ହେଡଲାଇନସ୍:

ଆସନ ବୁଝାମଣା ପାଇଁ ଚନ୍ଦ୍ରବାବୁ ନାଇଡୁ ଓ ପୱନ କଲ୍ୟାଣଙ୍କ ସହ ବୈଜୟନ୍ତ ପଣ୍ଡାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର, ୧୧।୦୩- ଆନ୍ଧ୍ର ପ୍ରଦେଶରେ ଏନ୍.ଡି.ଏ. ମେଣ୍ଟରେ ସାମିଲ ହେବା ପରେ ଆସନ ବୁଝାମଣା ପାଇଁ ଆଜି ଟିଡିପି ମୁଖ୍ୟ ତଥା ଆନ୍ଧ୍ର ପଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ଜନସେନା ପାର୍ଟି ମୁଖ୍ୟ ପୱନ କଲ୍ୟାଣଙ୍କ ସହ ବିଜେପି ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବେଠକ ବସିଛି।
ସୂଚନାଯୋଗ୍ୟ, ଟିଡିପି-ଜନସେନା-ବିଜେପି ମେଣ୍ଟ ଆସନ ବୁଝାମଣା ଚୁଡାନ୍ତ ପାଇଁ ବୈଜୟନ୍ତ ପଣ୍ଡା ଏବଂ ଗଜେନ୍ଦ୍ର ସିଂହ ଶେଖାୱତ ଗତ କାଲିଠାରୁ ଦୁଇ ଦିନିଆ ଆନ୍ଧ୍ର ପ୍ରଦେଶ ଗସ୍ତରେ ଅଛନ୍ତି। ଗତକାଲି ଜନସେନା ପାର୍ଟି ମୁଖ୍ୟ ପୱନ କଲ୍ୟାଣଙ୍କ ସହିତ ପ୍ରଥମ ପଯ୍ୟାୟ ଆଲୋଚନା ହେବା ପରେ ଆଜି ଗସ୍ତର ଦ୍ବିତୀୟ ଦିନରେ ବିଜୟୱାଡାର ପ୍ରସିଦ୍ଧ ମା କନକ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଚନ୍ଦ୍ରବାବୁ ନାଇଡୁଙ୍କୁ ତାଙ୍କ ବାସ ଭବନରେ ସାକ୍ଷାତ କରି ଉଭୟ ନେତାଙ୍କ ସହ ଆସନ ବୁଝାମଣା ସମ୍ପର୍କିତ ବିସ୍ତୃତ ଆଲୋଚନା କରିଛନ୍ତି।
ଆଜିର ବୈଠକ ପରେ ଆସନ ବୁଝାମଣାର ଚୂଡାନ୍ତ ତାଲିକା କେନ୍ଦ୍ର ନେତୃବୃନ୍ଦଙ୍କୁ ଦିଆଯିବ ଓ ଖୁବଶୀଘ୍ର ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

0
0
0
s2sdefault