ହେଡଲାଇନସ୍:

ତିତଲି ବାତ୍ୟା ପ୍ରଭାବରେ ଫସଲ କ୍ଷୟକ୍ଷତିର କ୍ଷତିପୁରଣ ଓ ସହାୟତା ଦାବୀରେ ୫ଟି ଗ୍ରାମର ଆଦିବାସୀମାନଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଓ ଦାବିପତ୍ର ପ୍ରଦାନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ତିତଲି ବାତ୍ୟା ପ୍ରଭାବରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅଲଡା ପଞ୍ଚାୟତର ୫ଟି ଆଦିବାସୀ ଗ୍ରାମ ର ଶତାଧିକ ହେକ୍‍ଟରରେ ଲାଗିଥିବା ଫସଲ ସବୁ ଉଜୁଡି ଯାଇଛି । ସେହି ଫସଲ କ୍ଷୟକ୍ଷତିର ଉଚିତ କ୍ଷତିପୁରଣ ସାଙ୍ଗକୁ ସରକାରୀ ସହାୟତା ଯୋଗାଇଦେବା ଦାବୀରେ ୫ଟି ଗ୍ରାମର ୨୦୦ରୁ ଅଧିକ ମହିଳା ଓ ପୁରୁଷ ଉଜୁଡା ଫସଲକୁ ହାତରେ ଧରି ଏକ ପଟୁଆରରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେପହଞ୍ଚି ଘେରାଉ କରିଥିଲେ । ଓ ପରେ ତିତଲି ବିପର୍ଯ୍ୟୟ ଅଭିଯୋଗ ପ୍ରକୋଷ୍ଟରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ । ଅଲଡା ପଞ୍ଚାୟତର ନଏବ ସରପଞ୍ଚ ଗୋପାଲ ଗମାଙ୍ଗଙ୍କ ସମେତ କତାଗୁଡା, ଢେପାଗୁଡା,ଏପାମାନଗୁଡା,ଡିଡିଙ୍ଗଗୁଡା ପ୍ରଭୃତି ଗ୍ରାମର ଶତାଧିକ ସଂଖ୍ୟାରେ ଆଦିବାସୀ ମହିଳା ପୁରୁଷମାନେ ଅଭିଯୋଗରେ ଜଣାଇଛନ୍ତି ଯେ ତିତଲି ଝଡବାତ୍ୟା ପ୍ରଭାବରେ ସେମାନଙ୍କ ଚାଷ କରିଥିବା ଧାନ, ଝୁଡୁଙ୍ଗ, କାନ୍ଦୁଲ, ଜନା ପ୍ରଭୃତି ଉଜୁଡି ନଷ୍ଟ ହୋଇଯାଇଛି ।

ଏତଦ୍‍ବ୍ୟତୀତ ବଣ ପାହାଡିଆ ଅଞ୍ଚଳରେ ପୂର୍ବରୁ ଥିବା ଆମ୍ୱ, ପଣସ, ତେନ୍ତୁଳି ଓ ମହୁଲ ପ୍ରଭୃତି ଗଛରେ ସେମାନଙ୍କ ଜୀବନଜିବୀକା ହେଉଥିଲା । ତାହା ଭାଙ୍ଗି ନଷ୍ଟ ହୋଇଯାଇଛି । କାଜୁ ସମେତ ବିଭିନ୍ନ ଫସଲ ଓ ଏହି ଗୁଡିକ ପ୍ରାୟତଃ ପାହାଡିଆ ଡଙ୍ଗର ଜଙ୍ଗଲଜମିରେ ରହିଅଛି । ଏହି ସବୁ ନଷ୍ଟର ସଠିକ ଆକଳନ କରାଯାଇ ବର୍ଷ ବର୍ଷ ଧରି ଆମର ଜୀବନ ଜିବିକା ହୋଇ ରହିଥିବା ଡଙ୍ଗର ଜମିର ପଟ୍ଟା ପ୍ରଦାନ କରିବା ସହ ଉଜୁଡା ଫସଲ କ୍ଷତିପୁରଣ ଓ ସରକାରୀ ସହାୟତା ଦେବା ପାଇଁ ଏବଂ ନୂତନ ଭାବେ କାଜୁ ଗଛ ସୃଷ୍ଟି ପାଇଁ ଜିଲ୍ଲା କୃଷି ଉଦ୍ୟାନ ପକ୍ଷରୁ କାଜୁ ଗଛ ଲଗାଇବା ପାଇଁ ପଦକ୍ଷେପ ନେବା ପାଇଁ ଦାବୀ କରିଥିଲେ । ଅଲଡା ପଞ୍ଚାୟତର ମୀନାକ୍ଷୀ ଶବର କୁମାରୀ ଗମାଙ୍ଗ ଜୁଜାରୁ ଶବର ମୀନା ଶବର ସମୁନ ଶବର ପ୍ରମୁଖ ଉପରୋକ୍ତ ବିଷୟରେ ଅଭିଯୋଗ କରି କହିଥିଲେ ।

0
0
0
s2sdefault