ହେଡଲାଇନସ୍:

ମା’ ସମଲେଶ୍ୱରୀଙ୍କ ଦର୍ଶନ ସହ ସମ୍ବଲପୁରବାସୀ ଓ କାର୍ଯ୍ୟକର୍ତ୍ତାଙ୍କ ସହ ହୋଲି ଖେଳିଲେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରବାସୀଙ୍କ ସେବା କରିବା ପାଇଁ କଠିନ ପରିଶ୍ରମ କରିବାକୁ ମାଗିଲି ମା’ସମଲେଇଙ୍କ ଆଶିଷ - ଧର୍ମେନ୍ଦ୍ର ପ୍ରଧାନ

  • • ଦେଶର ପ୍ରମୁଖ ଧାର୍ମିକ, ସାଂସ୍କୃତିକ ଓ ସାରସ୍ୱତ ପୀଠ ସମ୍ବଲପୁର

  • • ମା’ଙ୍କ କୃପା ସଦାବେଳେ ମୋ ଉପରେ ରହିଆସିଛି

  • • ଓଡ଼ିଶା ସମେତ ଦେଶର ଜନସାଧାରଣଙ୍କ ହୋଲି ପର୍ବର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

  • • ଉତ୍ସାହ ଓ ଉଲ୍ଲାସର ପର୍ବ ହୋଲି ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସର ନୂଆ ରଙ୍ଗ ଭରିଦେଉ


Imageସମ୍ବଲପୁର, ମାର୍ଚ୍ଚ ୨୬ – ହୋଲି ପର୍ବର ଶୁଭ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ସ୍ଥାନୀୟ ଜନସାଧାରଣ ଓ କାର୍ଯ୍ୟକର୍ତ୍ତାଙ୍କ ସହ ହୋଲି ଖେଳିଛନ୍ତି ।

Imageମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ପ୍ରମୁଖ ଧାର୍ମିକ, ସାଂସ୍କୃତିକ ଓ ସାରସ୍ୱତ ପୀଠ ସମ୍ବଲପୁର । ପ୍ରଜାତନ୍ତ୍ରର ପୂଜାରୀ ଭାବେ ମା’ ସମଲେଶ୍ୱରୀଙ୍କ ଭୂମି ସମ୍ବଲପୁରକୁ ପ୍ରତିନିଧିତ୍ୱ କରିବା ପାଇଁ ସୁଯୋଗ ମିଳିବା ମୋ ପାଇଁ ବହୁତ ସୌଭାଗ୍ୟର ବିଷୟ । ଯୁବାବସ୍ଥାରୁ ମା’ଙ୍କ କୃପା ସଦାବେଳେ ମୋ ଉପରେ ରହିଆସିଛି । ସମ୍ବଲପୁରବାସୀଙ୍କ ସେବା କରିବା ପାଇଁ ଅଧିକ ଶକ୍ତି ପ୍ରଦାନ କରିବାକୁ ମା’ଙ୍କ ନିକଟରେ ପ୍ରାର୍ଥନା କଲି । ମା’ ସମଲେଇଙ୍କ ଆଶୀର୍ବାଦରୁ ଦେଶ ଆହୁରି ଶକ୍ତିଶାଳୀ ହେଉ, ଓଡ଼ିଶା ବିକାଶର ଚରମ ସୀମାକୁ ଯାଉ ଏବଂ ସମ୍ବଲପୁର ଜିଲ୍ଲା ଏ ଦିଗରେ ଅଗ୍ରଣୀ ଭୂମିକା କରିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।

Imageସେହିପରି କେନ୍ଦ୍ରମନ୍ତ୍ରୀ ସମ୍ବଲପୁରରେ କାର୍ଯ୍ୟକର୍ତ୍ତା ଓ ଜନସାଧାରଣଙ୍କ ସହ ହୋଲି ଖେଳି ଖୁସିବ୍ୟକ୍ତ କରିଛନ୍ତି । ଓଡ଼ିଶା ସମେତ ଦେଶର ଜନସାଧାରଣଙ୍କୁ ହୋଲିର ଶୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି ରଙ୍ଗ, ଉତ୍ସାହ ଓ ଉଲ୍ଲାସର ପର୍ବ ହୋଲି । ଏହି ପର୍ବ ଓଡ଼ିଶା ସମେତ ଦେଶର ନାଗରିକଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସର ନୂଆ ରଙ୍ଗ ଭରିଦେଉ ।

0
0
0
s2sdefault