ହେଡଲାଇନସ୍:

ପଦ୍ମ ଛାଡି ଶଙ୍ଖ ଧରିଲେ ଦୁଇ ସରପଞ୍ଚ ସହ ତିନି ଜଣାଶୁଣା ବରିଷ୍ଠ ବିଜେପି କର୍ମୀ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀ ୫୫ନ ଜୋନ୍ ର ଦୁଇ ପଞ୍ଚାୟତର ସରପଞ୍ଚ ସମେତ ତିନି ଜଣ ବରିଷ୍ଠ ବିଜେପି କର୍ମୀ ଆଜି ବିଜେଡିରେ ଯୋଗଦେଇଛନ୍ତି,ଆଜି ଦଳର ରାଜ୍ୟସାଧାରଣ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ଉପସ୍ଥିତିରେ ଆଜି ସାରସକଣା ବ୍ଲକ ଶଙ୍ଖାଭଙ୍ଗା ପଞ୍ଚାୟତର ସରପଞ୍ଚ ବାବାଜୀ ସିଂ,ପୋଖରିଆ ପଞ୍ଚାୟତ ସରପଞ୍ଚ ତାପସ କୁମାର ଦାସ ଙ୍କ ସମେତ ବରିଷ୍ଠ ବିଜେପି ନେତା ଅସିତକୁମାର ସାହୁ,ଶିବଶଙ୍କର ସାହୁ, ଆନନ୍ଦ କୁମାର ସାହୁ ପ୍ରମୁଖ ବରିଷ୍ଠ ବିଜେପି କର୍ମୀ ଆଜି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଦ୍ଧିବଧ ଭାବରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ,ବରିଷ୍ଠ ନେତା ଜିଲ୍ଲା ବିଜେଡି ଉପସଭାପତି ଅମରେନ୍ଦ୍ର କରଙ୍କ ଉପସ୍ଥିତିରେ ଆଜି ଭୁବନେଶ୍ୱର ଠାରେ ଏହି ପ୍ରମୁଖ ବିଜେପି ନେତାମାନେ ବିଜେଡିରେ ସାମିଲ ହୋଇଛନ୍ତି,ଏମାନଙ୍କ ଦଳରେ ମିଶ୍ରଣ ଆସନ୍ତା ସାଧାରଣ ନିର୍ବାଚନରେ ବହୁତ ପ୍ରଭାବ ପକାଇବା ସହିତ ବିଜେଡିର ନିଶ୍ଚିତ ଶକ୍ତି ବଢାଇବ ବୋଲି ବରିଷ୍ଠ ନେତା ଅମରେନ୍ଦ୍ର କର ପ୍ରକାଶ କରିଛନ୍ତି, ବିଜେଡି ପ୍ରାର୍ଥୀ ଡଃ ଦେବାଶିଷ ମାର୍ଣ୍ଡି ଏହି ବରିଷ୍ଠ ନେତା ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଦଳକୁ ସ୍ୱାଗତ କରିଛନ୍ତି,ସମସ୍ତେଙ୍କ ସହୋଯୋଗରେ ବିଜେଡି ନିଶ୍ଚିତ ବାଜିମାତ କରିବ ବୋଲି ସେ ପ୍ରକାଶ କିରିଛନ୍ତି। 

0
0
0
s2sdefault