ହେଡଲାଇନସ୍:

ସଂବିଧାନ ବଂଚାଅ, ଗଣତନ୍ତ୍ର ବଂଚାଅ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ରାଜଧାନୀରେ ମଶାଲ ଶୋଭାଯାତ୍ରା, ରାସ୍ତାକୁ ଓହ୍ଲାଇଲେ ଗଣ ସଂଗଠନ

ଭୁବନେଶ୍ୱର, ୩୦/୧୦–ସାରା ଦେଶର ଏକଶହ ଗଣ ସଙ୍ଗଠନମାନଙ୍କୁ ନେଇ ଗଠିତ “ଜନ ଏକତା-ଜନଅଧିକାର ଆନ୍ଦୋଳନ ” ତରଫରୁ  ସଂବିଧାନ ବଂଚାଅ, ଗଣତନ୍ତ୍ର ବଂଚାଅ, ବଂଚିବାର ଅଧିକାର ବଂଚାଅ ଆହ୍ୱାନ ଦେଇ ୩୦ ଅକ୍ଟୋବର ସନ୍ଧ୍ୟାରେ ରାଜ୍ୟ ରାଜଧାନୀ ସମେତ ଓଡ଼ିଶାର ସମସ୍ତ ସହର ଏବଂ ଜିଲ୍ଲା ସଦରମହକୁମା ମାନଙ୍କରେ ମଶାଲ ଶୋଭାଯାତ୍ରା ସଙ୍ଗଠିତ କରାଯାଉଥିବା ବେଳେ ଏହି ମଶାଲ ଶୋଭାଯାତ୍ରା ରାଜମହଲ ଛକଠାରୁ ବାହାରି ରାମ ମନ୍ଦିର ଛକରେ ପହଂଚି ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଆଜିକାର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗଣ ସଂଗଠନ ମାନଙ୍କର ଶହ ଶହ ମହିଳା, ପୁରୁଷ କର୍ମୀ ହାତରେ ଜଳନ୍ତା ମଶାଲ ଧରି ରାଜରାସ୍ତା ଉପରେ ଧ୍ୱନୀ ଦେଇ ପରିକ୍ରମା କରିଥିଲେ  । ଜନ ଏକତା-ଜନଅଧିକାର ଆନ୍ଦୋଳନର ସମନ୍ୱୟ କମିଟିର ଆବାହକ ହନନ୍ ମୁଲ୍ଲା, ଏଆଇଟିୟୁସିର ଜାତୀୟ ସଂପାଦକ ରାମକୃଷ୍ଣ ପଣ୍ଡା, ମହେନ୍ଦ୍ର ପରିଡ଼ା, ଜ୍ୟୋତିରଞ୍ଜନ ମହାପାତ୍ର, ହେମନ୍ତ ମେହର ପ୍ରମୁଖ ଏହି ସଭାରେ ଉଦ୍ବୋଧନ  ଦେଇ କହିଥିଲେଯେ, ଦେଶରେ ଚାଲିଥିବା କର୍ପୋରେଟ୍ ଲୁଣ୍ଠନ ଓ ସାମ୍ପ୍ରଦାୟିକ ରାଜନୀତି ବିରୋଧରେ ଶ୍ରମିକ - କୃଷକ - କୃଷି ଶ୍ରମିକ - କର୍ମଚାରୀ- ମହିଳା - ଯୁବ - ଛାତ୍ର - ଆଦିବାସୀ - ଦଳିତ - ବୁଦ୍ଧିଜୀବୀ - ଶିକ୍ଷକ - ଲେଖକ ଇତ୍ୟାଦି ସବୁ ବର୍ଗର ଜନସାଧାରଣ ଦେଶର ସମ୍ବିଧାନ, ଧର୍ମ ନିରପେକ୍ଷତା, ଗଣତନ୍ତ୍ର ଏବଂ ବଂଚିବାର  ଅଧିକାର ପାଇଁ ଏକାଠି ହୋଇଛନ୍ତି । ନୋଟବନ୍ଦୀ, ଜିଏସଟି, ଯୋଗୁଁ ଆକାଶଛୁଆଁ ମୂଲ୍ୟବୃଦ୍ଧି ସହିତ ଶ୍ରମିକ ଛଟେଇ, ଚାଷୀ ଆତ୍ମହତ୍ୟା, ଫସଲର - ଅଭାବୀ ବିକ୍ରି  ଚାଲିଛି । ନୂତନ ବେକାର ଯୁବକମାନଙ୍କୁ କାମ ନାହିଁ । ଶିକ୍ଷାର ସାମ୍ପ୍ରଦାୟୀକରଣ ଏବଂ ବ୍ୟବସାୟୀକରଣ କରାଯାଇଛି । କଳାଟଙ୍କା ଉଦ୍ଧାର ସ୍ଲୋଗାନ ଫସର ଫାଟିଛି । ମୋଦି ସରକାର ସବୁ କ୍ଷେତ୍ରରେ ବିଫଳ ହେଲା ପରେ ସାମ୍ପ୍ରଦାୟିକ ଧୃବୀକରଣ କରି ଦଳିତ, ସଂଖ୍ୟାଲଘୁ, ମତବ୍ୟକ୍ତର ଅଧିକାର ଏବଂ ସ୍ୱାଧୀନ ବିଚାର ଉପରେ ଆକ୍ରମଣ କରୁଛନ୍ତି । ଏହାର ପ୍ରତିବାଦରେ ସାରା ଭାରତରେ ଏକଶତ ଗଣସଂଗଠନ ପକ୍ଷରୁ ମିଳିତ ଭାବେ ସର୍ବତ୍ର ମଶାଲ ଶୋଭାଯାତ୍ରା ଆୟୋଜିତ କରାଯାଇ ଓଡ଼ିଶାରେ ତଥା ସମାଜର ସବୁ ସ୍ତରର ଜନଗଣ, ସଂବିଧାନ, ଗଣତନ୍ତ୍ର, ଗଣତାନ୍ତ୍ରିକ ଅଧିକାର ଏବଂ ବଂଚିବାର ଅଧିକାର ପାଇଁ ଏହି ବୃହତ୍ତର ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି ।

