ହେଡଲାଇନସ୍:

"ଓଡିଶା ବାସୀଙ୍କୁ ସ୍ୱୁଲରେ ଶିକ୍ଷକ ଦରକାର, ଏଆର ରେହମାନର ଗୀତ ଦରକାର ନାହିଁ , ରୋଜଗାର ଦରକାର ଶାହାରୁଖ ଖାଁ ଶୋ ଦରକାର ନାହିଁ ।"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁରରେ ବିଜେପିର ମିଶ୍ରଣ ପର୍ବ ୨୦୧୯ ନିର୍ବାଚନରେ ଡବଲ ଇଞ୍ଜିନ ଲାଗିବ -ଧର୍ମେନ୍ଦ୍ର ପ୍ରଧାନ

ବାସୁଦେବପୁର,-୨୦୧୯ ନିର୍ବାଚନରେ ଡବଲ ଇଞ୍ଜିନ ଲାଗିବ । ଭୁବନେଶ୍ୱରରେ ସରକାର ଓ ଦିଲୀରେ ସରକାର ଗଠନ କରିବ ବିଜେପି । ବିଜେପି ସରକାରକୁ ଆସିଲେ କୃଷିଋଣ ଛାଡ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ବିଜୁ ସ୍ୱାସ୍ଥ୍ୟକଲ୍ୟାଣକୁ ନେଇ ରାଜ୍ୟ ସରକାର ଯେଉଁ ବିଜ୍ଞାପନ ଦେଇଛନ୍ତି ତାହା ଦିନରେ ଲଣ୍ଠନ ଦେଖାଇବା ସଦୃଶ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

