ହେଡଲାଇନସ୍:

ପୁଇଁନ୍ତଳା ବ୍ଲକ ସ୍ତରୀୟ ଜୁନିୟର ରେଡକ୍ରସ ସଚେତନତା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର(ନିରୋଜ ମିଶ୍ର) : ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ଜବାହାରଲାଲ ନୋଡାଲ ଉଚ୍ଚ ବିଦ୍ୟାଳୟ, ବିଲୋଇସର୍ଡାରେ ବ୍ଲକ ସ୍ତରୀୟ ଜୁନିୟର ରେଡକ୍ରସ ସଚେତନତା ଶିବିର ଅନୁଷ୍ଠିତ  ହୋଇଯାଇଛି । ଜିଲ୍ଲା ଜୁନିୟର ରେଡକ୍ରସ ସମ୍ପାଦକ ଜ୍ୟୋତି ପ୍ରସାଦ ପରିଡା ଏହି କାର୍ଯ୍ୟକ୍ରମକୁ ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶ୍ରୀ ପରିଡା ନିଜ ବାର୍ତାରେ  ସମସ୍ତ ଜୁନିୟର ମାନଙ୍କୁ ଭଲ ମଣିଷଟିଏ ହେବାକୁ ଉପଦେଶ ସହ ରେଡକ୍ରସର ସ୍ୱାସ୍ଥ୍ୟ, ସେବା ଓ ବିଶ୍ୱ ବନ୍ଧୁତାର ବାର୍ତ୍ତାକୁ ସମସ୍ତ ଜୁନିୟର ପାଳନ କରିବା ଉଚିତ୍ ବୋଲି ମତ ବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରୀତା ବଢିଆ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାକୁ ଉଦଘାଟନ କରିଥିଲେ । ପରେ ବିଦ୍ୟାଳୟର  ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପୁରୋହିତଙ୍କ ସଭାପତିତ୍ୱରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ  ହୋଇଥିଲା । ବରିଷ୍ଠ  ଶିକ୍ଷକ ବିନୋଦ ବିହାରୀ ପାଣିଗ୍ରାହୀ, ଜେ.ଆର.ସି.ଓ  ସୁବାସ ଚନ୍ଦ୍ର ପଟେଲ, ରାଜ୍ୟ ସାଧନ କର୍ମୀ ବିକାଶ ସାହୁ, ମଧୁ ପଧାନ, ଗଦାଧର ବିଶ୍ୱାଳ, ଦେବାନନ୍ଦ ଦାଶ ରେଡକ୍ରସ ସମ୍ବନ୍ଧୀୟ ବାର୍ତ୍ତା ପ୍ରଦାନ କରିଥିଲେ । ଏହା ପରେ ସମସ୍ତ ଜୁନିୟର ସଚେତନତା ପ୍ଲାକାର୍ଡ ଧରି ଗ୍ରାମ୍ୟ ପରିକ୍ରମଣରେ ଯାଇ ଗ୍ରାମ ମଧ୍ୟରେ ସ୍ୱଚ୍ଛ ଭାରତ ଅଭିଯାନ, ପ୍ରାଥମିକ ଚିକିତ୍ସା, ହାତ ଧୁଆର ଉପକାରିତା ସମ୍ବନ୍ଧରେ ଲୋକମାନଙ୍କୁ ବାର୍ତ୍ତା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସାଧନ କର୍ମୀ ବିକାଶ ସାହୁ, ଜେଆରସିଓ ସୁବାସ ପଟେଲ ଓ ରବିନ୍ଦ୍ର ଠେଟୁଆଲ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ବିଇଓ ପୁଇଁନ୍ତଳା ନେପାଳ ଚନ୍ଦ୍ର ବାଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିଶୁ ମାନଙ୍କୁ ରେଡକ୍ରସର ମୂଳମନ୍ତ୍ରରେ ଦୀକ୍ଷିତ ହେବା ପାଇଁ ପ୍ରେରଣା ଦେବା ସହ ସମାଜର ଦୁଃସ୍ତ, ପୀଡିତ ମାନଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ପ୍ରେରଣା ଦେଇଥିଲେ । ଏହି ଅବସରରେ ଆୟୋଜିତ ସ୍ପଟ ପେଣ୍ଟିଙ୍ଗ ପ୍ରତିଯୋଗୀତାରେ ବିବେକ ଛତ୍ରିଆ ପ୍ରଥମ, ବିକାଶ ମେର୍ଲିର୍ ଦ୍ୱିତୀୟ ଓ ନିଶିକାନ୍ତ ନାଏକ ତୃତୀୟ ସ୍ଥାନ ଅଧିକାର କରିଥିଲେ ।  ସେହିପରି ସାଧାରଣ ଜ୍ଞାନ ପ୍ରତିଯୋଗୀତାରେ ସୁଶାନ୍ତ ସାହୁ ପ୍ରଥମ, ଶିତୁସ୍ମିତା ବେଦବାକ୍ ଦ୍ୱିତୀୟ ଓ ସିଦ୍ଧାନ୍ତ ପଟେଲ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ନୃତ୍ୟ ପ୍ରତିଯୋଗୀତାରେ ହରିପ୍ରିୟା ପଟେଲ ପ୍ରଥମ, ସାଦିଆ ମୁଗ୍ରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ, ଏକ୍ସଟେମ୍ପର ସ୍ପିଚ୍ ରେ ସୁଶାନ୍ତ ସାହୁ ପ୍ରଥମ, ସିଦ୍ଧାନ୍ତ ପଟେଲ ଦ୍ୱିତୀୟ ସ୍ଥାନ ଅଧିକାର କରି  ପୁରସ୍କୃତ ହୋଇଥିଲେ । କାର୍ଯ୍ୟକ୍ରମ ପରିଚାଳନା ରଞ୍ଜିତ ମିଶ୍ର କରିଥିବା ବେଳେ  ପୁଇଁତଳା ବ୍ଲକ ସଂଗଠକ ରବିନ୍ଦ୍ର ଠେଟୁଆଲ ସଂଯୋଜନା ଓ  ଧନ୍ୟବାଦ ଦେଇଥିଲେ ପ୍ରକୃତିବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକ । କାର୍ଯ୍ୟକ୍ରମରେ  ଅଜୁ ନାଏକ, ପଲ୍ଲବୀ ବିଶ୍ୱାଳ, ବିହାରୀ ପାଣିଗ୍ରାହୀ, ଆଶିଷ କୁମାର ବଣିଆ, ଚେତନା ପରିଷଦର ସଭାପତି ବିଜୁ ରଣା, ବିକାଶ ବିଶ୍ୱାଳ, ବବଲୁ ପାଣିଗ୍ରାହୀ, ବୁଲ୍ ବୁଲ୍ ପାଣିଗ୍ରାହୀ, ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁବାସିନୀ ସେଠି, ସୁଷମା ମେହେର,  ମମତା ପୁରୋହିତ,  ଶିକ୍ଷକ ସୁଧାଂଶୁ ଶେଖର ପଧାନ, ଚିନ୍ ମୋହନ ତ୍ରିପାଠୀ, କର୍ମଚାରୀ ଜଗନ୍ନାଥ ଯୋଶୀ, ଅମୂଲ୍ୟ ଦୋରା ପ୍ରମୁଖ ସହଯୋଗ କରିଥିଲେ  ।

0
0
0
s2sdefault