ହେଡଲାଇନସ୍:

ରଥଖଳା: ନୃସିଂହ ବିରାଳ ଖୋଦେଇ କାର୍ଯ୍ଯରେ ନିମଗ୍ନ ରୂପକାର ସେବକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ (ଅନିମେଶପଟ୍ଟନାୟକ): ମହାପ୍ରଭୁ ଶ୍ରୀଜଗନ୍ନାଥ ଦେବୀ ସୁଭଦ୍ରା ବଡ ଠାକୁର ବଳଭଦ୍ରଙ୍କ ରଥଯାତ୍ରା ପାଇଁ ରଜା ନଅର ସମ୍ମୁଖ ରଥଖଳାରେ ରଥ ନିର୍ମାଣ ଆଗେଇ ଚାଲିଛି । ରଥଖଳାରେ ରୂପକାର ସେବକମାନେ ନୃସିଂହ ଚତୁର୍ଦ୍ଦଶୀ ଠାରୁ ନୃସିଂହ ବିରାଳ ଖୋଦେଇ କାର୍ଯ୍ଯ ଆରମ୍ଭ କରିଥିଲେ । ଏହି ଖୋଦେଇ ସୂକ୍ଷ୍ମ କାର୍ଯ୍ଯ ହୋଇଥିବାରୁ ବହୁତ ସମୟ ଲାଗିଥାଏ ।ଏହା ସହ କୋଣଗୁଜ,ନାଟଗୁଜ,ସିଂହାସନ ରୂପ ଖୋଦେଇ କରିଥାନ୍ତି । ଏବେ ତିନିରଥର ନାଟଗୋଡରେ ରାହୁରୂପ ଖୋଦେଇରେ ନିମ୍ନଗ ରହିଛନ୍ତି । ତିନିରଥର ଦ୍ବାର ପାଇଁ ନାଟଗୋଡରେ ରାହୁରୂପ ଖୋଦେଇ ସହ ସିଂହାସନ ମୁହାଁଟିରେ ଖୋଦେଇ ଚିତ୍ରର ପଲିସି କାର୍ଯ୍ଯ ଜାରି ରଖିଛନ୍ତି । ତିନିରଥରେ ୨୧ ଜଣ ରୂପକାର କାର୍ଯ୍ଯରତ ଅଛନ୍ତି । ତାଳଧ୍ବଜ ରଥର ମୁଖ୍ଯ ଗଣେଶ୍ବର ମହାପାତ୍ରଙ୍କ ତତ୍ତ୍ବାଅବଧାନରେ ୯ଜଣ ରୂପକାର ଥିବାବେଳେ ନନ୍ଦିଘୋଷ ରଥର ୮ ଜଣ ରୂପକାର କାର୍ଯ୍ଯ କରୁଥିବା ବେଳେ ତାଙ୍କର ମୁଖ୍ଯ ରୂପକାର ରାଜେନ୍ଦ୍ର କୁମାର ମହାପାତ୍ର । ଦର୍ପଦଳନ ରଥର ୪ ଜଣ ରୂପକାର କାର୍ଯ୍ଯ କରୁଛନ୍ତି ।

0
0
0
s2sdefault