ହେଡଲାଇନସ୍:

୩ ମୁଣ୍ଡ ଗଡ଼ିବା ପରେ ହାତୀ ଆତଙ୍କରେ ଲୋକ ଆତଙ୍କିତ : ହେଲେ ସତଠୁ ବଳାଇ ଯାଉଛି ଗୁଜବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଜବରେ ଧ୍ୟାନ ନଦେବାକୁ ପ୍ରଶାସନ ଓ ସ୍ବେଛାସେବୀମାନଙ୍କ ନିବେଦନ

ବରଗଡ/ଗୌରାଙ୍ଗ ଚରଣ ଦାଶ :- ବରଗଡ ଜିଲ୍ଲା ର ପାଇକମାଲ ଓ ଝାରବନ୍ଧ ଅଞ୍ଚଳ ରେ ଗତ କିଛି ଦିନ ହେଲା ହାତୀ ମାନଙ୍କର ଦ୍ୱାରା ବ୍ୟାପକ ଧନ ଜୀବନ କ୍ଷତି ହେଇ ସାରିଲାଣି । ଗତ 1 ସପ୍ତାହ ମଧ୍ୟରେ ପଇକମାଲ ଓ ଝାରବନ୍ଧ ବ୍ଲକ ର 3 ଟି ସ୍ଥାନ ରେ 3 ଜଣକୁ ହାତୀ ନୃଶଂସ ଭାବରେ ଦଳିଚକଟି ମାରି ଦେଇସାରିଲାଣି । ଗତ 36 ଘଣ୍ଟା ମଧ୍ୟରେ 2 ଜଣ ହାତୀର ଶିକାର ହେଇ ଗଲେଣି । ପଇକମାଲ ଓ ଝାରବନ୍ଧ ଅଂଚଳରେ 2 ଗୋଟି ଫୋରେଷ୍ଟ ରେଞ୍ଜ ଅଫିସ ରହିଛି କିନ୍ତୁ ଏରିଆ ତୁଳନାରେ ଉକ୍ତ 2 ଟି ଅଫିସ ରେ ବହୁତ କମ କର୍ମଚାରୀ ରହିଛନ୍ତି । ଏପଟେ କର୍ମଚାରୀ କମକୁ ହାତୀ ସଂଖ୍ୟା ଅଧିକ ଭଳି ଲାଗୁଛି । ଫରେଷ୍ଟ ବିଭାଗର କର୍ମଚାରୀ ମାନେ ଗୋଟେ ପଟୁ ହାତୀ ତଡିଲା ବେଳକୁ ହାତୀ ଆସି ଅନ୍ୟପଟେ ହାଜର। ଇତି ମଧ୍ୟରେ ହାତୀ ଅନେକ ଚାଷୀ ଙ୍କର ଫସଲ ମଧ୍ୟ ନଷ୍ଟ କରି ସାରିଲେଣି । ଏଥିପାଇଁ ଚାଷୀଙ୍କର ମନରେ ଆଶଙ୍କା ଦେଖାଦେଇଛି । ଏପଟେ ଆଜି ଆଞ୍ଚଳିକ କୃଷକ ମହାସଙ୍ଗର ଏକ ବୈଠକରେ ଆଗାମୀ 48 ଘଣ୍ଟାରେ ହାତୀ ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ଚାଷୀ ମନେ ବରତୁଣ୍ଡା ଠାରେ ରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଏପଟେ ଜଙ୍ଗଲ ବିଭାଗର ଅଧିକାରୀ ମାନେ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟ ରେ ଲୋକଙ୍କୁ ସନ୍ଧ୍ୟା ପରେ ଘରୁ ନବହାରିବା ପାଇଁ ନିବେଦନ କରୁଥିବା ଦେଖାଯାଉଛି । ଆଜି ସକାଳେ ପଇକମାଲ ରେଞ୍ଜର ଗତକାଲି ମୃତ୍ୟୁବରଣ କରିଥିବା ତୁର୍ଲା ଗ୍ରାମର ସତ୍ୟ କୁମାର ସାହୁ ଘରକୁ ଯାଇ ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ ପ୍ରଧାନ ,ସରପଞ୍ଚ ଓ ସମାଜସେବୀ ମୁଜାଫର ହୁସେନ ଙ୍କର ଉପସ୍ଥିରେ ମୃତକ ଙ୍କର ପତ୍ନୀ ରମ୍ଭା ସାହୁ ଙ୍କୁ 40000 ଟଂକାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

ବର୍ତ୍ତମାନ ସମୟ ରେ ହାତୀ କିଭଳି ଭାବର ଆଉ ଧନଜୀବନ ନଷ୍ଟ ନକରିବ ସେଥିପ୍ରତି ପ୍ରଶାସନ ଓ ଜଙ୍ଗଲ ବିଭାଗ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ସହିତ ଅଂଚଳ ରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାର ନିହାତି ଆବଶ୍ୟକ । ଅନ୍ୟପକ୍ଷରେ କୌଣସି ପ୍ରକାରର ଗୁଜବରେ ଧ୍ୟାନ ନଦେବାକୁ ପ୍ରଶାସନ ଓ ସ୍ବେଛାସେବୀ ମାନଙ୍କ ତରଫରୁ ନିବେଦନ କରାଯାଇଛି |

0
0
0
s2sdefault