ଭୁବନେଶ୍ୱର,୧୧/୦୩/୨୦୨୪: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପ୍ରକ୍ରିୟାକୁ ମୁକ୍ତ, ଅବାଧ ଓ ନିରପେକ୍ଷ ରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛିା ଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟରୁ ନିର୍ବାଚନ ପର୍ଯ୍ୟବେକ୍ଷକମାନେ ଆଭାସୀ ମାଧ୍ୟମରେ ସାମିଲ ହୋଇଥିଲୋ
ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ରେ ନିୟୋଜିତ ହେବାକୁ ଥିବା ଏହି ସମସ୍ତ ପର୍ଯ୍ୟବେକ୍ଷକଙ୍କୁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ପ୍ରକ୍ରିୟାର ସମସ୍ତ ଦିଗ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲାା ନିର୍ବାଚନ ପ୍ରକ୍ରିୟାରେ ପର୍ଯ୍ୟବେକ୍ଷକମାନେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ସେ ବିଷୟରେ ସବିଶେଷ ଆଲୋଚନା ହୋଇଥିଲାା ନିର୍ବାଚନ ପର୍ଯ୍ୟବେକ୍ଷକମାନେ ମତଦାନ ପ୍ରକ୍ରିୟାବେଳେ ତୃଣାମୂଳ ସ୍ତରରେ କେଉଁ ସବୁ ଆହ୍ୱାନର ସାମ୍ନା କରିବାକୁ ପଡିବ ଓ ନିୟମ ଅନୁଯାୟୀ ସେମାନେ କିଭଳି ଭାବରେ ସେହି ସମସ୍ତ ବିଷୟକୁ କମିଶନଙ୍କ ଧ୍ୟାନକୁ ଆଣିବେ ସେ ସମ୍ପର୍କରେ ସବିସ୍ତୃତ ଆଲୋଚନା ହୋଇଥିଲାା
ଏହି ବୈଠକର ଅନ୍ତିମ ପର୍ଯ୍ୟାୟରେ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ରାଜୀବ କୁମାର ପର୍ଯ୍ୟବେକ୍ଷକମାନଙ୍କୁ ସମ୍ବୋଧନ କରିଥିଲୋ ମୁକ୍ତ, ଅବାଧ, ନିରପେକ୍ଷ ଓ ସମ୍ପୂର୍ଣ୍ଣ ଭାବରେ ତ୍ରୁଟିଶୂନ୍ୟ ନିର୍ବାଚନ ସମ୍ପର୍କରେ ଆଲୋଚନା କରି ଏହି ପ୍ରକ୍ରିୟାରେ ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ଭୂମିକା ସମ୍ପର୍କରେ ମୁଖ୍ୟ ନିର୍ବାଚନ କମିଶନର ସୂଚିତ କରିଥିଲୋ ଇଭିଏମ୍, ଭିଭିପ୍ୟାଟ୍, ବୁଥ ପରିଚାଳନା, ପୋଷ୍ଟାଲ ବାଲାଟ, ଶାନ୍ତି ଶୃଙ୍ଖଳା ଓ ସମସ୍ତ ଦଳଙ୍କୁ ସମାନ ସୁଯୋଗ ଉପରେ ଗୁରୁତ୍ୱଦେଇ ପର୍ଯ୍ୟବେକ୍ଷକମାନେ କିଭଳି କାର୍ଯ୍ୟ କରିବେ ସେ ବିଷୟରେ ସମସ୍ତ ଆଲୋଚନା ହୋଇଥିଲାା ଭାରତୀୟ ଗଣତନ୍ତ୍ର ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଓ ମୁକ୍ତ, ଅବାଧ, ନିରପେକ୍ଷ ନିର୍ବାଚନ ଏହି ଗଣତନ୍ତ୍ରର ଶକ୍ତିା ଏହି ନିର୍ବାଚନ ପ୍ରକ୍ରିୟା ଉପରେ ସମସ୍ତ ବିଶ୍ୱବାସୀଙ୍କ ନଜର ରହିଛି - ଏଭଳି ଭାବନକୁ ଧାରଣ କରି ନିଜ ନିଜର ଦାୟିତ୍ୱକୁ ସମ୍ପୂର୍ଣ୍ଣ ନିର୍ଭୁଲ ଭାବରେ ସମ୍ପନ୍ନ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ରାଜୀବ କୁମାର ସମସ୍ତ ପର୍ଯ୍ୟବେକ୍ଷକଙ୍କୁ ପ୍ରେରିତ କରିଥିଲୋ
ଆଭାସୀ ମାଧ୍ୟମରେ ଭୁବନେଶ୍ୱରରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍. ତିରୁମାଲା ନାୟକ, ଶ୍ରୀ ଶତ୍ରୁଘ୍ନ କର, ଶ୍ରୀ ମିହିର ମହାନ୍ତି ଓ ବିଭିନ୍ନ ନିର୍ବାଚନ ପର୍ଯ୍ୟବେକ୍ଷକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲୋ







