ହେଡଲାଇନସ୍:

ରାଜନୀତି ରେ ବ୍ୟକ୍ତିିଗତ ଆରୋପ ବା ଚରିତ୍ର ସଂହାର ମୁ କରେନାହିଁ : ନବୀନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଗାମୀ ନିର୍ବାଚନରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ମେ ହେବନାହିଁ

୨୦୧୯ ନିର୍ବାଚନରେ ପୁଣି ବିଜେଡିକୁ ବହୁମତ ମିଳିବ  । ଏଥର ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଆମେ କୌଣସି ଦଳ ସହ ମେ କରିବୁ ନାହିଁ ବୋଲି ଭୁବନେଶ୍ୱରରେ ଦି ନିୟୁ ଇଣ୍ଡିଆନ ଏrପ୍ରେସ ଗ୍ରୁପ ପକ୍ଷରୁ ଆୟୋଜିତ ଓଡ଼ିଶା ଲିଟେରାରି ଫେଷ୍ଟିଭାଲରେ ଯୋଗଦେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 ହୋଟେଲ ମେ ଫେୟାରଠାରେ ଜାତୀୟସ୍ତରୀୟ ଇଂରାଜୀ ପତ୍ରିକା ଇଣ୍ଡିଆ ଟୁଡେ଼ ପକ୍ଷରୁ ଆରମ୍ଭ ହୋଇଥିବା ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲ ଉଦଯାପିତ ହୋଇଛି । ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାଯର୍ୟକ୍ରମରେ ସାମ୍ବାଦିକ ପ୍ରଭୁ ·ଚାୱଲାଙ୍କର ବିଭିତ୍ତ ପ୍ରଶ୍ନର ଉ ର ଦେଇ ମୁଖ୍ୟମନ୍ତ୍ରୀ ଏହା ପ୍ରକାଶ କରିଥିଲେ । ରାଜନୀତି ରେ ବ୍ୟକ୍ତିିଗତ ଆରୋପ ବା ଚରିତ୍ର ସଂହାରକୁ ନାପସନ୍ଦ କରନ୍ତିି ବୋଲି କହିବା ସହ  ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି ମନ୍ତବ୍ୟ ଉପରେ  ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହାକୁ ସେ ନାପସନ୍ଦ କରନ୍ତି । ଏଭଳି ଶବ୍ଦ ବ୍ୟବହାର କରିବା ଅଗ୍ରହଣୀୟ । ସେ କେବେବି ନିଜ ଭାଷଣରେ କାହା ନାମ ନିଅନ୍ତି ନାହି,  କି କାହାର ବ୍ୟକ୍ତିଗତ ଚରିିତ୍ର ସଂହାର କରନ୍ତି ନାହିଁ  

ପଶ୍ଚିମବଙ୍ଗର ପୂର୍ବଚନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିବେ କି ବୋଲି ପ୍ରଶ୍ନର ଉ ରରେ ନବୀନ କହିଛନ୍ତି-ମୁଁ ଏଭଳି ପରିସଂଖ୍ୟାନରେ ବିଶ୍ୱାସ କରେ ନାହ ।ିଁ ସରକାର ରାଜ୍ୟର ବିକାଶ ଲାଗି ଅନେକ କାମ କରିଛି  । ସେଇ ଅଧାରରେ ଲୋକେ ପୁଣି ବିଜେଡିକୁ ଜିତାଇବେ ସରକାର ରାଜ୍ୟର ବିକାଶ ଲାଗି ଅନେକ କାମ କରିଛି ସେଇ ଅଧାରରେ ଲୋକେ ପୁଣି ବିଜେଡିକୁ ଜିତାଇବେ  ।  ନବୀନ କହିଛନ୍ତି-ରାଜ୍ୟ ସରକାର ଦାରିଦ୍ର୍ୟ ଦୂରୀକରଣ ପାଇଁ ବହୁ ଲୋକାଭିମୁଖୀ ଯୋଜନା କାଯର୍ୟକାରୀ କରିଛନ୍ତି  । ଗତ ୧୦ ବର୍ଷ ଭିତରେ ରାଜ୍ୟରେ ·ଷୀଙ୍କ ଉପାର୍ଜନ ଦୁଇଗୁଣା ବଢିଛି  ।  ରାଜ୍ୟ ସରକାରଙ୍କ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ  କରାଯାଉଥିବାରୁ ·ଷୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃତ ହୋଇଛି  । ଖାଦ୍ୟ ସୁରକ୍ଷା ଆଇନ୍ରେ ବିପିଏଲ୍ ପରିବାରକୁ ୨୫ କେଜି ଟଙ୍କିକିଆ ·ଉଳ ଯୋଗାଇ ଦିଆଯାଉଛି ।  ଗତ ଦୁଇ ବର୍ଷରେ ଗରିବଙ୍କୁ ଏକ ମିଲିଅନ୍ ପକ୍କା ଘର ଯୋଗାଇ ଦିଆଯାଇଛି  । ରାଜ୍ୟର ସାମଗ୍ରିକ ବିକାଶ ଏବଂ ଓଡ଼ିଶାବାସୀଙ୍କ କଲ୍ୟାଣପାଇଁ ତାଙ୍କ ଦଳ ଓ ସରକାର କାମ କରୁଛି । ଏହାକୁ ପୁଞ୍ଜି କରି ଆଗାମୀ ନିର୍ବାଚନରେ ଦଳ ଲଢ଼ିବ । ଓଡ଼ିଶାବାସୀଙ୍କର ଆସ୍ଥା ଓ ବିଶ୍ୱାସ ନେଇ ତାଙ୍କ ଦଳ ପୁନର୍ବାର କ୍ଷମତାକୁ ଆସିବ । ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ୨୦୧୯ ନିର୍ବାଚନରେ ତାଙ୍କ ଦଳ ୧୨୦ଟି ଆସନରେ ବିଜୟୀ ହେବା ଉପରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପରିସଂଖ୍ୟାନ ଉପରେ ତାଙ୍କର ବିଶ୍ୱାସ ନାହିଁ । ପରିଶ୍ରମ ଏବଂ କାମକୁ ବିଶ୍ୱାସ କରନ୍ତି ।  ମହାବାତ୍ୟାର ମହାତାଣ୍ଡପ ପରେ ୨୦୦୦ ମସିହାରେ ବିଜେଡି ସରକାରକୁ ଆସିଥିଲା  । ବିଜେଡି ସରକାର ଗଢିବା ପରେ ପ୍ରଥମେ ବାତ୍ୟା, ବନ୍ୟା ଓ ମହାବାତ୍ୟାକୁ କିପରି ମୁକାବିଲା କରି ପାରିବ, ତାହା ଉପରେ ଯୋଜନା ପ୍ରସ୍ତୁତ କରିଥିଲା ।  ଯେଉଁଥିପାଇଁ ଆମେ ଫାଇଲିନ୍ ପରି ବାତ୍ୟା ସମୟରେ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିପାରିଥିଲୁ ବୋଲି ନବୀନ କହିଥିଲେ  ।

0
0
0
s2sdefault