ହେଡଲାଇନସ୍:

ଗୁଣୁପୁରସ୍ଥିତ ଅଧିଷ୍ଠିତା ଦେବୀ ମା ମୁତ୍ୟାଲୁମା ଙ୍କ ୨୫ତମ ଶୀତଳ ଚୈତ୍ର ଯାତ୍ରା ଆଜି ଠାରୁ ଆରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣୁପୁରସ୍ଥିତ ଅଧିଷ୍ଠିତା ଦେବୀ ମା ମୁତ୍ୟାଲୁମା ଙ୍କ ୨୫ତମ ଶୀତଳ ଚୈତ୍ର ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି /ଶନିବାର ସନ୍ଧ୍ୟାରେ ବଂଶଧାରା ନଦୀରୁ ଗଙ୍ଗା ଅଧିବାସ ଓ ଅଙ୍କୁାରୋପଣ କାର୍ଯ୍ୟକ୍ରମ ହୋଇଥିଲା। ଚଳତବର୍ଷ ଚୈତ୍ର ଯାତ୍ରା ୨୫ ବର୍ଷରେ ପଦାର୍ପଣ ହୋଇଥିବାରୁ ଏହି ଯାତ୍ରା ଆସନ୍ତା ୩ ଦିନ ଧରି ଜଗତ କଲ୍ୟାଣ ନିମନ୍ତେ ପଞ୍ଚକୁଣ୍ଡ ହୋମଯଜ୍ଞ ଆୟୋଜନ କରାଯାଇଛି।ଏହି ହୋମଯଜ୍ଞ ପୂଜାକୁ ପୂଜକ ଭାବେ ପ୍ରଭାତ କୁମାର ରଥଶର୍ମା କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ମନ୍ଦିର ପୂଜକ ଭାବେ ବି କିଶୋର କୁମାର, ଏମ କିଷାନ ଓ ଏମ ରାଜା ପ୍ରମୁଖ ପୂଜା କାର୍ଯ୍ୟ କରିବେ । ଯାତ୍ରା ନିମନ୍ତେ ମନ୍ଦିର ପରିସର ବିଭିନ୍ନ ପ୍ରକାର ସାଜସଜା କରାଯାଇଛି। ଆସନ୍ତା କାଲି ସନ୍ଧ୍ୟାରେ ମହିଳା ମାନଙ୍କୁ ନେଇ ଏକ କଳସ ଯାତ୍ରା କରାଯିବ ବୋଲି ମନ୍ଦିର କମିଟି ପକ୍ଷରୁ ସୁଚନା ଦେଇଛନ୍ତି।

 

0
0
0
s2sdefault