ହେଡଲାଇନସ୍:

ରଙ୍ଗବତୀ ଦିନ୍ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଆସନ୍ତା ୧୭ /୦୩/୨୦୨୪ ଦିନ ହେବାକୁ ଥିବା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ଜନ୍ମଦିନକୁ "ରଙ୍ଗବତୀ ଦିନ୍‌ ରୂପେ" ପାଳନ କରିବାକୁ ସିର୍‌ଜିନା ସାହିତ୍ଯ ଓ ସାଂସ୍କୃତିକ ଅନୁଷ୍ଠାନ ପଦମ୍‌ପୁର୍‌ ତରଫରୁ ଏକ ପ୍ରସ୍ତୁତି ବୈଠକ ଆଦିତ୍ୟ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଦିନ ଖଗେଶ୍ବର ଦାଶ ଓ ଅକ୍ଷୟ ପଣ୍ଡା ମୂଖ୍ୟ ବକ୍ତା ରୂପେ ଯୋଗଦାନ କରିବାପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି। ସମ୍ମାନିତ ବକ୍ତା ରୂପେ ସନ୍ତୋଷ ସିଂ ଠାକୁର ଯୋଗଦାନ କରିବାପାଇଁ ସୂଚନା ଦିଆଯାଇଅଛି। ଏହି ଅବସରରେ ଏକ କବିତା ପାଠୋତ୍ସବ ଏବଂ ସମ୍ବଲ୍‌ପୁରି ସଙ୍ଗୀତ ବିଚିତ୍ରା କାର୍ଯ୍ଯକ୍ରମ କରିବାପାଇଁ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ସୂଚନା ଦେଇଛନ୍ତି। ଉକ୍ତ ବୈଠକ ରେ ଡ. ଅବନୀକାନ୍ତ ସାହୁ, ରମଣୀ ରଞ୍ଜନ ବିଶ୍ବାଲ,ସନ୍ତୋଷ ସିଂ ଠାକୁର, କିଶୋର ପାତ୍ର,ଯଶୋବନ୍ତ ବିଶ୍ବାଲ ପ୍ରମୂଖ ସଭ୍ୟ ମାନେ ଯୋଗଦାନ କରିଥିଲେ। ପରିଶେଷରେ ଅନୁଷ୍ଠାନ ର ସହ ସମ୍ପାଦକ ପୌଲସ୍ତ୍ୟ ସାହା ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault