ହେଡଲାଇନସ୍:

ପୁନର୍ବାର ତୃତୀୟ ଥର ପାଇଁ ବିଧାୟକ ପ୍ରାର୍ଥୀ ଭାବେ ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କୁ ବିଜୁ ଜନତା ଦଳରୁ ମନୋନୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନିଶ୍ଚିନ୍ତକୋଇଲି ବ୍ଳକ ବିଜୁ ଜନତା ଦଳ ପକ୍ଷରୁ ବିପୁଳ ସ୍ବାଗତ l

 ( ନିଶ୍ଚିନ୍ତକୋଇଲି- ଶାସକ ପ୍ରଶାସକ): କଟକ ସଦର ନିର୍ବାଚନ ମଣ୍ଡଳୀରେ ଜଣେ କର୍ତ୍ତବ୍ୟନିଷ୍ଠା, କରିତକର୍ମା,ବିକାଶପୁରୁଷ, ସୁଖ ଦୁଃଖର ସାଥୀ ଭାବେ ସବୁବେଳେ ସବୁ ସମୟରେ ଜନସାଧାରଣଙ୍କ ସାଥିରେ ରହି ସମଗ୍ର କଟକ ସଦର ନିର୍ବାଚନ ମଣ୍ଡଳୀର ବିକାଶ କରିଆସିଛନ୍ତି ପୂର୍ବତନ ମନ୍ତ୍ରୀ, ପ୍ରଫେସର ସ୍ୱର୍ଗତ କାଳିନ୍ଦୀଚରଣ ବେହେରାଙ୍କ ସୁପୁତ୍ର ବିଧାୟକ ଚନ୍ଦ୍ରସାରଥୀ ବେହେରା । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଶାସନରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇବା ସହିତ ସମଗ୍ର ଓଡ଼ିଶାରେ କଟକ ସଦର ନିର୍ବାଚନ ମଣ୍ଡଳୀକୁ ଗୌରବାନ୍ବିତ କରିପାରିଛନ୍ତି । ଯାହାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କ ଉପରେ ଆସ୍ଥା ଓ ଭରସା ରଖି ପୁନର୍ବାର ତୃତୀୟ ଥର ପାଇଁ କଟକ ସଦର ବାସୀଙ୍କ ସେବା କରିବା ପାଇଁ ବିଧାୟକ ପ୍ରାର୍ଥୀ ଭାବେ ବିଜୁ ଜନତା ଦଳରୁ ବିଧାୟକ ଶ୍ରୀ ବେହେରାଙ୍କୁ ମନୋନୀତ କରିଛନ୍ତି । କଟକ ସଦର ନିର୍ବାଚନ ମଣ୍ଡଳୀ ଜନପ୍ରିୟ ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କୁ ତୃତୀୟ ଥର ବିଧାୟକ ପ୍ରାର୍ଥୀ ରୂପେ ବିଜୁ ଜନତା ଦଳ ପକ୍ଷରୁ ମନୋନୀତ କରାଯାଇଥିବାରୁ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ଶ୍ରୀ ବେହେରା ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ନେମାଳ ସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ବିଜୁ ଜନତା ଦଳ ଉପସଭାପତି ଅଚ୍ୟୁତାନନ୍ଦ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲାପରିଷଦ ସଭ୍ୟ ଇଂ. ବିଳାସ କୁମାର ଭୋଇ, ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ସାଇଁ, ବିଜେଡ଼ି ବ୍ଳକ କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ନାୟକ, ପ୍ରାକ୍ତନ ସରପଞ୍ଚ ସରୋଜ କୁମାର ବେହେରା,ଶାବିର ମହମ୍ମଦ, ଦୁର୍ଗା ପ୍ରସାଦ ଦାସ, ସମିତିସଭ୍ୟ ବିଶ୍ଵେନ୍ଦୁ ମହାରଣା, କିଶୋର ସାହାଣୀ, ସରପଞ୍ଚ ମିଲନ ଭୂୟାଁ, ସୌଭାଗ୍ୟଲକ୍ଷ୍ମୀ ମଲିକ, ନନ୍ଦିନୀ ନାୟକ,ରମାକାନ୍ତ ବେହେରା, ତାରାକାନ୍ତ ମଲିକ, ଶରତ ସାମଲ, ନୃସିଂହଚରଣ ମୁଦୁଲି, ବିମଳପ୍ରସାଦ ଦାସ, ସୁନାକର ସାହୁ, ରଘୁନାଥ ସେଠୀ,ବିଶ୍ଵନାଥ ପଣ୍ଡା, ଉମେଶ ଭୂୟାଁ, ନାରାୟଣ ସାଇଁ, ତରଣୀସେନ ଜେନା,ରତିକାନ୍ତ ଭୂୟାଁ, ମାନଗୋବିନ୍ଦ ଦାସ, କାଳିନ୍ଦୀ ଭୋଇ, ହେମନ୍ତ ବେହେରା, ଚନ୍ଦ୍ରକାନ୍ତ ବେହେରା, ବିଶ୍ଵଜିତ୍ ପରିଡ଼ା, ଦର୍ଶନୀ ନାୟକ, ବଳଦେବାନନ୍ଦ ଦାସ, ହିମାଂଶୁ ଶେଖର ଦାସ, ବବି ସିଂ, କାମିନୀ ସାଇଁ, ପଦ୍ମାବତୀ ସାହୁ, ସସ୍ମିତା ମହାନ୍ତି, ନିରଞ୍ଜନ ନାୟକ, ବିଷ୍ଣୁଚରଣ ଦାସ, ଦିବାକର ସାହୁ, ନରହରି ବାରିକ, ବାବାଜୀ ନାୟକଙ୍କ ସମେତ ବହୁ ବିଜେଡ଼ି କର୍ମୀ ଯୋଗ ଦେଇ ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କୁ ସାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସ‌ହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧକ୍ଷ ଭି.କେ.ପାଣ୍ଡିଆନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏପରିକି ଆଗାମୀ ସାଧାରଣ ନିର୍ବାଚନରେ କିଭଳି ଭାବେ ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କ ବିପୁଳ ବିଜୟ ହୋଇପାରିବ ତାହାପାଇଁ ସମସ୍ତ ବିଜୁ ଜନତା ଦଳ କର୍ମୀ ଶ୍ରୀ ଶ୍ରୀ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ ।

0
0
0
s2sdefault