ଆଜି ଭଦ୍ରକର ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବହୁ ସଂଖ୍ୟାରେ କଂଗ୍ରସ କର୍ମୀ ବିଜେପିରେ ଯୋଗଦାନ କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ କଂଗ୍ରେସ ଦଳ ରାଜ୍ୟରେ ଅସ୍ତିତ୍ୱ ହରାଇଛି । କଂଗ୍ରେସ ଦଳ ଦିନରେ ବସନ୍ତ ଓ ରାତିରେ ବାସନ୍ତୀ ହେଉଥିବା ହେତୁ କଂଗ୍ରସ ଦଳ ଛାଡୁଛନ୍ତି ନେତାମାନେ । ରାଜ୍ୟରେ ବର୍ତମାନ ପିପିପି ମୋଡରେ ଶାସନ ଚାଲିଛି । ଜଣେ ଖଣି ବେପାରୀ, ଜଣେ ସରକାରୀ ଅଧିକାରୀ ଯେ ବଡଗୁମାସ୍ତା ଓ କଂଗ୍ରେସ ଓ ବିଜେଡିର ଦୁଇଜଣ ପି ନାମ ଧାରୀ ନେତା ଓଡିଆ ଲୋକଙ୍କ ସ୍ୱାର୍ଥକୁ ଅଣଦେଖା କରିବା ପାଇଁ ଉଦ୍ୟମ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟରେ ଚାଲିଛି ଚିଟଫଣ୍ଡ ନାଏକଙ୍କ ସରକାର । ମୁଖ୍ୟମନ୍ତ୍ରୀ ମହାଶୟ କହିବେ କି ସରୋଜ ସାହୁ କିଏ? ଶାସକ ଦଳର ମନ୍ତ୍ରୀ, ବିଧାୟକଙ୍କ ଘରେ ଚିଟଫଣ୍ଡର ଚେର ପହଁଚିଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୧୯ ମସିହାରୁ ପରିବର୍ତନ ବାସୁଦେବପୁରରେ ହେବ । ରାଜ୍ୟରେ ଅପାରଗ, ସ୍ଥାଣୁ, ବ୍ୟଭିଚାର ମିଛୁଆ ସରକାର ଚାଲିଛି । ରାଜ୍ୟରେ ଯୁବକ ମାନଙ୍କ ଅବସ୍ଥା ଭଲ ନାହିଁ । ସ୍ୱାସ୍ଥ୍ୟସେବା, ପିଇବାପାଣି ମିଳୁନି, ୨୪ ଘଂଟିଆ ବିଜୁଳି ସେବା ନାହିଁ । ବିଜେପି ସରକାରକୁ ଆସିଲେ ରାଜ୍ୟରେ କୃଷିଋଣ ଛାଡ ହେବ । ରାଜ୍ୟରେ ଅପାରଗ ସରକାର ଚାଲିଛି । ଓଡିଆ ଲୋକଙ୍କ ପ୍ରତି କେତେ ପ୍ରତିବଦ୍ଧତା ଅଛି ତାର ତର୍ଜମା କରିବାର ଆବଶ୍ୟକତା ଅଛି । ଏ ସରକାରଙ୍କୁ ସ୍ଥାଣୁ, ଅପାରଗ, କ୍ଲୀବ କହିଲେ କଷ୍ଟ ହେଉଛି । ଯାହାଫଳରେ ସେମାନେ ଗାଳିମନ୍ଦ, ମାରପିଟ ପ୍ରତିପକ୍ଷ ଲୋକଙ୍କୁ କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆୟୁଷ୍ମାନ ଯୋଜନା ଭାରତର ସବୁଠାରୁ ବଡ ସ୍ୱାସ୍ଥ୍ୟସେବା ଯୋଜନା । ବଡବଡ ବେମାରୀ ପାଇଁ ୫ଲକ୍ଷ ପର୍ଯ୍ୟନ୍ତ ସହାୟତା ସବୁଠି ମିଳିପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଏହି ଯୋଜନାରେ ସାମିଲ ହେବାପାଇଁ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ୨ ମାସରେ ୧ କୋଟି ଲୋକଙ୍କୁ ସ୍ୱାସ୍ଥ୍ୟସେବା ପହଁଚିଥିବା କଥା ରାଜ୍ୟ ସରକାର ବିଜ୍ଞାପନ ଦେଇଛନ୍ତି । ବିଜ୍ଞାପନଟି ସତ ହେଲେ କଥା ଟି ମିଛ । ୨୦୧୬-୧୭ ଇକୋନ୍ମିକ ସର୍ଭେ ରିପୋର୍ଟରେ ରାଜ୍ୟ ସରକାର ଜ୍ୱର, କାଶ ଓ ପେଟବ୍ୟଥା ପରି ଚିକିତ୍ସା ପାଇଁ ଓଡିଶାରେ ବର୍ଷତମାମ ୧୨ ଲକ୍ଷ ଯାଏଁ ଲୋକ ସ୍ୱାସ୍ଥ୍ୟ ସେବାପାଇଥିବା ଉଲ୍ଲେଖ କରିଛନ୍ତି । ୨୦୧୭-୧୮ର ହିସାବ ଦେଇନାହାନ୍ତି । ଯଦି ୧୫ ଲକ୍ଷ ପରିବାରର ୪ ଜଣ ଲେଖା ଏ ଚିକିତ୍ସିତ ହୋଇଥିବେ ଏହି ସଂଖ୍ୟା ୬୦ ଲକ୍ଷ ହୋଇପାରିବ । କିନ୍ତୁ ୧ କୋଟିର ଯେଉଁ ହିସାବ ଦିଆଯାଇଛି ତା ଦିନରେ ଲଣ୍ଠନ ଦେଖାଇବା ସଦୃଶ । ସେ ଯେଉଁ ହିସାବ ଦେଉଛି ତାହା ରାଜ୍ୟ ସରକାରଙ୍କ ହିସାବ । ଯଦି ଏହାକୁ କିଏ ଭୁଲ ପ୍ରମାଣିତ କରିଦେବ ତାହାହେଲେ ଧର୍ମେନ୍ଦ୍ର ପ୍ରଧାନ ଯୋଡହସ୍ତରେ ଭୁଲ ମାଗିବ । ସେହିପରି ରାଜ୍ୟ ବାହାରେ ଓଡିଆ ଲୋକମାନେ ଅଛନ୍ତି ସେମାନେ ସ୍ୱାସ୍ଥ୍ୟସେବା ପାଇପାରିବେ ନାହିଁ । ସୁରଟରେ କେଉଁ ମେଡିକାଲ ସହ ରାଜ୍ୟ ସରକାର ଅନୁବନ୍ଧିତ ହୋଇଛନ୍ତି ଏହାକୁ ସେ ପ୍ରଶ୍ନ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମହୋଦୟ ଆପରଣଙ୍କ ରାଗ ପ୍ରଧାନମନ୍ତ୍ରୀଙ୍କ ପାଖରେ ଥାଇପାରେ । ଆମକୁ ଆପଣ ହେୟଜ୍ଞାନ କରୁଛନ୍ତି ଓଡିଆ ରାଜକୋଷରୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ବିଜ୍ଞାପନ ଦେଉଛନ୍ତି । ଶିକ୍ଷକ ମାନଙ୍କ ପାଇଁ ଦରମା ନାହିଁ । ହେଲେ ହକି ଖେଳ ପାଇଁ କୋଟିକୋଟି ଟଙ୍କା ଅଛି । ଅଣଓଡିଆ ଅଫିସରଙ୍କ ପକେଟ ଗରମ ପାଇଁ ଚେଷ୍ଟା କରାଯାଉଛି । ଓଡିଶା ବାସୀଙ୍କୁ ସ୍ୱୁଲରେ ଶିକ୍ଷକ ଦରକାର, ଏଆର ରେହମାନର ଗୀତ ଦରକାର ନାହିଁ । ରୋଜଗାର ଦରକାର ଶାହାରୁଖ ଖାଁ ଶୋ ଦରକାର ନାହିଁ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ତିତଲି ସମୟରେ ନବୀନ ବାବୁ ଏତମଦମସ୍ତ ହେଲେ ଜିରୋ କାଜୁଆଲିଟି କଥା କହିଲେ । ହେଲେ ଗଞ୍ଜାମ, ଗଜପତି ଓ ରାୟଗଡାରେ ୧୦୦ ରୁ ଅଧିକ ଲୋକେ ମୃତ୍ୟୁବରଣ କଲେ । ନୀରିହ ଆଦିବାସୀ ଲୋକ କଷ୍ଟରେ ଏବେବି ଅଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଭଡାଟିଆ ଖବରକାଗଡକୁ ଲଗାଇ ଉଜ୍ଜଳା ଯୋଜନାରେ କେଳାଙ୍କାରୀ ହୋଇଥିବାର କୁହାଯାଉଛି । ନବୀନ ବାବୁ ଆପଣ ସ୍ଥାନ ଚିହ୍ନଟ କରନ୍ତୁ ସେହି ସ୍ଥାନକୁ ଯାଇ ଉଜ୍ଜଳାରେ ମା ଭଉଣୀ ଉପକୃତ ହୋଇଛନ୍ତି କି ନାହିଁ ତାର ଅନୁଧ୍ୟାନ କରିବା ବୋଲି କହିଥିଲେ । ଏହାସହ ଉଜ୍ଜଳା ଯୋଜନାରେ ଯଦି କେହି ସାମାନ୍ୟ ଭୁଲ କରେ ତା ବିରୋଧରେ କଠୋର ଦଣ୍ଡ ଦିଆଯିବ । ତଥ୍ୟ ପ୍ରମାଣ ଥୋଇଲେ ମୋଦି ସରକାର ସୁଧାରିବା ପାଇଁ ପଛାଇବେ ନାହିଁ । ତେବେ ପ୍ରଧାନମନ୍ତ୍ରୀ ଆବାସ, ବାର୍ଦ୍ଧକ୍ୟଭତା, ପାଇଖାନାରେ ଯେଉଁ ହେରଫେର ହୋଇଛି ଏହି ତ୍ରୁଟିକୁ କେବେ ମୁଖ୍ୟମନ୍ତ୍ରୀ ସୁଧାରିବେ ବୋଲି ସେ ପ୍ରଶ୍ନ କରିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଖଜୁରୀ ଗଛର କି ଗୁଣ ଗାଇବି, ମୂଳରୁ ପାହଛ ପାହଛ । ଆମ ଗାଁ ଆମ ବିକାଶରେ ସାଧାରଣ ଲୋକ ଏପରିକି ସରପଂଚ ଅଜାଣତରେ କାମ ଚାଲିଛି । ଏ ସରକାରଙ୍କୁ ଅପାରଗ କହିଲେ ବାଧୁଛି ।

