ହେଡଲାଇନସ୍:

ଢେଙ୍କାନାଳ ଜିଲ୍ଲା କମ୍ପ୍ୟୁଟର ଶିକ୍ଷକ ସଂଘ ତରଫରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଢ଼େଙ୍କାନାଳ / ରବିନ୍ ଦାସ ; କମ୍ପ୍ୟୁଟର ଶିକ୍ଷକ ସଂଘର ଏକ ବୈଠକ ଢେଙ୍କାନାଳ ସ୍ଥିତ ଦଧିବାମନ ଜୀଉ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ପ୍ରଥମେ ପ୍ରଭୁ ଦଧିବାମନଙ୍କ ନିକଟରେ ସମୂହ ଦୀପଦାନ କରିବା ସହ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଶୁଭ ମନାସିଥିଲେ । ୫-ଟି ଅଧ୍ଯକ୍ଷ ଭି.କେ. ପାଣ୍ଡିଆନଙ୍କ ସହ ବାରମ୍ବାର ଯୋଗାଯୋଗରେ ରହି ଶିକ୍ଷକଙ୍କ ଦାବି ପୂରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଶ୍ରୀ ଦାସ । ତେଣୁ ତାଙ୍କର ଦୀର୍ଘାୟୁ କାମନା କରି ଢେଙ୍କାନାଳ ଜିଲ୍ଲା କମ୍ପ୍ୟୁଟର ଶିକ୍ଷକ ସଂଘ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତ୍ୟକ୍ଷ ରୂପ ଦଧିବାମନ ଜୀଉଙ୍କ ନିକଟରେ ୧୦୮ ଦୀପଦାନ କରିଥିଲେ । ପରେ ସମସ୍ତେ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ଯକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ । ଏହା ପରେ ସଂଘର ନୂତନ କର୍ମକର୍ତା ଚୟନ କରାଯାଇଥିଲା । ସଭାପତି ଭାବେ ବିଶ୍ୱଜିତ୍ ପାଣୀ, ସମ୍ପାଦକ ଶୋଭାବତୀ ସାହୁ, ଉପସଭାପତି ସୁନନ୍ଦା ରାଣୀ ସାହୁ, ସଂପାଦକ ମହେଶ ବେହେରା ଓ କୋଷାଧ୍ଯକ୍ଷ ସୁଜିତ୍ କୁମାର ସାହୁ ଓ ସଦସ୍ୟ ଭାବେ ପଞ୍ଚାନନ ମହାପାତ୍ର, ଶିବପ୍ରସାଦ ସାହୁ ପ୍ରମୁଖଙ୍କୁ ଚୟନ କରାଯାଇଥିଲା । ଶେଷରେ ସଭାପତି ବୈଠକରେ ଧନ୍ୟବାଦ ଅର୍ପଣ କରିବା ସହ ବୈଠକ ସାଙ୍ଗ କରିଥିଲେ ।

0
0
0
s2sdefault