ହେଡଲାଇନସ୍:

ତିତଲି ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଭେଟିଲେ ରାଜ୍ୟ ଅର୍ଥ ମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯୁଦ୍ଧକାଳୀନ ଭିତ୍ତିରେ ଥଇଥାନ-ପୁନର୍ବାସ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ଅର୍ଥ ଓ ବିଭାଗ ମନ୍ତ୍ରୀ ଶଶି ଭୁଷଣ ବେହେରା ଗଜପତି ଜିଲ୍ଲାରେ ତିତଲି ପ୍ରଭାବିତ ବିଭିନ୍ନ ଅଞ୍ଚଳ ଗସ୍ତ କରି କ୍ଷତିଗ୍ରସ୍ତ ଲୋକଙ୍କୁ ବିଭିନ୍ନ ସରକାରୀ ସାହାଯ୍ୟ ବଣ୍ଟନ କରିଥିଲେ । ମନ୍ତ୍ରୀ ବେହେରା ସର୍ବାଧିକ ପ୍ରଭାବିତ ରାୟଗଡ ବ୍ଲକ ଗ୍ରସ୍ତ କରି ଗଣ୍ଡାହାତୀ ପଞ୍ଚାୟତର ପଦ୍ମପୁର, ଅଡଗାଁ,କଇଁପୁର ପଞ୍ଚାୟତ କାର୍ଯ୍ୟାଳୟ ଓ ଆଶ୍ରମ ସ୍କୁଲ ସବୁ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ପଦ୍ମପୁର ଓ ଅଡାଗାଁରେ କ୍ଷତି ଗ୍ରସ୍ତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ଅଭିଯୋଗ ଶୁଣିଥିଲେ । ସେଠାରେ ଗ୍ରାମବାସୀଙ୍କୁ ଶତାଧିକ ସଂଖ୍ୟାରେ ଶୀତକମ୍ୱଳ ବଣ୍ଟନ କରିବା ସହ ଘର ଭଙ୍ଗା ସହାୟତା ରାଶି ପ୍ରଦାନ କରିଥିଲେ । କଇଁପୁର ଗ୍ରାମରେ କ୍ଷତିଅଞ୍ଚଳ ବୁଲି ଦେଖିବା ସହ ସେଠାରେ ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ରିଲିଫ ସାମଗ୍ରୀ ମହଜୁଦ ଉପରେ ବୁଝିଥିଲେ । ଆଶ୍ରମ ସ୍କୁଲ ଯାଇ ସେଠାକାର କ୍ଷୟକ୍ଷତି ସ୍ଥିତି ଅନୁଧ୍ୟାନ କରି ସ୍କୁଲ ଗ୍ରୃହର ଛାତ୍ର ଓ ଅନ୍ୟାନ୍ୟ କ୍ଷୟକ୍ଷତି ସବୁ ବୁଲି ଦେଖିଥିଲେ । ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳଙ୍କ ସମ୍ମିଳନି କକ୍ଷଠାରେ ତିତଲି ବାତ୍ୟା କ୍ଷୟକ୍ଷତି ଏବଂ ପରବର୍ତ୍ତି ସମୟରେ ରିଲିଫ ଥଇଥାନ ପୁନର୍ବାର ତଥା ପୁନରୁଦ୍ଧାର ତଥା ପୁନବାସ କାର୍ଯ୍ୟସବୁ କିଭଳି ଚାଲିଛି ତାର ଅଗ୍ରଗତି ଉପରେ ଜିଲ୍ଲା ସ୍ତରୀୟ ସମିତି ବୈଠକ ମନ୍ତ୍ରୀ ଶଶିଭୁଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଅନୁପମ ସାହା ତିତଲି ବାତ୍ୟା ପରବର୍ତ୍ତି ସମୟରେ ବିଭିନ୍ନ ବିଭାଗ ପକ୍ଷରୁ ପୁନର୍ବାସ ଥଇଥାନ, ରିଲିଫ କାର୍ଯ୍ୟକ୍ରମ ପ୍ରଭୃତି ଉପରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ । ଏହି ଗସ୍ତ ଉପରେ ପଞ୍ଚାୟତରାଜ ପ୍ରମୁଖ ଶାସନ ସଚିବ ଡି.କେ ସିଂ,ଶକ୍ତି ସଚିବ ହେମନ୍ତ ଶର୍ମା ଏବଂ ରାଜ୍ୟ ସ୍ୱତନ୍ତ୍ର ରିଲିଫ ଯୁଗ୍ମ କମିଶନର ପ୍ରଭାତ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ସେମାନଙ୍କ ବିଭାଗୀୟ ପୁନରୁଦ୍ଧାର ଓ ରିଲିଫ ଥଇଥାନ ପ୍ରଭୃତି ସ୍ଥିତିର ଏବଂ ଅଗ୍ରଗତିର ସମୀକ୍ଷା କରିଥିଲେ । ସାମ୍ୱାଦିକମାନଙ୍କୁ ସୂଚନା ଦେଇ ଅର୍ଥମନ୍ତ୍ରୀ ବେହେରା କହିଥିଲେ ଯେ ତିତଲି ବାତ୍ୟାରେ ସମଗ୍ର ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଜୀବନହାନି ଘଟିଛି । ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ସହାୟକ ପରିସ୍ଥିତି ଫେରାଇ ଆଣିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟକ୍ରମ ସହ ରିଲିଫ, ଚାଉଳ,ଟଙ୍କା, ପଲିଥିନ ପ୍ରଭୃତି ବଣ୍ଟନ ଓ ଥଇଥାନ କାର୍ଯ୍ୟକ୍ରମ ଆଗେଇ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ତିନିଗୋଟି ବହୁମୁଖୀ ଆଶ୍ରୟ ସ୍ଥଳ ରାୟଗଡ ବ୍ଲକ ଅଞ୍ଚଳରେ ହେବ । ସମସ୍ତ କ୍ଷେତ୍ରରେ ସୁଧାରିବା ଏବଂ ସହାୟତା ଦେବା କ୍ଷେତ୍ରରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର କାର୍ଯ୍ୟକ୍ରମ ପ୍ରଶଂସନୀୟ | ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୨୫୦କୋଟି ଏ ଦିଗରେ ଖର୍ଚ୍ଚ କରିସାରିଥିବା ଠାରେ କେନ୍ଦ୍ରଠାରୁ ଗୋଟିଏ ଟଙ୍କାସହାୟତା ମିଳିନାହିଁ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱତନ୍ତ୍ର ବିକାଶପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡା, ଜିଲ୍ଲାପାଳ ଅନୁପମ ସାହା,ମୋହନା ବିଧାୟିକା ବାସନ୍ତି ମଲ୍ଲିକ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ପୂର୍ବତନ ବିଧାୟକ ନାରାୟଣ ରାଓ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆର ବିଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।  

0
0
0
s2sdefault