ଶ୍ରୀ ପ୍ରଧାନ କହିଲେ ଯେ, ୨୦୧୪ ବେଳକୁ ରାଜ୍ୟରେ ୨୦ ଲକ୍ଷ ଏଲପିଜି କନେକସନ ଦିଆଯାଇଥିବା ବେଳେ ମୋଦି ସରକାରଙ୍କ ସାଢେ ୪ ବର୍ଷରେ ଏହି ସଂଖ୍ୟା ୭୩ ଲକ୍ଷରେ ପହଁଚିଛି । ଭଦ୍ରକ ଜିଲାର ସାଢେ ୩ ଲକ୍ଷ ପରିବାର ମଧ୍ୟରୁ ୨୦୧୪ ବେଳକୁ ମାତ୍ର ୫୦ ହଜାର ଘରେ ଗ୍ୟାସ ଥିବା ବେଳେ ଏହି ସଂଖାା ଏବେ ୨ ଲକ୍ଷ ୮୨ ହଜାରରେ ପହଁଚିଛି । ଶ୍ରୀ ପ୍ରଧାନ ଆହୁରି କହିଲେ ଯେ, ବାସୁଦେବପୁରରେ ବଂଶାନୁକ୍ରମିକ ରାଜନୀତିକୁ ଲୋକେ ଗ୍ରହଣ କରିବେ ନାହିଁ । ବିଜେପି ଦଳ ସରକାରକୁ ଆସିଲେ ଭଦ୍ରକ ଜିଲାରେ ମେଡିକାଲ କଲେଜ ତିଆରି କରିବ ।

0
0
0
s2sdefault