ହେଡଲାଇନସ୍:

ବଲାଙ୍ଗୀରର ସୁରକ୍ଷାଚକ୍ର ରୁପେ ବିବେଚିତ ବାଏପାସ/ ରିଂ ରୋଡ୍ ଥିଲେ  ପୁଣି ଏକ ନିରିହ ଯୁବକଙ୍କ ମୃତ୍ୟୁ ହୋଇନଥାନ୍ତା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର/ ନିରୋଜ ମିଶ୍ର : ଶନିବାର  ରାତି ପାଖାପାଖି ୧୦.୩୦ମି ସମୟରେ ବଲାଙ୍ଗୀର କୋଶଳ କଳାମଣ୍ଡଳ ରାସ୍ତା ରେ ଦୃତଗତିରେ ଥିବା ଗୋଟିଏ ଭାରିଯାନ ୰ବେଣ୍ଟୁ ସୁନା,(ହୋମଗାର୍ଡ) , ନିବାସୀ କଦମ ପଡା ଙ୍କୁ ପଛପଟୁ ଧକ୍କା ଦେଇଥିଲା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଆମ୍ଭମାନଙ୍କ ପାଖରେ ଖବର ପହଞ୍ଚିବା ପରେ ବାହାରି ପଡିଥିଲୁ ସନ୍ଥକବି ଭୀମଭୋଇ ମେଡିକାଲ କଲେଜ , ବଲାଙ୍ଗୀର  ଅଭିମୁଖେ ପହଞ୍ଚିବା ପରେ ସୁଚନା ପାଇଲୁ ତାଙ୍କୁ ସବ ବେବଛେଦ ପାଇ ହସପିଟାଲ କର୍ତ୍ତୃପକ୍ଷ ରଖିସାରିଥିଲେ  ପୁଣି ବାହାରିଲୁ ତାଙ୍କର ଘର ଅଭିମୂଖେ ଏବଂ ତାଙ୍କର ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ସହିତ ସମବେଦନା ଜଣାଇଥିଲୁ ।  ତା:୨୮|୧୦|୧୮ ସକାଳ ୧୧ଟା ସମୟରେ ବଲାଙ୍ଗୀର ଜିଳ୍ଳାପାଳ ଙ୍କ ସହିତ ବାଏପାସ/ରିଂ ରୋଡ୍ ନିର୍ମାଣ ସମ୍ପକିର୍ତ ଆଲୋଚନା କରିବା ସହିତ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ସହରବାସୀଙ୍କ ସୁରକ୍ଷା ନିମନ୍ତେ  ଅନୁରୋଧ କରାଯାଇଛି ରାତି ୧୧ଟା ରୁ ସକାଳ ୬ଟା ମଧ୍ୟରେ ସହରରେ ଭାରିଯାନ ଚଳାଚଳ କରାଯାଉ । ବଲାଙ୍ଗୀର ସହରରେ ଉଠାଦୋକାନୀ ଙ୍କ ଜବରଦଖଲ କୁ ହ୍ରାସ କରାଯାଉ । ସହର ଭିତରେ ପାର୍କିଂ ବ୍ୟବସ୍ଥାକୁ ସୁଧାର ଆଣିବା ଓ  ବିଭିନ୍ନ ସମସ୍ୟାରୁ ଦୁର୍ଘଟଣା ନ ହେବ ଓ  ସମାଧାନ ପାଇଁ ନିବେଦନ କରାଯାଇଛି ।

0
0
0
s2sdefault