ୟ କିଛି କାଉନସିଲର। ପରେ ପରେ ଭଞ୍ଜନଗର ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ, ଉପଖଣ୍ଡ ଚିକିତ୍ସାଳୟ ରେ ରୋଗି ମାନଙ୍କୁ ଫଳ ବଣ୍ଟନ ଏବଂ ଭିଡିଓ କନଫରେନ୍ସି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ସହିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ରେ ସମସ୍ତେ ଯୋଗଦାନ କରିଥିଲେ।
ଏହା ସହିତ ଭଞ୍ଜନଗରସ୍ଥ ଟାଉନ୍ ହଲ୍ ଠାରେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଏକ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ମୂଖ୍ୟ ଅତିଥି ରୂପେ, ସମ୍ମାନୀତ ଅତିଥି ରୂପେ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନୀଲ କୁମାର ସେଠୀ, ତହସିଲଦାର ଶ୍ରୀଯୁକ୍ତ ଉମାଶଙ୍କର ବେହେରା, ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମନ୍ମଥ କୁମାର ନାୟକ, ଭଞ୍ଜନଗର ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ସନ୍ତୋଷ କୁମାର ତିଆଡି, ଉପାଧ୍ୟକ୍ଷା ଶ୍ରୀମତୀ ଶୁଭଶ୍ରୀ ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମୁରଲି କୃଷ୍ଣ ପଣ୍ଡା ଓ ପରିଷଦର ଅନେକ ସଭ୍ୟ ସଭ୍ୟା ମଞ୍ଚାସିନ ଥିଲେ। ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା ମାନେ ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରିବା ସହିତ କାର୍ଯ୍ୟନିର୍ବାହୀ ଅଧିକାରୀ ସହରରେ ନୂତନ ଓ ପୁରାତନ କାର୍ଯ୍ୟର ଧାରା ବିବରଣୀ ପାଠକରି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏଥିରେ ବିଭିନ୍ନ ସଂଗିତ ନୃତ୍ୟ ଅନୁଷ୍ଠାନ ର କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଶେଷରେ ମୂଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନଙ୍କ ଦ୍ଵାରା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହିତ, କେତେକ କାର୍ଯ୍ୟକର୍ତ୍ତା ଙ୍କୁ ସେମାନଙ୍କ ମହନୀୟ ଓ ନିଷ୍ଠାପର କାର୍ଯ୍ୟ ନିମନ୍ତେ ମଞ୍ଚରେ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିଲା। ପରିଶେଷରେ ସମସ୍ତେ ଆୟୋଜିତ ବଡାଖାନ ରେ ଯୋଗଦାନ କରି ଭୋଜନ କରିଥିଲେ।

0
0
0
s2sdefault