ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୯/୦୪/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ର ଚଚରା ଗୁଡା, ଅଞ୍ଚଳା ଓ ମେଦନା ଗ୍ରାମ ପଞ୍ଚାୟତ ରେ ବିଜେଡି ଦଳ ପକ୍ଷରୁ ଆଜି ମାରାଥନ ପ୍ରଚାର କରାଯାଇଛି। ଡାବୁଗାଁ ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର ମିଶ୍ର ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଓ ଡାବୁଗାଁ ବିଧାୟକ ପ୍ରାର୍ଥୀ ମନୋହର ରନ୍ଧାରି ଯୋଗ ଦେଇ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ଦଳ ତରଫରୁ ସାଂସଦ ଓ ଡାବୁଗାଁ ବିଧାୟକ ପ୍ରାର୍ଥୀ ଘୋଷଣା ପରେ ପ୍ରଚାର କୁ ଜୋରଦାର କରାଯାଇଛି। ଆଜି ଚଚରା ଗୁଡା ପଞ୍ଚାୟତ ର ଜନ୍ଦରି ଗୁଡା, ଅଞ୍ଚଳା ପଞ୍ଚାୟତ ର ପୂଜାରୀ ଗୁଡା ଓ ମେଦନା ଗ୍ରାମ ପଞ୍ଚାୟତ ର ମେଦନା ଠାରେ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ପ୍ରଚାର କରାଯାଇଥିଲା। ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ବିଜେଡି ସରକାର ଅମଳରେ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଦିଆ ଯାଇଥିବା ବିଭିନ୍ନ ଜନ ହିତକାରୀ ସରକାରୀ ଯୋଜନା ସମ୍ପର୍କରେ କହିବା ସହ ବିଜେଡି ଦଳ ହିଁ ରାଜ୍ୟରେ ସ୍ଥିର ସରକାର ଦେଇ ପାରିବ ବୋଲି କହିଥିଲେ। ଡାବୁଗାଁ ବିଧାୟକ ପ୍ରାର୍ଥୀ ମନୋହର ରନ୍ଧାରି ରାଜ୍ୟ ସରକାର ୫ ଟି ଯୋଜନା ରେ ଯେଉଁ ରୂପାନ୍ତର କାର୍ଯ୍ୟ କରିଛନ୍ତି ତାହା ଉଲ୍ଲେଖନୀୟ ବୋଲି କହିବା ସହ ବିଜୁ ସ୍ବାସ୍ଥ୍ୟ କାର୍ଡ ରେ ମାଗଣା ଚିକିତ୍ସା ସୁବିଧା, ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଘଟି ୧୦୦୦ ଟଙ୍କା , ଲକ୍ଷ୍ମୀ ବସ ଚାଲିବା ପରେ ଲୋକଙ୍କ ଗମନାଗମନ ସୁବିଧା ସହ ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି କହିଥିଲେ।
ଆଗାମୀ ମଇ ୧୩ ତାରିଖ ରେ ହେବାକୁ ଥିବା ନିର୍ବାଚନରେ ଶଙ୍ଖ ଚିହ୍ନ ରେ ବିପୁଳ ପରିମାଣର ଭୋଟ ଦେଇ ଦଳୀୟ ପ୍ରାର୍ଥୀ ଙ୍କୁ ବିଜୟ କରିବାକୁ କହିଥିଲେ। ଏହି ଅବସରରେ ବିଭିନ୍ନ ଦଳ ଛାଡି ଗମ୍ଭାରୀ ଗୁଡା, ବଦଳି ଗୁଡା, ନୁଆଗୁଡ଼ା, ଧାରିନି ଯୋଡ଼ି, କହକା ଗୁଡା ଓ ଚିଚି ବାଇ ଗ୍ରାମରୁ ୩୫ ରୁ ଉର୍ଦ୍ଧ ବିଜେଡି ଦଳରେ ସାମିଲ ହୋଇଥିଲେ। ସମସ୍ତ ଙ୍କୁ ଉପ ଢଉକନ ଦେଇ ସ୍ଵାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ବରିଷ୍ଠ ବିଜେଡି ନେତା ଏମ ଆପ୍ପା ରାଓ, ରାମା ରାଓ ଚୌଧୁରୀ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଧନ ସିଂ ଭତରା ,ଶିବ ପ୍ରସାଦ ମିଶ୍ର, ମେଦନା, ଅଞ୍ଚଳା ଓ ଚଚରା ଗୁଡା ସରପଞ୍ଚ ଓ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ଥିଲେ।