ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ବିରୋଧୀ ଙ୍କୁ ଶକ୍ତ ଝଟକା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ସୋହେଲାରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ

ବରଗଡ଼ :- ନିଜ ଦଳୀୟ ସଂଗଠନ କୁ ସୁସଙ୍ଗଠିତ କରିବା , ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା , ସମାନ ଚିନ୍ତାଧାରା ଓ ବିକାଶ କୁ ପ୍ରାଧାନ୍ୟ ଦେଉଥିବା ନେତା ଓ କର୍ମକର୍ତ୍ତା ମାନଙ୍କୁ ଦଳରେ ସାମିଲ କରି ଦଲୀୟ ସଙ୍ଗଠନ କୁ ମଜବୁତ କରିବା ଆଦି ଦଳୀୟ ନେତୃତ୍ବକୁ ଜନମାନସ ରେ ପ୍ରିୟ କରାଇଥାଏ । କହିବା ଆବଶ୍ୟକ ନାହିଁ ଯେ ପଶ୍ଚିମ ଓଡିଶାର ସର୍ବାଧିକ ଲୋକ ପ୍ରିୟ ଜନନେତା ଶ୍ରୀ ସୁଶାନ୍ତ ସିଂ ସବୁବେଳେ ନିଜର ଦଳୀୟ ସଂଗଠନ ପାଇଁ ଦୃଷ୍ଠ।ନ୍ତ ମୂଳକ ପଦକ୍ଷେପ ଗ୍ରହଣ କରି ଆଜି ପଶ୍ଚିମ ଓଡିଶାର ଜଣେ ସୁସଂଗଠକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ଶ୍ରୀ ସିଂ ଙ୍କ ଭଟଲି ନିର୍ବାଚନ ମଣ୍ଡଳୀରେ ଜଣେ ଜିଲ୍ଲାପରିଷଦ ସଭ୍ୟ ଓ ଅନେକ ସମିତି ଓ ସରପଞ୍ଚ ନିର୍ଦ୍ବନ୍ଦ ରେ ନିର୍ବାଚିତ ହୋଇ ଏକ ରେକର୍ଡ ସୃଷ୍ଟି କରି ପାରିଥିଲେ । କେବଳ ଭଟଲି ନୁହେ ଦଳ ତରଫରୁ ତାଙ୍କୁ ଯେତେବେଳେ ଯେଉଁ ଦାୟୀତ୍ୱ ପ୍ରଦାନ କରାଯାଇଛି ,ତାକୁ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ପାଳନ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ଶ୍ରୀ ସିଂ । ଉଦାହରଣ ସ୍ୱରୂପ ପଦ୍ମପୁର ଓ ବିଜେପୁର ଉପନିର୍ବାଚନ ସମସ୍ତଙ୍କର ସମ୍ମୁଖରେ ରହିଛି । ମୁଖ୍ୟତଃ ପଶ୍ଚିମ ଓଡିଶାର ପ୍ରତ୍ୟେକ ବ୍ୟକ୍ତି ନିଜର ପାଇଁ ସୁଶାନ୍ତ ସିଂ ଗେରେଣ୍ଟି ସଦୃଶ୍ୟ । ତେଣୁ ଲୋକେ ତାଙ୍କ ଉପରେ ଭରସା କରନ୍ତି ଓ ତାଙ୍କ କଥାକୁ ଗୁରୁତ୍ୱ ଦିଅନ୍ତି ।
ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏହିଭଳି ସ୍ଥିତିରେ ବିରୋଧୀ ଶିବିର ନିଜର ପ୍ରାର୍ଥୀ ଓ ପ୍ରଚାର କୁ ନେଇ ଯେତେ ଚିନ୍ତିତ ନୁହନ୍ତି ତା ଠାରୁ ଅଧିକ ଚିନ୍ତାର କାରଣ ହେଉଛନ୍ତି ସୁଶାନ୍ତ ସିଂ । ନିର୍ବାଚନ ଅବଧି ଭିତରେ କେତେବେଳେ କେଉଁ ବିରୋଧୀ ଙ୍କୁ କିଭଲି ଝଟକା ଦେବେ , କେବଳ ଏହି ଚିନ୍ତାରେ ବର୍ତମାନ ବିରୋଧୀ । ନିର୍ବାଚନ ମାହୋଲ ଭିତରେ ଦଳ ଛାଡି ଅନ୍ୟଦଳକୁ ଯିବା ଏକ ସାଧାରଣ ପ୍ରକ୍ରିୟା ହୋଇପାରେ । ହେଲେ ନୂତନ ଭାବରେ ମିଶିଥିବା ଦଳରେ ଦୀର୍ଘ ସମୟ ଧରି ସାନ ସହିତ କାର୍ଯ୍ୟ କରିବା ଅନେକ କଠିନ । ହେଲେ ସୁଶାନ୍ତ ସିଂ ଙ୍କର ନେତୃତ୍ୱରେ ବିଜୁ ଜନତା ଦଳରେ ସାମିଲ ହୋଇଥିବା ସମସ୍ତ ସମାନ ଚିନ୍ତାଧାରା ର ନେତୃ ମଣ୍ଡଳନଳୀ ଆଜି ଦଳରେ ନିଜର ସମ୍ମାନ ଜନକ ସ୍ଥିତି କୁ ନେଇ ଆନନ୍ଦିତ । ସାଧାରଣ ନିର୍ବାଚନ ହେଉ କି ଅନ୍ୟ ସମୟରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଅନେକ ବିରୋଧୀ ଦଳର ବହୁ ତୁଙ୍ଗ ନେତା ଓ କାର୍ଯ୍ୟକର୍ତ୍ତା ବିଜୁ ଜନତା ଦଳରେ ଯୋଗ ଦେଇ ସାରିଛନ୍ତି । ଏହି କ୍ରମରେ ଆଜି ଭଟଲି ନିର୍ବାଚନ ମଣ୍ଡଳୀ ର ସୋହେଲା ଠାରେ ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଙ୍କ ତତ୍ତ୍ଵାବଧାନରେ ହୋଇଥିବା ମିଶ୍ରଣ ପର୍ବ ରେ ବିଜେଡ଼ି ନେତା ସୁଶାନ୍ତ ମିଶ୍ର ଏବଂ ବରଗଡ଼ ଲୋକସଭା ଆସନ ରୁ ବିଜୁ ଜନତା ଦଳର ପ୍ରାର୍ଥୀନୀ ଶ୍ରୀମତୀ ପରିଣିତା ମିଶ୍ର ଙ୍କ ନେତୃତ୍ବରେ ତାଙ୍କ ଉପସ୍ଥିତିରେ , ବିଜେପି ଦଳ ଓ ଶ୍ରୀ ସୁଶାନ୍ତ ମିଶ୍ର ଙ୍କର ଅନେକ ସମର୍ଥକ ନେତୃ ସ୍ତରୀୟ ବ୍ୟକ୍ତି , ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଦଳ ପରିତ୍ୟାଗ କରି ବିଜେଡ଼ି ବିଧିବଦ୍ଧ ଭାବରେ , ଯୁବନେତା ଶ୍ରୀ ସୁବ୍ରତ ସିଂହ ଏବଂ ବିଜେଡ଼ି ନେତା ଶ୍ରୀ ମନ ମାଝୀ ଙ୍କ ଉପସ୍ଥିତ ରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ଭଟଲି ନିର୍ବାଚନ ମଣ୍ଡଳୀ ର ସମସ୍ତ ବ୍ଲକ୍ ର ଅଧ୍ୟକ୍ଷ ଅଧ୍ୟକ୍ଷା, ବରଗଡ଼ ଜିଲ୍ଲା ପରିଷଦ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ , ଦଳୀୟ ନେତୃବୃନ୍ଦ ସମେତ ଦଳର ଅନେକ ବରିଷ୍ଠ ବିଜେଡ଼ି ନେତା, କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ । ଆଜି ବିଜେଡି ରେ ଯୋଗଦାନ କରିଥିବା ନେତୃ ମଣ୍ଡଳୀ ଭିତରେ ବିର୍ଜାମ ସରପଂଚ ବିଶ୍ଵ ସାହୁ, କୁଚିପାଳି ସରପଂଚ ଧୀରେନ୍ଦ୍ର ପଣ୍ଡା, ପେଟୁପାଲି ସରପଂଚ ସୁଶାନ୍ତ ଦିଶ୍ରି, କନାପାଲି ସରପଂଚ ବିମଳ ସାହୁ, ପଣ୍ଡକିପାଲି ପୂର୍ବତନ ସରପଂଚ ନିରଞ୍ଜନ ନାଏକ, ବିଜାପାଲି ସରପଂଚ ନିର୍ମଳ ଷଡ଼ଙ୍ଗୀ, ପେଟୁପାଲି ସମିତି କୁଞ୍ଜ ବିହାରୀ ପ୍ରଧାନ, ପୂର୍ବତନ ସରପଂଚ, ଝସ କେତନ ଡୁଡକା, ଅମ୍ବାଭୋନା ବ୍ଲକ ର ଶ୍ୟାମଲାଲ ନାଏକ, କଂଗ୍ରେସ ସଭାପତି କୃଷ୍ଣ ପ୍ରଧାନ,ଭଟଲି ବ୍ଲକ ଅବଦୁଲ ଫାରୁକ୍ ଖାଁ ପ୍ରମୁଖ ରହିଥିଲେ ।

0
0
0
s2sdefault