ବିଭିନ୍ନ ନିଗମରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷମାନଙ୍କୁ ଦାୟିତ୍ଵରୁ ଅବ୍ୟାହତି ଦିଆଗଲା

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ପୂର୍ବରୁ ଇସ୍ତଫା ଦେଇସାରିଥିଲେ ଉଠା ଜଳସେଚନ ନିଗମ ସମେତ କିଛି ସଂସ୍ଥାର ଅଧ୍ୟକ୍ଷ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ନିଗମରେ ପୂର୍ବ ସରକାରଙ୍କ ସମୟରେ ଅଧ୍ୟକ୍ଷ ମାନଙ୍କୁ ନିଯୁକ୍ତି ଦିଆ ଯାଇଥିଲା। ଏହି ଅଧ୍ୟକ୍ଷ ମାନଙ୍କ ଯୋଗୁ ନିଗମ ଗୁଡ଼ିକର ପରିଚାଳନାରେ କୌଣସି ଗୁଣାତ୍ମକ ଉନ୍ନତି ପରିଲକ୍ଷିତ ହେଉ ନ ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସେମାନଙ୍କୁ ଦାୟିତ୍ଵ ରୁ ଅବ୍ୟାହତି ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ଜାରି ପ୍ରେସ ଵଜ୍ଞପ୍ତିରେ କୁହାଯାଇଛି |
ସୂଚନାଯୋଗ୍ୟ ଯେ, ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଜୁନ ୭ ତାରିଖ ଦିନ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ନିଜ ପଦବୀରୁ ଇସ୍ତଫା ଦେଇସାରିଥିଲେ | ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନରଙ୍କ ନିକଟକୁ ଶ୍ରୀ ପତ୍ରୀ ତାଙ୍କ ଇସ୍ତଫାପତ୍ର ପଠାଇଦେଇ ତତ୍କାଳ ତାହାକୁ ଲାଗୁ କରିବା ପାଇଁ ଅନୁରୋଧ କରିଥିଲେ | ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ମେଲ ଯୋଗେ ତାଙ୍କ ଇସ୍ତଫାପତ୍ର ପଠାଇଥିଲେ ଏହା ସହିତ ଆଉ କିଛି ବୋର୍ଡ ଅଧ୍ୟକ୍ଷ ଓ ସଭାପତି ନିଜ ନିଜ ପଦବୀରୁ ଇସ୍ତାଫା ଦେଇ ସାରିଥିଲେ |

0
0
0
s2sdefault