ହେଡଲାଇନସ୍:

ସୃଷ୍ଟି ହୋଇପାରେ ଅପ୍ରୀତିକର ପରିସ୍ଥିତି !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଜି  କୋର୍ଟ କାର୍ଯ୍ୟରେ ଯୋଗ ଦେବା ପାଇଁ ବିଜେଡ଼ି ଲିଗାଲ ସେଲ ପକ୍ଷରୁ ନିଷ୍ପତି

ଭୁବନେଶ୍ୱର, ୨୯ ଅକ୍ଟୋବର  : ଆଜିଠୁ କୋର୍ଟ କାର୍ଯ୍ୟରେ ଯୋଗ ଦେବା ପାଇଁ ବିଜେଡ଼ି ଲିଗାଲ ସେଲ ପକ୍ଷରୁ ନିଷ୍ପତି ହୋଇଛି । କୋର୍ଟକୁ ପ୍ରବେଶ କଲାବେଳେ ଯଦି ବିରୋଧ କରାଯାଏ ତାର ସାମ୍ନା କରିବା ପାଇଁ ସେଲ ପ୍ରସ୍ତୁତ ଅଛି ବୋଲି ଏହାର ସମ୍ପାଦକ ଅସୀମ ଅମିତାଭ ଦାସ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଦୀର୍ଘଦିନ ଧରି କୋର୍ଟ ବନ୍ଦ ରହିବା ଫଳରେ ରାଜ୍ୟର ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଂଚିତ ହୋଇଛନ୍ତି । ଏଥିପାଇଁ ମଧ୍ୟ ସେମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡ଼ୁଛି । କାର୍ଯ୍ୟରେ ଯୋଗଦେବା ପାଇଁ ଏ ସମ୍ପର୍କରେ ମଧ୍ୟ ବାର ଆସୋସିଏସନକୁ ଜଣାଇ ଦିଆଯାଇଛି । ଗତକାଲି ଯେଉଁ ବୈଠକ ଅନୁଷ୍ଠିତ  ହୋଇଥିଲା ତାର ବୈଧତା ନ ଥିଲା ।  ଅନ୍ୟପକ୍ଷରେ  ହାଇକୋର୍ଟ ଦେଇଥିବା ନିଦେ୍ର୍ଧଶ ଅନୁଯାୟୀ ପ୍ରତି ଜେଲ ମାନଙ୍କରେ କ୍ୟାମ୍ପ କୋର୍ଟ ଖୋଲାଯିବ । ସେଥିରେ କେବଳ ଜାମିନ ମାମଲା ଶୁଣାଣୀ କରାଯିବ ।

0
0
0
s2sdefault