ହେଡଲାଇନସ୍:

ପୁରୀରୁ ସୁଜିତ ବ୍ରହ୍ମଗିରିରୁ ମିତ୍ରଭାନୁ କଂଗ୍ରେସର ବିଧାୟକ ପ୍ରାର୍ଥୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ (ଅନିମେଶ ପଟ୍ଟନାୟକ): ସୁଜିତ ମହାପାତ୍ର ହେଲେ ପୁରୀ ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ । ରବିବାର ଏ ନେଇ ଏଆଇସିସି ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ସୁଜିତ ଛାତ୍ର ଜୀବନରୁ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ । ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରୁ ସାଧାରଣ ସଂପାଦକ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ସୁଜିତ । ସେବେଠାରୁ ସେ ତୃଣମୁଳ ସ୍ତରରେ ଛାତ୍ର, ଯୁବ ବର୍ଗ ସମେତ ସହର ତଥା ସଦର ବିଭିନ୍ନ ବର୍ଗର ଲୋକଙ୍କ ସମସ୍ୟା ନେଇ ସରକାରଙ୍କୁ ଘେରିଛନ୍ତି । ସୁଜିତଙ୍କ ପ୍ରାର୍ଥୀପତ୍ର ଘୋଷଣା ପରେ କଂଗ୍ରେସ ମହଲରେ ଖୁସିର ଲହରୀ ଦେଖିବାକୁ ମିଳିଛି । ବହୁ ସଂଖ୍ୟକ ଶୁଭେଛୁ ତାଙ୍କୁ କଂଗ୍ରେସ ଭବନ ଆସି ଶୁଭେଚ୍ଛା ଜଣାଇବା ସହ ଜଗନ୍ନାଥଙ୍କ ପାଖରେ ସୁଜିତଙ୍କ ବିଜୟ ପାଇଁ ପ୍ରାର୍ଥନା କରିଛନ୍ତି ।

ଅନୂରୁପ ଭାବେ ବ୍ରହ୍ମଗିରି ବିଧାୟକ ପ୍ରାର୍ଥୀଙ୍କ ନାମ ମଧ୍ଯ ଘୋଷଣା କରାଯାଇଛି । ବ୍ରହ୍ମଗିରିର ଲଢୁଆ ପୁଅ ତଥା ଯୁବ ଆଇନଜୀବୀ ମିତ୍ରଭାନୁ ମହାପାତ୍ରଙ୍କୁ କଂଗ୍ରେସ ମୈଦାନୁ ଛାଡିଛି । ମିତ୍ରଭାନୁ ଜଣେ ଆଇନଜୀବୀ ସହ ଜଣେ ଦକ୍ଷ ସଂଗଠକ ମଧ୍ଯ । ସେ ପିସିସିର ସଂପାଦକ ଅଛନ୍ତି । ବିଭିନ୍ନ ସଂଗଠନ ସହିତ ସେ ଜଡିତ ଥିବା କୁହାଯାଉଛି । ଜଣେ ତକ୍ଷ ଆଇନଜୀବୀ ସହ ଜଣେ ଭଲ ସଂଗଠକ ହୋଇଥିବାରୁ ବ୍ରହ୍ମଗିରିରେ କଂଗ୍ରେସ ବ୍ୟାକ୍ କରିବ ବୋଲି ଆଶା କରିଛନ୍ତି ବ୍ରହ୍ମଗିରିବାସୀ ।

0
0
0
s2sdefault