-
ସମସ୍ତ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ସଂପର୍କରେ ପ୍ରମୁଖ ଶାସନ ସଚିବଙ୍କ ବିଭାଗୀୟ ନିର୍ଦ୍ଦେଶ
-
ସମସ୍ତ ନଥିପତ୍ର, ପତ୍ରାଳାପ, ସଂକଳ୍ପପତ୍ର ଓଡ଼ିଆ ଭାଷାରେ କରାଯିବ
ଭୁବନେଶ୍ୱର:ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ହେବା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ଦ୍ୱାରା ଏ ସଂକ୍ରାନ୍ତୀୟ ଏକ ବିଭାଗୀୟ ନିର୍ଦ୍ଦେଶନାମା ଜାରି କରାଯାଇଛିା ଏହା ଆଧାରରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟାଳୟର ନଥିପତ୍ର ଏବଂ ସମସ୍ତ ପତ୍ରାଳାପ ଓଡ଼ିଆ ଭାଷାରେ କରିବୋ ସମସ୍ତ ବୈଠକର ବିବରଣୀ ଓଡ଼ିଆରେ ଜାରି କରାଯିବା ସମସ୍ତ ସଂକଳ୍ପପତ୍ର, ନିର୍ଦ୍ଦେଶନାମା ଏବଂ ଅନ୍ୟ ସମସ୍ତ ବିଭାଗୀୟ ପତ୍ରାଳାପ ମଧ୍ୟ ଓଡ଼ିଆ ଭାଷାରେ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛିା ଏହା ସହ କ୍ୟାବିନେଟ୍ ପାଇଁ ସମସ୍ତ ସ୍ମାରକପତ୍ର ଉଭୟ ଓଡ଼ିଆ ଏବଂ ଇଂରାଜୀରେ ପ୍ରକାଶ କରାଯିବା ଏହି ସମସ୍ତ କାର୍ଯ୍ୟରେ ପ୍ରାଥମିକତା ଭିତ୍ତିରେ ଓଡ଼ିଆ ଭାଷା ବ୍ୟବହାର କରିବା ପାଇଁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ବିଭାଗର ସମସ୍ତ ଅଧିକାରୀ, କ୍ଷେତ୍ର ଅଧିକାରୀ, ସର୍ବୋଚ୍ଚ ଯନ୍ତ୍ରୀ-୧, ସର୍ବୋଚ୍ଚ ଯନ୍ତ୍ରୀ-୨, ମୁଖ୍ୟମନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଆଦିଙ୍କ କାର୍ଯ୍ୟାଳୟ ଓ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା