ହେଡଲାଇନସ୍:

ପିକଅପ୍ ଗାଡି ସହ ୨ ଟନ୍ ଖଇର କାଠ ଜବତ କଲା ପଦ୍ମପୁର ବନ ବିଭାଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ଗାଇସିଲାଟ /ମନ ଡନସନା :- ବିଶେଷ ସୁତ୍ର ରୁ ଖବର ପାଇ ଚୋରା ଚାଲାଣ ହେଉଥିବା ଖଇର କାଠ ସହିତ ପିକଅପ୍ ଗାଡି କୁ ଜବତ କରିଛି ବନ ବିଭାଗ ।ଗାଡି ଗାଇସିଲାଟ ରୁ ପଦ୍ମପୁର ଅଭିମୁଖେ ଆସୁଥିବା ବେଳେ ଓ ପଦ୍ମପୁର ଓ ଗାଇସିଲାଟ ବନ ବିଭାଗ କର୍ମଚାରୀ ପିଛା କରି ଥିବା ଫଳରେ ମୁଣ୍ଡାପାଲି ଛକରେ ଡ୍ରାଇଭର ଓ ଅଭିଯୁକ୍ତ ମାନେ ଗାଡି ଛାଡି ଦେଇ ଫେରାର ମାରିଥିଲେ। ପରେ ସେଠାରୁ ଗାଡି ସହିତ ୨ ଟନ୍ ଖଇର କାଠ କୁ ଜବତ କରି ପଦ୍ମପୁର କୁ ଅଣାଯାଇଛି l ଯାହାର ଅନୁମାନିକ ମୂଲ୍ଯ ୫୦୦୦୦ ହଜାର ଟଙ୍କା ହେବ ବୋଲି ପଦ୍ମପୁର ଡେପୁଟି ରେଞ୍ଜର ସୁଦାମ ଜଗଦଳା ସୂଚନା ଦେଇଛନ୍ତି l ଏହି ଚଢାଉ ସମୟରେ ପଦ୍ମପୁର ଡେପୁଟି ରେଞ୍ଜର ସୁଦାମ ଜଗଦଲା, ଫରେଷ୍ଟର ଅଶ୍ବିନୀ କୁମାର ଭୋଇ , ଫରେଷ୍ଟଗାର୍ଡ ଅନୀଳ କୁମାର ସାହୁ , ମନ ଠେଟୁଆ, କେଶ ରଞ୍ଜନ ବୁଡେକ ଆଣ୍ଟି ଡିପେରେଡେସନ୍ ସ୍କ୍ୱାର୍ଡ ସାମିଲ ଥିଲେ।

0
0
0
s2sdefault