ହେଡଲାଇନସ୍:

ଗାନ୍ଧୀନଗର ସାହି ରେ ରାସ୍ତା କଡ ରେ ଥିବା ଷ୍ଟ୍ରିଟ ଲାଇଟ କାମ ଦ୍ରୁତ ଗତି ରେ ଆରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ: ନୂଆପଡା ଜିଲ୍ଲା ଖଡିଆଳ ଏନଏସି ୱାର୍ଡ ନମ୍ବର ୧୩ ଗାନ୍ଧୀନଗର ସାହି ରେ ରାସ୍ତା କଡ ରେ ଥିବା ଷ୍ଟ୍ରିଟ ଲାଇଟ କାମ ଦ୍ରୁତ ଗତି ରେ ଆରମ୍ଭ ହୋଇଛି | ଗାନ୍ଧୀନଗର ସାହି ରେ ବହୁ ବର୍ଷ ଧରି ରାସ୍ତା ରେ ଷ୍ଟ୍ରିଟ ଲାଇଟ ନଥିବା ରୁ ଯାତାୟାତ ଘୋର ଅସୁବିଧା ର ସମ୍ମୁଖିନ ହୋଇ ଆସୁଥିଲେ ସ୍ଥାନୀୟ ବାସିନ୍ଦା,ଖଡିଆଳ ଏନଏସି ଚେୟାରମେନ ଉଜ୍ବଲ ଗୁପ୍ତା ଙ୍କ ନେତ଼ତ୍ବ ରେ ଆଜି ଠାରୁ ଷ୍ଟ୍ରିଟ ଲାଇଟ କାମ ଆରମ୍ଭ  ହୋଇଛି | ୱାର୍ଡ ନମ୍ବର ୧୩ ର କାଉନସିଲର ଯଶୋଦା ସିନ୍ଦୁର ଙ୍କ ପ୍ରତ୍ୟକ୍ଷ ତତ୍ବବଧାନ ରେ ଇଲେଟ୍ରି ଖମ୍ବ ପୋତା କାମ ଚାଲିଛି | ଷ୍ଟ୍ରିଟ ଲାଇଟ ରେ ଖଡିଆଳ ଏନଏସି କର୍ମଚାରୀ ରାଜ ସାହୁ,ହ଼ଦୟ ତାଣ୍ଡି,ରାଜେଶ ସହ ଅନ୍ୟ କର୍ମଚାରୀ ମାନେ ଲାଇଟ ସଂଯୋଗ କାମ ରେ ନିୟୋଜିତ ଥିଲେ| ଗାନ୍ଧୀନଗର ସାହି ର ସମାଜସେବୀ ଅନିଲ ସିନ୍ଦୁର ,ବିଶ୍ବମିତ୍ର କୁମାର,କମନ ପାତ୍ର ମଧ୍ୟ ଷ୍ଟ୍ରିଟ ଲାଇଟ କାମ ରେ ମୁଖ୍ୟ ଭୁମିକା ତୁଲାଉଛନ୍ତି |ଆଗ କୁ ସଂପୁର୍ଣ୍ନ ଷ୍ଟ୍ରିଟ ଲାଇଟ ପାଇଁ ବିଦ୍ୟୁତ ଖମ୍ବା ର ଆବଶ୍ୟକ ପଡୁଥିବାବେଳେ ବକେୟା ବିଦ୍ୟୁତ ପୋଲର ଶିଘ୍ର ବ୍ୟବସ୍ଥା କରାଯାଇ ଧୋବାପଡା ସାହି ଠାରୁ ଗାନ୍ଧୀନଗର ସାହି ଯାଏ ଷ୍ଟ୍ରିଟ ଲାଇଟ କାମ କୁ ସଂପୁର୍ଣ୍ନ କରାଯିବ ବୋଲି ଖଡିଆଳ ନଗରପାଳ ସୁଚନା ଦେଇଛନ୍ତି |

0
0
0
s2sdefault