ଡୁବୁରୀ (ସନାତନ ମହାନ୍ତ) - ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘ ଯାଜପୁର ଜିଲ୍ଲାଶାଖା ତରଫରୁ ଏକ ସମାବେଶ ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ୍ ସୁକିନ୍ଦ ଭବନଠାରେ ଅନିଷ୍ଠତ ହୋଇଥିଲା । ଏହି ସଭାରେ ଓଡିଶା ସବୁଜ ପତ୍ରିକା ମହିଳା ମହାସଂଘର ରାଜ୍ୟ ସଭାନେତ୍ରୀ ଲକ୍ଷ୍ମୀ ଦେବୀ ଯୋଗ ଦେଇଥିଲେ । ଏହି ସଭାରେ ଯାଜପୁର ଜିଲ୍ଲାର ସୁକିନ୍ଦା ଏବଂ ଦାନଗଦୀ ବ୍ଲକ୍ର ସମସ୍ତ ସବୁଜ ପତ୍ରିକାଧାରୀମାନେ ଯୋଗ ଦେଇଥିଲେ । ଉକ୍ତ ସଭାରେ ସଭାନେତ୍ରୀ ଲକ୍ଷ୍ମୀ ଦେବୀ କହିଥିଲେ ଯେ ଦୀର୍ଘ ଦିନ ହେଲା ସରକାର ଦେଇଥିବା ସବୁଜ ପତ୍ରିକାର ମୁଲ୍ୟାୟନ କରିବାକୁ ହେଲେ ବା ତାକୁ କାର୍ଯ୍ୟକାରୀ କରିବାକୁ ହେଲେ ସମସ୍ତ ସବୁଜ ପତ୍ରିକାଧାରୀମାନେ ଏକଜୁଟ୍ ହେବା ଆବଶ୍ୟକ । ସମସ୍ତ ସବୁଜ ପତ୍ରିକାଧାରୀ ମା ମାନେ ଏକାଠି ହୋଇ ନିଜର ନାର୍ଯ୍ୟ ଦାବୀ ପ୍ରତି ଧ୍ୟାନଦେବା ଉଚିତ୍ ଓଡିଶା ସବୁଜ ପତ୍ରିକା ମହିଳା ମହାସଂଘ ଦୀର୍ଘ ୭ ବର୍ଷହେଲା ଏ ଲଢେଇ ଜାରୀ ରଖିଛି ଏବଂ ସରକାରଙ୍କ ପାଖରେ ନିମ୍ନ ଦାବୀଗୁଡିକ ଉପସ୍ଥାପନା କରିଆସୁଛି । ସେଗୁଡିକ ହେଲା-୧- ମାସିକ ୧ହଜାର ପ୍ରୋତ୍ସାହନ ଭତା ୨- ଭୁମିହୀନଙ୍କୁ ଜମି ପ୍ରଦା ୩- ବାସହୀନଙ୍କୁ ଗୃହ ପ୍ରଦାନ ୪- ସ୍ୱାସ୍ଥ୍ୟବିମା ପ୍ୟାକେଜ ୭ ଲକ୍ଷ ଟଙ୍କା ପ୍ରଦାନ ଏହି ସବୁଜ ପତ୍ରିକାଧାରୀ ମା ମାନଙ୍କ କଥା ସରକାର ହୃଦୟଗମ କରିଛନ୍ତି ଏବଂ ତାହା ନିଶ୍ଚୟ କାର୍ଯ୍ୟକାରି କରିବେ ତତ୍ ସହିତ ଏହି ବିରଜା କ୍ଷେତ୍ର ଗ୍ରୀନ୍ କାର୍ଡକୁ ମାନ୍ୟତା ଦେବାରେ ବୋଲି ସହାୟକ ବୋଲି ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀ ଦେବୀ ଦୃୃଢୋକ୍ତି ପ୍ରକାଶ କରିଛନ୍ତି । ତେଣୁ ସମଗ୍ର ଓଡିଶାର ସବୁଜ ପତ୍ରିକାଧାରୀମାନେ ହିନ ଚକ୍ରାନ୍ତକାରୀଙ୍କଠାରୁ ଦୁରରେ ରହି ଏହି ଆନେ୍ଦାଳନକୁ ଦୃଢୋଭାବରେ ଜାରି ରଖିବାପାଇଁ ଲକ୍ଷ୍ମୀ ଦେବୀ ସମସ୍ତ ସବୁଜ ପତ୍ରିକାଧାରୀ ମା ମାନଙ୍କୁ ନିବେଦନ କରିଛନ୍ତି । ଏହି ସଭାରେ ପୁରୀ ଜିଲ୍ଲା ସଭାନେତ୍ରୀ ମଞ୍ଜୁଳା ମହାପାତ୍ର , ଢେଙ୍କାନାଳ ଜିଲ୍ଲା ସଭାନେତ୍ରୀ ଉର୍ମିଳା ଦାସ୍ , ଯାଜପୁର ଜିଲ୍ଲା ସଭାନେତ୍ରୀ ସ୍ୱର୍ଣ୍ଣଲତା ରାଉତ୍ , କାର୍ଯ୍ୟକାରୀ ସଭାନେତ୍ରୀ ସ୍ୱର୍ଣ୍ଣ ଜେନା , କୋ-ଅର୍ଡିନେଟର ଚିନ୍ତାମଣୀ ମହାପାତ୍ର , ଭଦ୍ରକ ଜିଲ୍ଲା ଅନୁସୟା ପଣ୍ଡା , ତାପସ୍ କୁମାର ପରିଡା , କେନ୍ଦ୍ରାପଡା ଜିଲ୍ଲା ସଭାନେତ୍ରୀ ଅହଲ୍ୟା ବେହେରା , ବନଲତା ଧଳ ପ୍ରମୁଖ ଯୋଗ ଦେଇଥିଲେ । ସୁକିନ୍ଦା ବ୍ଲକ୍ ସଭାନେତ୍ରୀ ଟୁନିପ୍ରଭା ମହାନ୍ତ ଓ ଦାନଗଦୀ ବ୍ଲକ୍ ସଭାନେତ୍ରୀ ଆରତୀ ମହାନ୍ତଙ୍କ ଅଧକ୍ଷତାରେ ଏହି ସଭା କାର୍ଯ୍ୟ କରାଯାଇଥିଲା । ଏହି ସଭାରେ ହଜାର ହଜାର ସବୁଜ ପତ୍ରିକାଧାରୀ ମା ମାନେ ଯୋଗଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଲକ୍ଷ୍ମୀ ଦେବର ରାଜ୍ୟ ସଭାନେତ୍ରୀ ଲକ୍ଷ୍ମୀ ଦେବୀ ଏବଂ ଓଡିଶା ସବୁଜ ପତ୍ରିକା ମହିଳା ମହାସଂଘରେ ରହି ଯେଉଁମାନେ କାର୍ଯ୍ୟ କରିବେ ସେମାନଙ୍କପ୍ରତି ସମସ୍ତ ଗ୍ରୀନ୍ କାର୍ଡ ଧାରୀ ମା ମାନେ ସଚେତନ ରହିବାପାଇଁ ଲକ୍ଷ୍ମୀ ଦେବୀ ନିବେଦନ କରିଥିଲେ ।
ରାଜ୍ୟ
ଓଡିଶା ସବୁଜ ପତ୍ରିକା ମହିଳା ମହାସଂଘ ତରଫରୁ ସୁକିନ୍ଦା ଭବନରେ ସାଧାରଣ ସଭା
- Hits: 556