ଏହି ମଶାଲ ଶୋଭାଯାତ୍ରା ରେ ଶ୍ରମିକ ନେତା ସୌରୀବଂଧୁକର, ଜୟନ୍ତ ଦାସ, ରାଧାକାନ୍ତ ସେଠୀ, ଓଡିଶା କୃଷକ ସଭାନେତା ସୁରେଶ ପାଣିଗ୍ରାହୀ, କ୍ଷେତ ମଜଦୁର ନେତା  ସୁର ଜେନା, ଶିଶିର ହୁଇ, ଛାତ୍ରନେତା ସୁବାସ ନାୟକ, ସଂଘମିତ୍ରା ଜେନା, ଶିକ୍ଷକ ନେତା ଅମୀୟ ମହାନ୍ତି, ଭାରତୀୟ ଅଇନଜୀବି ସଂଘନେତା ଡଃ ପ୍ରଶାନ୍ତ ମିଶ୍ର, ମହିଳା ନେତ୍ରୀ ପ୍ରମୋଦିନୀ ପାଇକରାୟ, ତାପସୀ ପ୍ରହରାଜ, ସନ୍ଧ୍ୟାଦାସ ମଜୁମଦାର, ଭାନୁମତି ରେଡି, ବାସନ୍ତି ପ୍ରଧାନ, ସ୍ୱାତୀ ମିଶ୍ର, ଯୁବନେତା ଜିତେନ୍ଦ୍ରିୟ ବେହେରା, ନାରାୟଣ ଡାଳୁଆଙ୍କ ସମେତ ସହସ୍ରାଧିକ ନେତା, କରମୀ ଓ ସାଧାରଣ ଜନତା ସାମିଲ ହୋଇଥିଲେ ।

0
0
0
s2sdefault