ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଆଜି ପ୍ରଭୂ ଶ୍ରୀ ରାମ ଲାଲାଙ୍କ ପବିତ୍ର ଜନ୍ମ ଦିନ ବା ଶ୍ରୀ ରାମନବମୀ ଉତ୍ସବ। ସାରା ଦେଶରେ ଏହି ଭବ୍ୟ ଉତ୍ସବ ଅତି ଧୂମଧାମରେ ଆଡମ୍ବର ସହକାରେ ପାଳନ ହେଉଅଛି। ଶ୍ରୀ ରାମ ଲାଲାଙ୍କ ପବିତ୍ର ଜନ୍ମ ସ୍ଥାନ ଅଯୋଧ୍ୟା ସହିତ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଥିବା ରାମ ମନ୍ଦିର ଗୁଡିକ ରେ ଅପୂର୍ବ ସାଜସଜ୍ଜା ସହିତ ଆନନ୍ଦ ଉତ୍ସାହର ସହ ପାଳନ ହେଉଅଛି ଏହି ଭବ୍ୟ ଉତ୍ସବ। ଏଥିପାଇଁ ସାରା ଦେଶରେ ଦେଖାଦେଇଛି ଖୁସିର ମାହୋଲ୍ । ଶ୍ରୀ ରାମ ପ୍ରେମୀ ଙ୍କ ମଧ୍ୟରେ ସୃଷ୍ଟି ହୋଇଅଛି ଆନନ୍ଦ ଓ ଉଲ୍ଲାସ।
ଏହି ଅବସରରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଭଞ୍ଜନଗର ଓ ଭଞ୍ଜନଗର ସବଡିଭିଜନ ଅନ୍ତର୍ଗତ ନେଟଙ୍ଗା ଗ୍ରାମରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଦ୍ଵାରା ପ୍ରତିଷ୍ଠିତ ଶହ ଶହ ବର୍ଷ ତଳର ଶ୍ରୀ ରଘୁନାଥ ମନ୍ଦିର ରେ ମଧ୍ୟ ପ୍ରଭୂ ଶ୍ରୀ ରାମ ଲାଲାଙ୍କ ପବିତ୍ର ଜନ୍ମୋତ୍ସବ ବା ଶ୍ରୀ ରାମନବମୀ ଉତ୍ସବ ଅତି ଧୂମଧାମରେ ଓ ଆଡମ୍ବର ସହକାରେ ପାଳନ କରାଯାଇଛି। ଭଞ୍ଜନଗର ସହରର ରଘୁନାଥ ମନ୍ଦିର, ଲଣ୍ଡେଇସାହି ର ଶ୍ରୀରାମ ମନ୍ଦିର, ଭେଜିପୁଟ, ବାଉଲୁଣ୍ଡି ସହ ଭଞ୍ଜମାଟି ଭଞ୍ଜନଗର ର ଇସ୍କନ୍ ନାମହାଟ ସଂଘ ତରଫରୁ ପାଳିତ ହୋଇଛି ଶ୍ରୀରାମ ନବମୀ ଉତ୍ସବ। ଉକ୍ତ ନେଟେଗାଂ ମନ୍ଦିର ଟ୍ରଷ୍ଟି ବୋର୍ଡ ର ସମସ୍ତ କର୍ମକର୍ତ୍ତା, ନେଟଙ୍ଗା ଗ୍ରାମ ବାସୀ, ଯୁବକ ସଂଘ, ପୂଜକ, କୀର୍ତ୍ତନ ମଣ୍ଡଳୀ, ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତି ତଥା ସହଯୋଗ ରେ ଏହି ଭବ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହନୁମାନ ନେତ ବା ଧ୍ଵଜା ସ୍ଥାପନ କରାଯାଇଥିଲା ଏବଂ ପଣା ବଣ୍ଟନ କରାଯାଇଥିଲା। ପ୍ରକାଶ ଥାଉକି, ନେଟଙ୍ଗା ଗ୍ରାମରେ ପ୍ରଭୂ ଶ୍ରୀ ରାମ ଲାଲାଙ୍କ ଜନ୍ମଦିନ ଠାରୁ ଅଭିଷେକ ଉତ୍ସଵ ପର୍ଯ୍ୟନ୍ତ ବିଭିନ୍ନ ପୂଜାର୍ଚ୍ଚନା, ହୋମଯଜ୍ଞ, ରାମ ବନବାସ , ଲଙ୍କା ପୋଡ଼ି, ରାମ ବିବାହ, ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଏବଂ ଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଥାଏ।