ହେଡଲାଇନସ୍:

କେନ୍ଦ୍ରର  ସୌଭାଗ୍ୟ ଯୋଜନା ଜିଲ୍ଲା ପାଇଁ ଦୁର୍ଭାଗ୍ୟ ଆଣୁଛି- ନରସିଂହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜିଲ୍ଲା ବିଜୁଳି କମିଟି ବୈଠକ

  ବଲାଙ୍ଗିର/ Niroj Mishra - କେନ୍ଦ୍ର ସରକାର ବହୁତ ସମୟରେ ବିଭିନ୍ନ ଯୋଜନାର ନାଁ ବଦଳାଇ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଚେଷ୍ଟା କରୁଛନ୍ତି । ଯେପରି କି ବର୍ତ୍ତମାନ ବିଜୁଳି ଯୋଗାଣକୁ ନେଇ କେନ୍ଦ୍ର ସରକାରଙ୍କ ·ଲିଥିବା ସୈାଭାଗ୍ୟ ଯୋଜନା । ଏହି ଯୋଜନାରେ ଗାଁ ହେଉ କି ସହର ସମସ୍ତ ଘରକୁ ସରକାର ବିଜୁଳି କନେକ୍ସସନ ଦେବା କଥା କିନ୍ତୁ ଦୁଃଖର କଥା ସୌଭାଗ୍ୟ  ଯୋଜନା ପାଇଁ ଦରକାର ହେଉଥିବା ଅଧିକା ବିଜୁଳିି ଉତ୍ପାଦନ  ବ୍ୟବସ୍ଥା ଟ୍ରାନ୍ସଫରମର ଉପକରଣ ନ ବଢାଇ ଜିଲ୍ଲାରେ ଚାଲିଥିବା ପୁରୁଣା ଯୋଜନା ଗୁଡିକ ସମସ୍ତ ସମଗ୍ରୀ ମାନବ ସମ୍ବଳ ସମସ୍ତ ଜିନିଷକୁ ନୁଆ ଯୋଜନାରେ ଲଗାଉଛନ୍ତି । ଫଳରେ ଲୋକେ ସୌଭାଗ୍ୟ  ଯୋଜନା ଦ୍ୱାରା କୌଣସି  ପ୍ରକାରେ ମଧ୍ୟ ଅଧିକ ଲାଭବାନ ନ ହେବା ତାଙ୍କ ପାଇଁ ଏହି ଯୋଜନା ଦୁର୍ଭାଗ୍ୟ ସାବ୍ୟସ୍ତ ହେଉଛି ବୋଲି ଗତ କାଲି ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଥିବା ଜିଲ୍ଲା ବିଦ୍ୟୁତ କମିଟି ମିଟିଂ ରେ ଉପସ୍ଥିତ ଥିବା ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନସଭା ବିରୋଧି ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ବିଜୁଳି ଆଲୋଚନା ବେଳେ ଅଧିକାରୀମାନଙ୍କ ତରଫରୁ ଗାଁ ହେଉ କି ସହର ହେଉ ସବୁ ଜାଗାରେ ସମସ୍ତ ଗୃହକୁ ବିଜୁଳି ସଂଯୋଗ କରାଯିବ ବୋଲି ଦୃଢୋକ୍ତ ପ୍ରକାଶ କରିଥିଲେ କିନ୍ତୁ ଏଠାରେ ଉପସ୍ଥାପିତ କରୁଥିବା ରିପୋର୍ଟ ଏବଂ ପ୍ରକୃତ ପରିସ୍ଥିତି ଭିତରେ ଅନେକ ଫରକ ରହୁଛି ବୋଲି ଉପସ୍ଥିତ ଥିବା ଜନ ପ୍ରତିନିଧିମାନେ ଅଭିଯୋଗ କରିଥିଲେ । ନୂଆଁ ଯୋଜନା ଗୁଡିକ ଲାଗୁ ହେଉଛି ସେହି ଯୋଜନାର ଦରକାର ହେଉଥିବା ସମସ୍ତ ପ୍ରକାର ଉପକରଣ କିନ୍ତୁ ପୁରୁଣା ଯୋଜନା ଗୁଡିକ ପାଇଁ ଉଦ୍ଧିଷ୍ଟ ଥିବା ଉପକରଣରୁ ଆଣି ବ୍ୟବହାର କରାଯାଉଛି । ଯାହା ଦ୍ୱାରା ପୂର୍ବ ନିର୍ଦ୍ଧାରିତ ଯୋଜନା ଗୁଡିକ ଫେଲ ମାରୁଛି ବୋଲି ସମସ୍ତ ଜନ ପ୍ରତିନିଧି ଏକ ସ୍ୱରରେ କହିଥିଲେ । ମ୍ୟୁନିସିପାଲିଟି ଅଞ୍ଚଳର ୨୧ ଟି ୱାର୍ଡର ତଥ୍ୟ ଭ୍ରମାତ୍ମକ ବୋଲି ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ବେହେରା ଅଭିଯୋଗ କରିବା ସହ ଯଦି ବିଶ୍ୱାସ ହେଉ ନାହିଁ ଏକ କମିଟି ଗଠନ କରାଯାଇ ବର୍ତ୍ତମାନ ଏହାର ସରଜମିନ ତଦନ୍ତ କରିବା ପାଇଁ ପ୍ରତ୍ୟେକ ୱାର୍ଡ ୱାର୍ଡ ବୁଲି ତଦନ୍ତ କରାଯାଉ ବୋଲି ସେ ଦାବି କରିଥିଲେ । ଆହୁରି ମଧ୍ୟ ଅଭିଯୋଗ ହୋଇଥିଲା ବିଜୁଳି ସଂଯୋଗକୁ ନେଇ ଉଦ୍ଧିଷ୍ଟ ଥିବା ପୁରୁଣା ଯୋଜନା ଗୁଡିକ ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ପୁରଣ ହୋଇନଥିବାରୁ ତାର ପାଇଁ ଉଦ୍ଧିଷ୍ଟ ଉପକରଣ ସବୁ ନୂତନ ଯୋଜନାରେ ବ୍ୟବହାର କରାଯାଉଛି । ଏହାକୁ ନେଇ ଉପସ୍ଥିତ ଜନ ପ୍ରତିନିଧିମାନେ କ୍ଷୋଭ ପ୍ରକାଶ କରିଥିଲେ । ବିଜୁଳି ଅଭିଯୋଗକୁ ନେଇ ଉପଭୋକ୍ତମାନେ ବାରମ୍ବାର ଫୋନ କଲେ ମଧ୍ୟ ଫୋନରେ କେହି ଉତ୍ତର ଦେଉ ନାହାନ୍ତି ବୋଲି ଅଭିଯୋଗ ଆସିଥିଲା । ସ୍ଥାନୀୟ ଜିଲ୍ଲା ସଦର ମହକୁମା ହସ୍ପିଟାଲ ଯେଉଁଠାରେ କି ମେଡିକାଲ କଲେଜ ହସପିଟାଲ ଚାଲିଛି ସେଠାକୁ ଯେମିତି ଅନବରତ ବିଜୁଳି ଯୋଗାଣ ହୋଇପାରିବ ତାର ଉପରେ ବିଜୁଳି ଅଧିକାରୀମାନେ କାମ ଆରମ୍ଭ କରି ଦିଅନ୍ତୁ ଏବଂ ଯାହା ପାଇଁ ଯାହା ଅର୍ଥର୍ ଦରକାର ହେବ ତାର ଦାୟିତ୍ୱ ସେ ନିଜେ ନେବେ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ । ବିଜୁଳି ବିଭାଗ ତରଫରୁ ଦିଆଯାଉଥିବା ତଥ୍ୟ ଯେଉଁଥିରେ କି ପ୍ରତ୍ୟେକ ଗ୍ରାମକୁ ବିଜୁଳି ସଂଯୋଗ କରାଯାଇଛି ବୋଲି ଦର୍ଶାଯାଇଛି ଯେହେତୁ ଗ୍ରାମ ଭିତରେ ପଡା ଗ୍ରାମ ଗୁଡିକୁ ଛାଡି ଦିଆଯାଇଛି ଏ ସବୁ ତଥ୍ୟ ଠିକ୍ ନୁହେଁ ବୋଲି ସମସ୍ତେ କହିଥିଲେ । ଆହୁରି ମଧ୍ୟ ବିଜୁଳି ପାଇଁ ଭୁତଳ ସଂଯୋଗିକରଣ ସମୟରେ ବିଭିନ୍ନ ବିଭାଗ ସହିତ ଯୋଗାଯୋଗ ରକ୍ଷା କରି ଯେପରି କି ରାସ୍ତା ଗୁଡିକ ଖରାପ ନ ହେବ ସେ ଦିଗରେ ଧ୍ୟାନ ଦେବାକୁ ବୈଠକରେ ନିଷ୍ପତି ହୋଇଥିଲା । ଏହି ସଭାରେ ସାଂସଦ ତଥା ବିଧାୟକଙ୍କ ପ୍ରତିନିଧି, ପ୍ରକଳ୍ପ ନିର୍ଦ୍ଦେଶକ ବିଜୁଳି ବିଭାଗ, ବିତରଣ କଂପାନୀ ଏବଂ ଜଙ୍ଗଲ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault