ହେଡଲାଇନସ୍:

ଜଗତସିଂହପୁର ରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ପି ଏମ୍ କିଷାନ ଉତ୍ସବ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୮.୦୬.୨୦୨୪/ସୁମନ୍ତ କୁମାର ଦାସ:ଆଜି ଅପରାହ୍ନ ରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ଵାରା ପି ଏମ୍ କିଷାନ ଯୋଜନା ର 17 ତମ କିସ୍ତି ବଣ୍ଟନ କରାଯାଇଛି। ଉତ୍ତର ପ୍ରଦେଶ ର ବାରାଣାସୀ ଠାରେ ଏକ ଭବ୍ୟ ସମାରୋହରେ ପି ଏମ୍ କିଷାନ ଦିବସ ଭାବେ ଏହି ଉତ୍ସବ ପାଳନ କରାଯାଇଛି।ସେହିପରି ରାଜ୍ୟ ରେ ବରଗଡ଼ ଜିଲ୍ଲା ରେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମଗ୍ର ଓଡ଼ିଶା ବାସୀ ଙ୍କୁ ସମ୍ବୋଧନ କରି ଲୋକାଭିମୁଖୀ ନୂତନ ସରକାର ସର୍ବଦା ଲୋକଙ୍କ ପାଇଁ କାମ କରିବ ବୋଲି କହିଥିଲେ। ଜିଲ୍ଲା ସ୍ତରରେ, ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଙ୍କ ଅଧ୍ୟକ୍ଷତାରେ,ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷକ ମାନଙ୍କୁ ଦେଶର ମେରୁଦଣ୍ଡ ବୋଲି ଅଭିହିତ କରିଥିଲେ। ସେମାନଙ୍କ ର ବିକାଶ ରେ ଏକ ବିକଶିତ ରାଷ୍ଟ୍ର ଗଠନ ହୋଇପାରିବ ବୋଲି କହିଥିଲେ। କୃଷକ ମାନଙ୍କ ନିମନ୍ତେ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ଵାରା କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଦ୍ଵାରା ସେମାନଙ୍କ ଆୟ ବୃଦ୍ଧି ହେବା ସହ ଏକ ଉନ୍ନତ ରାଷ୍ଟ୍ର ତଥା ରାଜ୍ୟ ଗଠନରେ ସହାୟକ ହେବବୋଲି ଶ୍ରୀ ସ୍ୱାଇଁ କହିଥିଲେ। ଏହାଛଡ଼ା ଜଗତସିଂହପୁର ଜିଲ୍ଲା ରେ ଯୁବକ ମାନଙ୍କ ଉନ୍ନତି, ଦକ୍ଷତା ର ବିକାଶ, ରୋଜଗାର ର ନୂତନ ପନ୍ଥା ସ୍ରୁଷ୍ଟି କରି ଜିଲ୍ଲା କୁ ଉନ୍ନତି ପଥରେ ଆଗେଇ ନେବାପାଇଁ ସେ ଆଶା ପୋଷଣ କରିଥିଲେ। ଜିଲ୍ଲାରେ ଥିବା ବିସ୍ତୀର୍ଣ୍ଣ ବେଳାଭୂମି, ବନ୍ଦର, ପର୍ଯ୍ୟଟନ ସ୍ଥଳୀ, ଶିଳ୍ପ ର ବିକାଶ ସାଧନ କରିବା ନିମନ୍ତେ ମାନ୍ୟବର ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜିଲ୍ଲା ପ୍ରଶାସନ ର ସହଯୋଗ କାମନା କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନ୍ୟବର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ କୃଷକ ଭାଇ ମାନଙ୍କୁ ସଶକ୍ତ ରାଷ୍ଟ୍ର ଗଠନର ପୁରୋଧା ଭାବେ ସମ୍ବୋଧିତ କରିଥିଲେ। ସରକାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ମାଧ୍ୟମରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସହ ସାମଗ୍ରିକ ବିକାଶ ଦ୍ୱିଗୁଣିତ ହେବବୋଲି କହିଥିଲେ। ଓଡିଶା ର ଖଣିଜ ସମ୍ପଦ, ପ୍ରାକୃତିକ ସାଧନ ଆଦି ରେ ଥିବା ଉନ୍ନତ ସମ୍ଭାବନା କୁ କାର୍ଯ୍ୟକାରୀ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ସାଂସଦ କହିଥିଲେ।ଜିଲ୍ଲାପାଳ ଶ୍ରୀ ଅନୁପମ ସାହା କୃଷକ କଲ୍ୟାଣ ଦ୍ଵାରା ଜିଲ୍ଲା ତଥା ରାଜ୍ୟ ଉନ୍ନତି ପଥରେ ଅଗ୍ରସର ହେବ ବୋଲି କହିଥିଲେ। ପ୍ରକାଶ ଥାଉକି, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଫେବୃଆରୀ 2019 ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା । ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ବାର୍ଷିକ 6000 ଟଙ୍କା 3 ଟି କିସ୍ତି ମାଧ୍ୟମରେ ହସ୍ତାନ୍ତର କରାଯାଏ। ଜଗତସିଂହପୁର ଜିଲ୍ଲା ରେ ଏ ଯାବତ୍ 1,06,622 ଜଣ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇସାରିଛନ୍ତି। ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ହିତାଧିକାରୀ ମାନେ କୃଷକ ଓଡିଶା ପୋର୍ଟାଲ ରେ ନିଜର ସମସ୍ତ ଭୂମି ର ସଠିକ୍ ବିବରଣୀ ସହିତ ରେଜିଷ୍ଟ୍ରେସନ୍ କରିବାକୁ ପଡିବ। ଆଧାର ନମ୍ବର କୁ ବ୍ଯାଙ୍କ ଆକାଉଣ୍ଟ ସହିତ ଲିଙ୍କ କରିବା ସହ ଇ କେ ୱାଇ ସି ସହ ଆବେଦନ କରିବା କୁ ପଡିବ। ଜିଲ୍ଲା ରେ ଆଜି 150 ଜଣ କୃଷକ ଭାଇ ମାନଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ସେମାନଙ୍କ ର 17 ତମ କିସ୍ତି ହସ୍ତାନ୍ତର କରିଥିଲେ। ଜିଲ୍ଲା ସ୍ତରୀୟ ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବି ଜେ ପି ସଭାପତି ଶ୍ରୀ ସତ୍ୟବ୍ରତ ମହାପାତ୍ର, ତିର୍ତ୍ତୋଲ କୃଷି ଜିଲ୍ଲା ଅଧିକାରୀ ଶ୍ରୀ ପୁର୍ନେନ୍ଦୁ ଶେଖର ଆଚାର୍ଯ୍ୟ, ବ୍ଲକ କୃଷି ଅଧିକାରୀ ଶ୍ରୀ ପ୍ରଭାସ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault