ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁଣପୁର ନବ ନିର୍ମାଣ ସମିତି ଓ ବଂଶଧାରା ସାହିତ୍ୟ ସମାଜ ଦ୍ୱାରା ଦ୍ୱାଦଶ ବିଷୁବ ବନ୍ଧୁ ମିଳନ ସମାରୋହ 2024 ଅନୁଷ୍ଠିତ ହୋଇଛି । ସ୍ଥାନୀୟ କାଳୀ ପୂଜା ମଣ୍ଡପ ରେ ଆୟୋଜିତ ଏହି ସମାରୋହ ର ପ୍ରଥମ ପର୍ଯ୍ୟାୟରେ ପତିତପାବନ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ କରିବା ପରେ ପ୍ରାୟ 30 ଜଣ କବି ମାନଙ୍କ ଦ୍ୱାରା କବିତା ପାଠ ଉତ୍ସବ ହୋଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ପଣ୍ଡିତ ପ୍ରକାଶ ରଥ ଙ୍କ ଦ୍ଵାରା ପଞ୍ଜିକା ପାଠ ହୋଇଥିଲା । ମୁଖ୍ୟ ବକ୍ତା ପ୍ରାଧ୍ୟାପକ ଦୀପ ଙ୍କ ଦ୍ଵାରା ବିଷୁବ ମିଳନ ଓ ଧର୍ମର ମହତ୍ତ୍ୱପୂର୍ଣ୍ଣ ଦିଗ ଉପରେ ଅଲଲୋଚ ନା କରିଥିଲେ । କାର୍ଯ୍ୟକ୍ରମ ରେ କବିତା ସମୁହ ର ପୁସ୍ତକ କାବ୍ୟ।ୟନ ଉନ୍ମୋଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ନବ ନିର୍ମାଣ ସମିତି ର ସଭାପତି ଅକ୍ଷୟ ଦାଶ୍, ଉପ ସଭାପତି ଉମା ଶଙ୍କର ଦାଶ୍, ସମ୍ପାଦକ ରଞ୍ଜିତ ପାଢ଼ୀ , ବଂଶଧାରା ସାହିତ୍ୟ ସମାଜ ର ସଭାପତି ପ୍ରଭାତ ଶତପଥୀ, କବି ରମେଶ ମିଶ୍ର, ଅଶ୍ୱିନୀ ତ୍ରିପାଠୀ, କୈଳା।ସ ଦାଶ୍, ସୁଦର୍ଶନ ପୃଷ୍ଟି , ସିମାଂଞ୍ଚଳ କର, ଦୂର୍ଗା ଶତପଥୀ, ନୀଳମାଧଵ ଦାଶ୍, ବିଜୟ ପାଢ଼ୀ, ପ୍ରତାପ ରାୟ, ଙ୍କ ବ୍ୟତୀତ ବି ରବି, ଶିଵ ସାହୁ, ଅଜିତ ପଣ୍ଡା, ବିମଳ ମିଶ୍ର ଅଶୋକ ଚୌଧୁରୀ, ପ୍ରଦୀପ ପାଢ଼ୀ, ମେଘନାଦ ଚୌଧୁରୀ, ରାଜେଶ ପାଢ଼ୀ, ପ୍ରଶାନ୍ତ ମିଶ୍ର, ରୀଙ୍କୁ ଦାଶ୍ ପ୍ରମୂଖ ଦାୟିତ୍ୱ ତୁଲାଇଥିଲେ । ପରିଶେଷରେ ଦିଲୀପ ଚୌଧୁରୀ, ଅଶୋକ କର ଓ ନିଖିଲ ପାଢ଼ୀ ଙ୍କ ତତ୍ୱାବଧାନରେ ସଂ।ସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କ ମନକୁ ବିମୋହିତ କାରିଥିଲା ।