ହେଡଲାଇନସ୍:

ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହା ସ୍ମାରକୀ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଶିକାରୀପାଲି ଚାମ୍ପିଆନ୍

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର :-ସ୍ଥାନୀୟ ରାଜବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ନେହରୁ ସ୍ପୋର୍ଟିଂ ଦ୍ଵାରା ଆୟୋଜିତ ସ୍ଵର୍ଗତ ପ୍ରେମାନନ୍ଦ ସିଂ ବରିହା ଓ ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହା ସ୍ମାରକୀ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l l ଆଜିର ଫାଇନାଲ୍ ମ୍ୟାଚ୍ ଶିକାରୀପାଲି ଓ ସାପଲହର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଶିକାରୀପାଲି ଦଳ ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରି ୧୦ ଓଭର ରେ ୯ ୱିକେଟ ବିନିମୟରେ ୮୪ ରନ୍ ସଂଗ୍ରହ କରିଥିଲା l ପ୍ରତି ଜବାବରେ ସାପଲହର ଦଳ ୮ ୱିକେଟ୍ ବିନିମୟରେ ୭୦ ରନରେ ସୀମିତ ରହି ପରାସ୍ତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା ଓ ସମ୍ମାନିତ ଅତିଥି ଭାବେ କାଦମ୍ବିନୀ ସିଂ ବରିହା ଯୋଗଦେଇ ବିଜେତା ଶିକାରୀପାଲି ଦଳ କୁ ୫୧୦୦୦/- ସହ ଟ୍ରଫି ଓ ଉପବିଜେତା ଦଳକୁ ୩୧୦୦୦/- ଓ ଟ୍ରଫି ପ୍ରଦାନ କରିଥିଲେ l ମ୍ୟାନ୍ ଅଫ ଦି ସିରିଜ୍ ସାପଲହର ଦଳ ର ନାରା, ଓ ମ୍ୟାନ୍ ଅଫ ଦି ମ୍ୟାଚ ଶିକାରୀ ପାଲି ଦଳ ର କମଳେଶ୍ ଙ୍କୁ ପ୍ରଦାନ କରଯାଇଥିଲା l

ଏହି ମ୍ୟାଚ୍ ରେ ବିକାଶ ବରିହା ଓ ରାଜୁ ଭୋଇ ଅମ୍ପାୟାର ଦାୟିତ୍ଵ ତୁଲାଇ ଥିବା ବେଳେ ନିଖିଲ ପଧାନ ସ୍କୋରର୍ ଦାୟିତ୍ଵ ତୁଲାଇଥିଲେ l ତବ୍ରେଜ୍, ସାୱନ୍ , ବବଲୁ, ସୁଜିତ୍, ଟିନୁ, ସାହିଲ ପରିଚାଳନା କରିଥିବା ବେଳେ ନିଖିଲ, ରାଜୁ, ପିଣ୍ଟୁ, ବିକାଶ, ଶୁଭଙ୍କର, ସତ୍ୟମ୍ ଙ୍କ ସମେତ କ୍ଲବ ର ସମସ୍ତ ସଦସ୍ଯ ସହଯୋଗ କରି ଥିବା ବେଳେ ବିକାଶ ଓ ଆନନ୍ଦ ସାହୁ ଉଦ୍ଘୋଷକ ଥିଲେ l

0
0
0
s2sdefault