ହେଡଲାଇନସ୍:

କୋସଲିର ସାମ୍ବିଧାନିକ ସ୍ୱୀକୃତି ପାଇଁ ଜନ୍ତର ମନ୍ତର ଠାରେ ୫ରେ ଧାରଣା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ ନୀଳ ଦୀପ : କୋସଲି ଭାଷାର ସାମ୍ବିଧାନିକ ସ୍ୱୀକୃତି ଦାବୀ ନେଇ ଆସନ୍ତା ନଭେମ୍ବର ୫ରୁ ଜନ୍ତର ମନ୍ତର, ଦିଲ୍ଲୀ ଠାରେ କୋସଲି କ୍ରିୟାନୁଷ୍ଠାନ  କମିଟୀ ତରଫରୁ ଧାରଣା ଦିଆହେବା ନେଇ ଆବାହକ ସାକେତ ଶ୍ରୀଭୂଷଣ ସାହୁ ଜଣାଇଛନ୍ତି । ପଶ୍ଚିମ ଓଡିଶାର ୨ କୋଟି ଲୋକଂକ ମାତୃଭାଷାର ହକ ପାଇଁ ରାଜସ୍ଥାନୀ, ପଂଜାବୀ, ବଂଗାଲି, ମରାଠି, ଭୋଜପୁରୀ, ଅଂଗିକା, ହିନ୍ଦି ଆଦି ବିଭିନ୍ନ ଭାରତୀୟ ଭାଷାର କର୍ମୀ ଯୋଗଦେବା ପାଇଁ ସହମତି ଜଣାଇଛନ୍ତି । ଏହା ବ୍ୟତୀତ ଦିଲ୍ଳୀ ସ୍ଥିତ ବିଭିନ୍ନ ଛାତ୍ର ସଂଘଠନ, ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ  ଓ ବ୍ୟକ୍ତି ଯୋଗଦେବା ପାଇଁ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ ରାଜ୍ୟ ସରକାର କେନ୍ଦ୍ର ସରକାରକୁ ୨୦୧୪ ତଥା ୨୦୧୫ ରେ ନୂତନ ସରକାର ଗଠନ ପରେ କୋସଲିକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିବା ପାଇଁ ସୁପାରିଶ କରି ସାରିଛନ୍ତି । 

0
0
0
s2sdefault