ହେଡଲାଇନସ୍:

ଏକବିଂଶ ଶତାବ୍ଦୀରେ ସମ୍ବଲପୁରକୁ ରୋଜଗାର ସୃଜନର ବଡ଼ କେନ୍ଦ୍ର କରିବା - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହୀରାକୁଦ ଓ ବୁର୍ଲାରେ ‘ବିଜୟ ସଂକଳ୍ପ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ

• କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ସହ ରୋଡ ସୋ’ ଓ ନିର୍ବାଚନୀ ସଭାରେ ଯୋଗଦେଲେ
• ଓଡ଼ିଶା ଓ ଭାରତର ବିକାଶରେ ସମ୍ବଲପୁରର ବହୁତ ବଡ଼ ଯୋଗଦାନ ରହିବ
• ଶିଳ୍ପାୟନର ପ୍ରମୁଖ ପରିଚୟ ପାଇଥିବା ହୀରାକୁଦ ଏବେ ରୋଜଗାର ସୃଷ୍ଟି କରିବାରେ ପଛରେ ରହିଯାଇଛି, ନବୀନ ସରକାରଙ୍କ ଅପାରଗ ଶାସନ କାରଣରୁ ଏପରି ପରସ୍ଥିତି ହୋଇଛି
• ବିଜେପି କ୍ଷମତାକୁ ଆସିଲେ ହୀରାକୁଦକୁ ଏକ ଅତ୍ୟାଧୁନିକ ଅଞ୍ଚଳ କରିବା ପାଇଁ ଦାୟିତ୍ୱ ନେବୁ
• ହୀରାକୁଦ ଓ ବୁର୍ଲା ଅଞ୍ଚଳରେ ସ୍ଥାୟୀ ପଟ୍ଟା କୁଆଡେ ଗଲା ?
• ଦୀର୍ଘ ୨୫ ବର୍ଷର ବିଜେଡି ସରକାରରେ ରାଜ୍ୟରେ ପାନୀୟ ଜଳ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟସେବା, ଦାଦନ ସମସ୍ୟା ଚିନ୍ତାଜନକ
• ଓଡ଼ିଶାରେ ଏଥର ପରିବର୍ତ୍ତନ ହେବ, ଡବଲ ଇଞ୍ଜିନ ସରକାର ନେଇ ଦୃଢୋକ୍ତି ପ୍ରକାଶ କଲେ


