ହେଡଲାଇନସ୍:

ବେଲଗୁଣ୍ଠାରେ ହନୁମାନ ଜୟନ୍ତୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-:(ଶିବରାମ ଚୌଧୁରୀ )-,ଆଜି ପବିତ୍ର ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ ଅବସରରେ ବେଲଗୁଣ୍ଠା ସ୍ଥିତ ହନୁମାନ ମନ୍ଦିରରେ 108 ହନୁମାନ ଚାଳିଶା, ହୋମଯଜ୍ଞ ଓ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ଏଥିରେ କର୍ତ୍ତା ଭାବେ ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧି ଏବଂ ତାଙ୍କର ଧର୍ମପତ୍ନୀ ରାଜଲକ୍ଷ୍ମୀ ସୁବୁଦ୍ଧି ଯୋଗ ଦେଇଥିଲେ I କାର୍ଯ୍ୟକ୍ରମରେ ପୁରୋହିତ ଭାବେ ଦୁର୍ଗାପ୍ରସାଦ ପତି, ପ୍ରଭାତ ପତି,ରାମକୃଷ୍ଣ ପତି, ଉପେନ୍ଦ୍ର ପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଏହି ଅବସରରେ ଅନୁଷ୍ଠିତ 108 ହନୁମାନ ଚାଳିଶାକୁ ଲୋକନାଥ ମିଶ୍ର ପରିଚାଳନା କରିଥିବା ବେଳେ ବହୁ ଶ୍ରଦ୍ଧାଳୁ ହନୁମାନ ଚାଳିଶା ପଠନରେ ଅଂଶଗ୍ରହଣ କରିଥିଲେ I ଏହି ଅବସରରେ ସମସ୍ତଙ୍କୁ ପଣା ବଣ୍ଟନ କରାଯାଇଥିଲା । ସେହିପରି ବେଲଗୁଣ୍ଠାରେ ଶ୍ରୀରାମ ଚରିତ ମାନସ ଗତ ଦଶ ତାରିଖରୁ ଆରମ୍ଭ ହୋଇ ଆଜି ପଞ୍ଚମ ଦିନରେ ପହଞ୍ଚିଛି I ଏଥିରେ ପ୍ରବଚକ ରୂପେ ପୁରୀର ବସନ୍ତ କୁମାର ମଙ୍ଗରାଜ ଯୋଗଦେଇ ସନ୍ଧ୍ୟା ଛଅ ଘଣ୍ଟାରୁ ରାତ୍ରି ଦଶ ଘଣ୍ଟା ପର୍ଯ୍ୟନ୍ତ ପ୍ରବଚନ ପ୍ରଦାନ କରୁଛନ୍ତି I ଆଜି ମନ୍ଦିରମାଳିନୀ ସହର ବେଲଗୁଣ୍ଠାର ଲକ୍ଷ୍ମୀ ନୃସିଂହ ମନ୍ଦିର ପରିସରରେ ଅନ୍ନ ଯଜ୍ଞ ଅନୁଷ୍ଠିତ ହେବା ସହ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ଯଜ୍ଞର ପୂର୍ଣ୍ଣାହୂତି ସମୟରେ ଅଞ୍ଚଳର ବହୁ ବିଷିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ I ଆଜି ସକାଳୁ ଲକ୍ଷ୍ମୀ ନୃସିଂହ ମନ୍ଦିର,ଜଗନ୍ନାଥ ମନ୍ଦିର, ସୂର୍ଯ୍ୟନାରାୟଣ ମନ୍ଦିର,ଶିବ ମନ୍ଦିର,ବାଲାଜୀ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା I ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପଣାସଂକ୍ରାନ୍ତି ଉପଲକ୍ଷେ ଲୋକଙ୍କୁ ପଣା ବଣ୍ଟନ କରାଯାଇଥିଲା I ଏହି ଅବସରରେ ବେଲଗୁଣ୍ଠାରେ ପ୍ରବଳ ଜନ ସମାଗମ ହୋଇଥିଲା I

0
0
0
s2sdefault