ହେଡଲାଇନସ୍:

ପାରାଦୀପ କଳିଙ୍ଗ ବାଲିଯାତ୍ରା-୨୦୧୭, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଏବର୍ଷର ମୁଖ୍ୟ ଆକର୍ଷଣ ଲେଜର ସୋ

ପାରାଦୀପ : ଆସନ୍ତା ନଭେମ୍ବର ମାସ ୩ତାରିଖ ରୁ ଆରମ୍ଭ ହୋଇ ୮ଦିନ ଧରି ଅନୁଷ୍ଠିତ  ହେବାକୁ ଯାଉଥିବା ପାରାଦୀପର କଳିଙ୍ଗ ବାଲିଯାତ୍ରା-୨୦୧୭ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ  ଭାବେ ଉଦଘାଟନ କରିବାର କାର୍ଯ୍ୟକ୍ରମ ସ୍ଥିରକୃତ ହୋଇଛି । ଗତକାଲି ସଂନ୍ଧ୍ୟାରେ ବାଲିଯାତ୍ରା କମିଟି ପକ୍ଷରୁ ସ୍ଥାନୀୟ ସର୍କିଟ୍ ହାଉସ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କମିଟିର ଉପାଧ୍ୟକ୍ଷ ତଥା ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ବିଶ୍ୱାଳ ଏସମ୍ବନ୍ଧରେ ସୂଚନା ପ୍ରଦାନ କରିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ସମ୍ପାଦକ ତଥା କୁଜଙ୍ଗ ତହସିଲଦାର ବାସୁଦେବ ଶତପଥି, କୋଷାଧ୍ୟକ୍ଷ ତଥା ପାରାଦୀପ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ   ଦିଲ୍ଲିପ କୁମାର ମହାନ୍ତିଙ୍କ ସମେତ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡା.ଦାମୋଦର ରାଉତ, ଜଗତସିଂହପୁର ସାଂସଦ ଡା.କୁଳମଣୀ ସାମଲ, ପୌରାଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳ, ପାରାଦୀପ ବିଜୁ ଜନତା ଦଳ ସଭାପତି  ସୁମନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତବର୍ଷ କଳିଙ୍ଗ ବାଲିଯାତ୍ରାର ଉକôର୍ଷତା ପାଇଁ ଏହାର ବହୁଳ ପ୍ରଚାର ପ୍ରସାର କରିବା ପାଇଁ  ବାଲିଯାତ୍ରା କମିଟି ଉପସ୍ଥିତ ସମସ୍ତ ଗଣମାଧ୍ୟମକୁ ଅନୁରୋଧ କରିଥିଲେ । ଏବର୍ଷ ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ହେବ ନୌବାଣିଜ୍ୟ ଓ ତଅପୋଇର ଇତିହାସ, ବିଜୁ ପଟ୍ଟନାୟକଙ୍କ ବିଭିନ୍ନ କୃତି ଓ ଅବଦାନ ଏବଂ ପାରାଦୀପ ବନ୍ଦରର ଉନ୍ନତିର ଇତିହାସ ସମ୍ପର୍କିତ ଲେଜର ଆର୍ଟ ସୋ । ତେବେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟଗତ କାରଣରୁ ସେ ଆସନ୍ତା ୩ ତାରିଖ ଦିନ ଅପରାହ୍ନରେ ହେଲିକାପ୍ଟରରେ ଆସି ବାଲିଯାତ୍ରା ଉଦ୍ଘାଟନ କରି ସେହିଦିନ ଫେରିଯିବେ । ତାପର ଦିନ ଅର୍ଥାତ୍ ୪ତାରିଖରେ ବନ୍ଦର ପୋତାଶ୍ରୟ ଠାରେ ଅନୁଷ୍ଠିତ ହେବାକୁ ଥିବା ବୋଇତ ବନ୍ଦାଣ ଉସôବରେ ଯୋଗଦେବେ ନାହିଁ । ତେଣୁ ପରମ୍ପରା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ବନ୍ଦର ଅଧ୍ୟକ୍ଷ ଶ୍ରୀ ରିଙ୍କେଶ ରାୟ ଏହି ବୋଇତ ବନ୍ଦାଣ ଉସôବରେ ମୁଖ୍ୟ ଅତିଥି ରହିବେ ।    

0
0
0
s2sdefault