ହେଡଲାଇନସ୍:

ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲେ ରୁଗୁଡି ପଡା ଦୁର୍ଗା ପୂଜା କମିଟିର କର୍ମକର୍ତ୍ତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୮ ତାରିଖରେ ଆହ୍ଲାବାଦରେ କରିବେ ଅସ୍ଥି ବିସର୍ଜନ

ବଲାଙ୍ଗିର,(ନିରୋଜ ମିଶ୍ର)-ସୋମବାର ସନ୍ଧ୍ୟାରେ ବଲାଙ୍ଗିର ରୁଗୁଡିପଡା ଦୁର୍ଗା ପୂଜା କମିଟି ପକ୍ଷରୁ ଅସହାୟ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କୁ ଟିଟିଲାଗଡ ରାସ୍ତା ସ୍ଥିତ ସ୍ୱର୍ଗଦ୍ୱାର ଠାରେ ଶବ ସତ୍କାର କରାଯାଇଛି । ମୃତ ଅସହାୟ ବୃଦ୍ଧାଙ୍କ ନା ହେଲା ସାଏବାନୀ ବଗର୍ତ୍ତୀ(୭୫) । ରୁଗୁଡିପଡା ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଏକୁଟିଆ ରହୁଥିବା ବେଳେ ତାଙ୍କ ନିଜର ବୋଲି କେହି ନଥିଲେ । ଅପରାହ୍ନାରେ ବାର୍ଦ୍ଧକ୍ୟଜନିତ ମୃତ୍ୟୁ ପରେ ତାଙ୍କୁ ରୁଗୁଡିପଡା ଦୁର୍ଗା ପୂଜା କମିଟି ପକ୍ଷରୁ ସମସ୍ତ ଦାୟିତ୍ୱ ନିଆଯାଇଛି । ସମ୍ପାଦକ ହରି ନାରାୟଣ ପୂଜାରୀ ମୁଖାଗ୍ନି ଦେଇଥିଲେ । ତେବେ ବୃଦ୍ଧା ମୃତ୍ୟୁ ପରେ ସେ ରହୁଥିବା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅସହାୟ ବୃଦ୍ଧାଙ୍କ ସ୍ଥାନୀୟ ସ୍କୁଲ ପାଖରେ ଦୀର୍ଘ ଦିନ ହେଲା ରହୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ଆଜି ଶବ ସତ୍କାର ସମୟରେ ବିଭୂ ପ୍ରସାଦ ଦୋରା,ଟୁନା ପଟ୍ଟନାୟକ,ଚେତନାନନ୍ଦ ପଣ୍ଡା,ଟିକୁ ମହାନ୍ତି,ଶିବାନନ୍ଦ ବାଗ,କାହ୍ନୁ ବଗର୍ତ୍ତୀ,ଅରୁଣ କୁମାର ନାଏକ,ବାଜୁ ଦାଶ,ବାବୁ ଚନ୍ଦନ,ମାନସ ନାଏକ,ବାମଦେବ ବଗର୍ତ୍ତୀ,ବୁଲୁ ବନଛୋର,ସୁଦର୍ଶନ ବଗର୍ତ୍ତୀ,ଜୟନ୍ତ ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏଠି ସୂଚନା ଥାଉକି ଆସନ୍ତା ୮ ତାରିଖରେ ଆହ୍ଲାବାଦରେ ଅସ୍ଥି ବିସର୍ଜନ କରି ୧୧ ତାରିଖରେ ରୁଗୁଡିପଡା ମଣ୍ଡପରେ ଗଙ୍ଗାଶ୍ରାଦ୍ଧ ଆୟୋଜନ କରାଯିବ ବୋଲି କମିଟିର ସଭାପତି ଲଲିତ କୁମାର ନାୟକ ସୂଚନା ଦେଇଛନ୍ତି ।

0
0
0
s2sdefault