୧୦୮ ଗରା ପାଣିରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି; ଦୂର୍ଲଭ ହାତୀବେଶର ଦର୍ଶନ କଲେ ଶ୍ରଦ୍ଧାଳୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ (ଅନିମେଶ ପଟ୍ଟନାୟକ): ଦିବ୍ୟ ସ୍ନାନ ପରେ ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଅନୁକୁଳ ପାଗ ଓ ଝିପି ଝିପି ବର୍ଷା ମହାପ୍ରଭୁଙ୍କ ଦର୍ଶନ ପାଇଁ ବେସ ଉପଯୋଗୀ ହୋଇଥିଲା । ପ୍ରାୟ ୪ଲକ୍ଷ ଲୋକ ମହାପ୍ରଭୁଙ୍କ ଦୂର୍ଲଭ ହାତୀବେଶର ଦର୍ଶନ କରିଥିଲେ ।

 Imageଜ୍ଯେଷ୍ଠ ଶୁକ୍ଳ ପୂର୍ଣ୍ଣିମା ତିଥି ମହାପ୍ରଭୁ ଜଗନ୍ନାଥଙ୍କ ଜନ୍ମ ଦିନ । ଆଜିର ପବିତ୍ର ଦିନରେ ଶ୍ରଦ୍ଧାଳୁଙ୍କୁ ହାତୀବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ଭୋର ୫. ୨୦ ମିନିଟରେ ଶ୍ରୀବିଗ୍ରହମାନଙ୍କର ପହଣ୍ଡି ଆରମ୍ଭ କରାଯାଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ସ୍ନାନ ମଣ୍ଡପରେ ପାରମ୍ପରିକ ରୀତିରେ ବେଦ ଧ୍ଵନି ପୂର୍ବକ ଅଭିମନ୍ତ୍ରିତ ୧୦୮ ସୁନା କଳସୀ ପବିତ୍ର ଜଳରେ ସ୍ନାନ କରିଥିଲେ । ଅଭିମନ୍ତ୍ରିତ ୩୫ କଳସୀ ଜଳ ମହାପ୍ରଭୁ ଜଗନ୍ନାଥ, ୩୩ କଳସୀ ଜଳ ପ୍ରଭୁ ବଳଭଦ୍ର, ୨୨ କଳସୀ ଜଳ ଦେବୀ ସୁଭଦ୍ରା ଓ ୧୮ କଳସୀ ଜଳରେ ଶ୍ରୀ ଶୁଦର୍ଶନଙ୍କୁ ସ୍ନାନ କରାଯାଇଥିଲା ।

Imageସ୍ନାନ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରା ପହଁରା କରିଥିଲେ । ସେପଟେ ବଡ଼ଦାଣ୍ଡରେ ଶ୍ରୀବିଗ୍ରହମାନଙ୍କର ହାତୀବେଶ ଦର୍ଶନ କରିଛନ୍ତି ୪ଲକ୍ଷରୁ ଅଧିକ ଭକ୍ତ । ଅନୁକୁଳ ପାଗ ସହିତ ବର୍ଷାରେ ଭିଜି ଭିଜି କାଳିଆ ସାଆନ୍ତଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ଘଣ୍ଟ,ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠୁଥିଲା ବଡ଼ଦାଣ୍ଡ । ଯାହା ଦେଶ ମନମୁଗ୍ଧକର ଥିଲା ।

Imageଗଜାନନ ବେଶ ବିଷୟରେ ସୁନ୍ଦର କିମ୍ବଦନ୍ତୀ ରହିଛି।ପଞ୍ଚଦଶ ଶତାବ୍ଦୀରେ ଗଣପତି ଭଟ୍ଟ ନାମରେ ଗଣେଶଙ୍କ ଜଣେ ଭକ୍ତ ମହାରାଷ୍ଟ୍ରରୁ ଆସିଥିଲେ ଶ୍ରୀଜଗନ୍ନାଥ ଙ୍କ ଦର୍ଶନ ପାଇଁ। କିନ୍ତୁ ମହାଗାଣପତ୍ଯ ସମ୍ପ୍ରଦାୟର ସେହି ବ୍ରାହ୍ମଣ ଭକ୍ତ ଜଣକ ଶ୍ରୀକ୍ଷେତ୍ରରେ ନିଜ ଇଷ୍ଟଦେବତା ଶ୍ରୀଗଣେଶଙ୍କ ଦର୍ଶନ ନପାଇ ନିରାଶ ହେଲେ। ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ସେ ଶ୍ରୀଗଣେଶ ଙ୍କୁ ଦର୍ଶନ ନପାଇବାରୁ ଅତ୍ୟନ୍ତ ମର୍ମାହତ ହେଲେ। ନିରାଶ ମନରେ ଫେରି ଯାଉଥିଲା ବେଳେ କିଛି ବାଟ ଯିବାପରେ ଶୂନ୍ୟ ବାଣୀ ହେଲା ଯିଏ ଶ୍ରୀଗଣେଶ ସେ ହିଁ ଶ୍ରୀଜଗନ୍ନାଥ।

Imageସେ ଶ୍ରୀମନ୍ଦିରକୁ ଫେରିଆସି ସ୍ନାନ ମଣ୍ଡପରେ ଦେଖିବାକୁ ପାଇଲେ ଯେ ଗଣପତି ରୂପ ଧାରଣ କରି ବଳଭଦ୍ର ଓ ଜଗନ୍ନାଥ ଶୋଭା ପାଉଛନ୍ତି। ଗଣପତି ଭଟ୍ଟ ଏହି ରୂପ ଦର୍ଶନ କରି ନିଜକୁ କୃତ୍ୟ କୃତ୍ୟ ମନେ କଲେ ଓ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଚରଣାବିନ୍ଦରେ ସାଷ୍ଟାଙ୍ଗ ପ୍ରଣିପାତ କଲେ। ସେହିଦିନ ଠାରୁ ଏହି ସ୍ମୃତିକୁ ବହନ କରି ଶ୍ରୀଜୀଉମାନେ ଗଜାନନ ବେଶ ଧାରଣ କରୁଛନ୍ତି।

Image

0
0
0
s2sdefault