ହେଡଲାଇନସ୍:

ଏଇ ଆମରି ଗାଁ, ସମସ୍ୟା  ତାର ନାଁ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚଣ୍ଡିଖୋଲ ରୁ ପ୍ରଫୁଲ ସାହୁ :  ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ ଲେମ୍ବୋ ପଞ୍ଚାୟତର ପଳାସଖଳିଗାଁ ରେ ଅନେକ ସମସ୍ୟା | ପାଣି ସମସ୍ୟା ,ରାସ୍ତା ସମସ୍ୟା, ଘର ସମସ୍ୟା,ବିଦ୍ୟୁତ ସମସ୍ୟା | ସମସ୍ୟା ଏତେ ଯେ ପଳାସଖଳିଗାଁର ଅନ୍ୟ ନାଁ ସମସ୍ୟା ବୋଲି କହିଲେ ଭୁଲ ହେବନି |

ଗ୍ରାମରେ 400 ପାଖା ପାଖିଲୋକ ବାସ କରନ୍ତି | ଏହି ଗ୍ରାମ ରେ ଏକ ସୌର ଚାଳିତ ପାଣି ଟାଙ୍କି ଖୋଲା ହେବାର 1 ବର୍ଷ ନ ପୁରୁଣୁ ଖରାପ ହୋଇ ପଡି ରହିଛି ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।ଏକ ମାତ୍ର ବିପଦ ପୂର୍ଣ୍ଣ କୂଅ ଓ ନାଳ ଉପରେ ଏହି ଗ୍ରାମ ର ଲୋକେ ଭରଷା କରି ଚଳୁଛନ୍ତି ।ସେ ପାଣି ବ୍ୟବହାର ଉପଯୋଗୀ ହୋଇ ନଥିବା ସତ୍ତ୍ୱେ ବି ବାଧ୍ୟ ହୋଇ ଏହି ଗ୍ରାମ ଲୋକେ ସେହି ପାଣି ବ୍ୟବହାର କରୁଛନ୍ତି । ତିତିଲି ବନ୍ୟା ରେ ରାସ୍ତା ଭାସିଯିବାରୁ ନାହିଁ ନଥିବା ଅସୁବିଧା ,ଅନ୍ଧ ଭାଈ ,ଭଉଣୀ ଭଙ୍ଗା ଘରେ ରହୁଛନ୍ତି, ବୁଢା ମଉସା ଏକା ଭଙ୍ଗା ଘରେ ବହୁତ ଅସୁବିଧାର ରହୁଛନ୍ତି । ବିଦ୍ୟୁତ ତାର ଛିଡି ଯାଇଛି ଯେ ଆଜି ପର୍ଯ୍ୟନ୍ତ ଲାଇନ ଜଲିବା ନା ଧରୁନି ।ସରକାର ଏଥି ପ୍ରତି ଦୃଷ୍ଟି ଦେବା ଅତି ଜରୁରୀ ଆବଶ୍ୟକ

0
0
0
s2sdefault