ହେଡଲାଇନସ୍:

ଜିଲ୍ଲାର ୮ଟି ମୁଖ୍ୟ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୟୂରଭଞ୍ଜ ସିଟିଜେନ ଫୋରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ସିଟିଜେନ ଫୋରମ ଓ ମଧୁବନ ଡେ଼ଭଲପମେଣ୍ଟ କମିଟି ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ମୁଖ୍ୟ ପ୍ରସଙ୍ଗଗୁଡ଼ିକୁ ନେଇ ଅକ୍ଟୋବର ୨୮ରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ନବୀନ ନିବାସରେ ସାକ୍ଷାତ କରି ସୌହାର୍ଦ୍ଧପୂର୍ଣ୍ଣ ପରିବେଶ ମଧ୍ୟରେ ବିଷୟ ବସ୍ତୁ ଉପରେ ଆଲୋଚନା କରିଥିଲେ । ମୁଖ୍ୟ ପ୍ରସଙ୍ଗଗୁଡ଼ିକ ମଧ୍ୟରେ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ରହିଥିବା ୩୫ ବର୍ଷର ପୁରୁଣା ଆୟୁର୍ବେଦିକ ମହାବିଦ୍ୟାଳୟ ଓ ୩୮ ବର୍ଷର ପୁରୁଣା ହୋମିଓପ୍ୟାଥିକ ମହାବିଦ୍ୟାଳୟର ପରିଚାଳନାକୁ ରାଜ୍ୟ ସରକାର ନିଜ ହାତକୁ ନେବା, ଆର୍ବାନ ବ୍ୟାଙ୍କକୁ ପୁନଃ କାର୍ଯ୍ୟକ୍ଷମ କରାଇବା, ବନ୍ଦ ହୋଇପଡ଼ିଥିବା ନିକୋ କେବଲ କାରଖାନାକୁ ପୁଣି ଚାଲୁ କରାଇବା, ବାରିପଦା ସହରକୁ ବୁଢ଼ାବଳଙ୍ଗ ନଦୀରେ ଆସୁଥିବା ବନ୍ୟା ଦାଉରୁ ରକ୍ଷା କରିବା ନିମନ୍ତେ ରିଂ-ରୋଡ଼ ଓ ଆଡ଼ିବନ୍ଧ ନିର୍ମାଣ କରାଯିବା, ସରାଳୀ ଓ ବୁଢ଼ାବଳଙ୍ଗ ନଦୀର ସଙ୍ଗମ ସ୍ଥଳିରେ ସୁଇସ ଗେଟ ନିର୍ମାଣ ଆଦି ସ୍ଥାନ ପାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ସିଟିଜେନ ଫୋରମ ଓ ମଧୁବନ ଡେ଼ଭଲପମେଣ୍ଟ କମିଟିର ପ୍ରତିନିଧି ମଣ୍ଡଳିମାନଙ୍କ ନିକଟରୁ ମଧ୍ୟ ଉପରୋକ୍ତ ପ୍ରସଙ୍ଗଗୁଡ଼ିକ ବାବଦରେ ଏକ ସ୍ମାରକପତ୍ର ଗ୍ରହଣ କରିଥିଲେ ଏବଂ ଏହାକୁ ଗୁରୁତ୍ୱ ସହକାରେ ବିଚାରକୁ ନେଇ ତୁରନ୍ତ ସମାଧାନର ରାସ୍ତା ବାହାର କରିବେ ବୋଲି ପ୍ରତିନିଧି ମଣ୍ଡଳୀକୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ପ୍ରତିନିଧି ମଣ୍ଡଳୀରେ ଡ଼ା. ଆଦିତ୍ୟ କୁମାର ପଣ୍ଡା, ଶିକ୍ଷାରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡେ଼ଇ, ବରିଷ୍ଠ  ଗଣମାଧ୍ୟମର ପ୍ରତିନିଧି ତଥା ସିଟିଜେନ ଫୋରମର ସଦସ୍ୟ ବିଜୟ ଅଗ୍ରୱାଲା, କୃଷ୍ଣ ଦାସ, ଚନ୍ଦ୍ର ଶେଖର ମହାନ୍ତି, ଭାଗବତ ପଣ୍ଡା, ବିକ୍ରମ କେଶରୀ ଜେନା, ରଘୁନାଥ ପଣ୍ଡା, ବସନ୍ତ ଦାସ, ଦେବେନ୍ଦ୍ର ନାଥ ପଣ୍ଡା, କୃଷ୍ଣାନନ୍ଦ ମହାନ୍ତି, ସୁବ୍ରମଣ୍ୟମ୍ ମହାନ୍ତି, ଜିତେନ୍ଦ୍ର ମହାନ୍ତି, କପିଲ ଖଣ୍ଡେଲୱାଲ, ଛାତ୍ର ନେତା ଅଭୟ ସିଂ ପ୍ରମୁଖ ରହିଥିବା ସମୟରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ରାଜ୍ୟସଭା ସାଂସଦ ଅରୁଣ ସାହୁ, ବିଜଦର ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ଡ଼ଃ. ଅରୁଣ ସାହୁ ଓ ବାରିପଦା ପର୍ଯ୍ୟବେକ୍ଷକ ମାନସ ମଲ୍ଲିକ, ମୟୂରଭଞ୍ଜ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ରହିଥିଲେ ବୋଲି ବିଜଦର ମୟୂରଭଞ୍ଜ ମିଡ଼ିଆ ସଂଯୋଜକ କପିଲ ଖଣ୍ଡେଲୱାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

0
0
0
s2sdefault