ହେଡଲାଇନସ୍:

ଚାଷୀଙ୍କୁ ଭଣ୍ଡୁଛନ୍ତି ସରକାର !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୯ ମାସ ହେଲା ବସିଲାଣି ସେଚ ପଏଣ୍ଟ, ଚାଷୀ ପାଇନାହାନ୍ତି ବୁନ୍ଦାଏ ପାଣି : ୧୫ ଲକ୍ଷ ଟଙ୍କା ବ୍ୟୟ ହୋଇଛି କେଉଁଛି !

ଗୁଣପୁରରୁ ସିଦ୍ଧାର୍ଥ ଦାଶ

 ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ବାଗଶଳା ଗ୍ରାମପଞ୍ଚାୟତ ର ଭାଲେରିଗୁଡା ଗ୍ରାମ ର ୨୦ ହେକ୍ଟର ଜମି ରେ ପାଣି ଯୋଗାଣ ନିମନ୍ତେ ୧୫ ଲକ୍ଷ ଟଙ୍କା ବ୍ୟୟ ରେ ଗୁଣପୁର ଲିଫ୍ଟ ଇରିଗେସନ ଡିଭିଜନ ପକ୍ଷରୁ ହୋଇଥିବା ଭାଲେରିଗୁଡା ୩ ଆର.ଏଲ ପ୍ରୋଜେକ୍ଟ ଫେଲ ମାରିଥିବା ଅଭିଯୋଗ ହେଉଛି । ଗତ ଫେବୃଆରୀ ମାସ ରେ ହୋଇଥିବା ଏହି ପ୍ରୋଜେକ୍ଟ ଆଜି ବି ଲୋକ ଙ୍କ କୌଣସି ସୁବିଧା ରେ ନ ଆସିବା କୁହାଯାଉଛି ।

ଭାଲେରିଗୁଡା ର ଗ୍ରାମବାସୀ ତଥା ଚାଷୀକୁଳ ଉପକୃତ ହେବା ନିମନ୍ତେ ହୋଇଥିବା ଏହି ପ୍ରୋଜେକ୍ଟ ଯେଉଁ ସ୍ଥଳ ରେ ନିର୍ମାଣ କରାଯାଇଛି ସେହି ସ୍ଥଳ ରେ ବର୍ଷା ଦିନରେ ବଂଶଧାରା ନଦୀ ପାଣି ଆସିଲେ ଧୋଇଯିବାର ସମ୍ଭାବନା ରହିଥିବା ବେଳେ ଖରା ଦିନ ରେ ଜଳ ଯୋଗାଣ ନିମନ୍ତେ ବସା ଯାଇଥିବା ମୋଟର ରେ ବାଲି ବ୍ୟତୀତ ପାଣି ଟୋପାଏ ବି ଆସୁନଥିବା ଚାଷୀକୁଳ ଅଭିଯୋଗ କରିଛନ୍ତି । ଯେଉଁ ଦିନ ପ୍ରଥମ କରି ଏଠାରେ ପମ୍ପ ଚଲାଯାଇଥିଲା , ସେହି ଦିନ ହିଁ ମୋଟର ରୁ ବାଲି ବାହାରୁଥିବା ଚାଷୀ ଅଭିଯୋଗ କରିଛନ୍ତି । ଉକ୍ତ ପ୍ରୋଜେକ୍ଟ ଟି ଏହି ସ୍ଥଳ ରେ ନିର୍ମାଣ କରାଗଲେ ଚାଷୀକୁଳ କୁ ପାଣିର ସୁବିଧା ମିଳିପାରିବନାହିଁ ଜାଣି ଚାଷୀମାନେ ଏହାକୁ ଅନ୍ୟତ୍ର ନିର୍ମାଣ କରିବାକୁ ଅନୁରୋଧ କରିଥିଲେ ସୁଦ୍ଧା ପ୍ରୋଜେକ୍ଟ କଣ୍ଟ୍ରାକ୍ଟର , A.E ଓ ଜୁନିଅର ଇଂଜିନିୟର କେତେକ ମୁଷ୍ଟିମେୟ ବ୍ୟକ୍ତି ଙ୍କ ପ୍ରରୋଚନା ରେ ଏହାକୁ ଏହି ସ୍ଥଳ ରେ ନିର୍ମାଣ କରିବାକୁ ବାଧ୍ୟ କରାଇଥିବା ଅଭିଯୋଗ ହେଉଛି ।

କାମ ଶେଷ ହେବା ପରେ ପ୍ରୋଜେକ୍ଟ ବିଲ୍ ପାସ କରିବା ନିମନ୍ତେ ଗ୍ରାମର ଚାଷୀ ଙ୍କ ଦସ୍ତଖତ ଆବଶ୍ୟକତା ଥିବା ବେଳେ ସେମାନେ ଏହି ପ୍ରୋଜେକ୍ଟ ସେମାନେ ଙ୍କ ଉପକାର ରେ ଆସୁନଥିବାରୁ ସେମାନେ ଏଥିରେ ଦସ୍ତଖତ କରିବାକୁ ମନା କରିଦେଇଥିଲେ କିନ୍ତୁ କଣ୍ଟ୍ରାକ୍ଟର ସେମାନଙ୍କ ଜାଲି ଦସ୍ତଖତ କରି ବିଲ୍ ପାସ କରିବା ନିମନ୍ତେ ବିଲ୍ ସମ୍ପୃକ୍ତ ବିଭାଗକୁ ପ୍ରେରଣ କରିଥିବା ଅଭିଯୋଗ କରିଛନ୍ତି ।

ଭାଲେରିଗୁଡା ଠାରେ ହୋଇଥିବା ଉକ୍ତ ପ୍ରୋଜେକ୍ଟ ଏଠାରୁ ସ୍ଥାନାନ୍ତରିତ କରି ଚାଷୀ ଚାହୁଁ ଥିବା ସ୍ଥାନ ରେ ଏହାକୁ କାର୍ଯ୍ୟକ୍ଷମ କରାଗଲେ ବହୁ ଚାଷୀ ଉପକୃତ ହୋଇପାରିବେ ବୋଲି କୃଷକ ସମାଜ ଦାବି ଉପସ୍ଥାପନା କରିଛନ୍ତି । ଚାଷୀଙ୍କ ଏହି ସମସ୍ୟା ପ୍ରତି ଉଚ୍ଚ ପଦସ୍ଥ କର୍ମଚାରୀ ଦୃଷ୍ଟି ଦେଇ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବା ଲାଗି ସାଧାରଣ ରେ ଦାବି ହେଉଛି ।

0
0
0
s2sdefault