ହୀରାକୁଦ/ବୁର୍ଲା, ମଇ ୨୨ – ଆଗାମୀ ଦିନରେ ଓଡ଼ିଶାର ବିକାଶ ତଥା ଭାରତର ବିକାଶରେ ସମ୍ବଲପୁରର ବହୁତ ବଡ଼ ଯୋଗଦାନ ରହିବ । ଦୁନିଆର ଅର୍ଥନୀତିକୁ ସମ୍ବଲପୁର ସହ ଯୋଡାଯିବ । ଏହାର ସିଧା ସିଧା କେନ୍ଦ୍ର ସମ୍ବଲପୁର ରହିବ । ଏକବିଂଶ ଶତାବ୍ଦୀରେ ସମ୍ବଲପୁର, ବୁର୍ଲା ଓ ହୀରାକୁଦ ଅଞ୍ଚଳରେ ଥିବା ପ୍ରମୁଖ ଶିକ୍ଷାନୁଷ୍ଠାନକୁ ଯୋଡି ଜିଲ୍ଲାକୁ ରୋଜଗାର ସୃଜନର ବଡ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବା । ଏହି ଅଞ୍ଚଳର ପିଲାମାନଙ୍କୁ ବାହାରକୁ କାମ କରିବା ପାଇଁ ଯିବାକୁ ପଡିବ ନାହିଁ । ଏଠାରେ କାମ କରିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୁଧବାର ସମ୍ବଲପୁର ନିର୍ବାଚନମଣ୍ଡଳୀରେ ବିଭିନ୍ନ ସ୍ଥାନରେ ପ୍ରଚାର କରିବା ପରେ ସଂଧ୍ୟାରେ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କ ସହ ହୀରାକୁଦରେ ଓ ବୁର୍ଲାରେ ମଧ୍ୟ ପ୍ରଚାର କରିଛନ୍ତି । ଆୟୋଜିତ ରୋଡ୍ ସୋ’ ରେ ସାମିଲ ହେବା ସହ ‘ବିଜୟ ସଂକଳ୍ପ ସଭା’ରେ ଯୋଗ ଦେଇ ଆସନ୍ତା ୨୫ ତାରିଖରେ ପ୍ରାର୍ଥୀମାନଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ୍ ଦେଇ ଜୟଯୁକ୍ତ କରାଇବା ପାଇଁ ଜନତାଙ୍କୁ ନିବେଦନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ମା’ ସମଲେଶ୍ୱରୀଙ୍କ ମାଟିରେ ମା’ ଭଉଣୀ ଓ ଜନସାଧାରଣଙ୍କ ଅଭୁତପୂର୍ବ ଉତ୍ସାହ ସ୍ପଷ୍ଟ ରୂପେ ସଙ୍କେତ ଦେଉଛି ଯେ, ସମ୍ବଲପୁର ବିଜେପି ସହ ଅଛି । ମେ’ ୨୫ରେ ସମ୍ବଲପୁରର ସ୍ୱାଭିମାନୀ ଜନତାଙ୍କ ଆଶୀର୍ବାଦରେ ବଡ ପରିବର୍ତ୍ତନ ହେବାକୁ ଯାଉଛି ।
ଗୋଟିଏ ପଟେ ଦୀର୍ଘ ୨୫ ବର୍ଷର ବିଜେଡି ସରକାରରେ ରାଜ୍ୟରେ ପାନୀୟ ଜଳ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟସେବା, ଦାଦନ ସମସ୍ୟା ଚିନ୍ତାଜନକ ହୋଇଛି । ହୀରାକୁଦ ଓ ବୁର୍ଲା ଅଞ୍ଚଳରେ ସ୍ଥାୟୀ ପଟ୍ଟା କୁଆଡେ ଗଲା ? ଶିଳ୍ପାୟନର ପ୍ରମୁଖ ପରିଚୟ ପାଇଥିବା ହୀରାକୁଦ ଏବେ ରୋଜଗାର ସୃଷ୍ଟି କରିବାରେ ପଛରେ ରହିଯାଇଛି । ନବୀନ ସରକାରଙ୍କ ଅପାରଗ ଶାସନ କାରଣରୁ ଏପରି ପରସ୍ଥିତି ହୋଇଛି । ବିଜେପି କ୍ଷମତାକୁ ଆସିଲେ ହୀରାକୁଦକୁ ଏକ ଅତ୍ୟାଧୁନିକ ଅଞ୍ଚଳ କରିବା ପାଇଁ ଦାୟିତ୍ୱ ନେବୁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶା ସମେତ ଦେଶରେ ଜନକଲ୍ୟାଣକାରୀ କାର୍ଯ୍ୟ ଜାରି ରହିଛି । ବିଜେପି ସରକାରକୁ ଆସିଲେ ଧାନର ଏମଏସପି କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ । ୩ ବର୍ଷ ଭିତରେ ସମସ୍ତ ଗରିବଙ୍କ ମୁଣ୍ଡ ଉପରେ ଛାତ ଘର ହେବ । ସହରାଞ୍ଚଳରେ ଓ ଗ୍ରାମଞ୍ଚଳରେ ପିଏମ ଆବାସ ଯୋଜନାରେ ଘର ମିଳିବ । ଏହା ମୋଦୀ ଗ୍ୟାରେଣ୍ଟି । ଓଡ଼ିଶାରେ ଏଥର ପରିବର୍ତ୍ତନ ହେବ । ମୋଦୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ନେଇ ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

0
0
0
s2sdefault