ହେଡଲାଇନସ୍:

ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ, ବୀମା କମ୍ପାନୀ ଓ କୃଷି ଉପନିର୍ଦ୍ଦେଶକଙ୍କ ଉପରେ ବର୍ଷିଲେ ନରସିଂହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦାୟୀ ଘରୋଇ କଂପାନୀ ଚୋଳମଣ୍ଡଳମ୍ ବିରୋଧରେ ଫୌଜଦାରୀ ମାମଲା ପାଇଁ ନିର୍ଦ୍ଦେଶ

ବଲାଙ୍ଗିର,(ନିରୋଜ ମିଶ୍ର)- ସ୍ଥାନୀୟ ଜିଲ୍ଲା ପ୍ରକଳ୍ପ ପ୍ରେକ୍ଷାଳୟରେ ଏକ ସ୍ୱତନ୍ତ୍ର ଜିଲ୍ଲା ପରିଷଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାଟି ବିଶେଷ କରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଦ୍ୱିତୀୟ ଚରଣ ଏବଂ କୃଷି ବୀମାକୁ ନେଇ ହେଉଥିବା ଅନିୟମିତା ଆଲୋଚନାକୁ ନେଇ ଡକାଯାଇଥିଲା । ଦିନ ୧୦ଟା ୩୦ ମି. ରେ ହୋଇଥିବା ଏହି ସଭା ଜିଲ୍ଲା ପ୍ରକଲ୍ପ ଉନ୍ନୟନ ଅଧିକାରୀ ମହେଶ୍ୱର ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଭା ଆରମ୍ଭରେ ଗତ ମାସରେ ହୋଇଥିବା ଜିଲ୍ଲା ପରିଷଦ ସଭାରେ କୃଷିବୀମାକୁ ନେଇ ହୋଇଥିବା ନିଷ୍ପତ୍ତି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ଚାଷୀ କୌଣସି ପ୍ରକାର ସୁବିଧା ନ ପାଇଥିବାରୁ ସମସ୍ତେ କ୍ଷୋଭ ପ୍ରକାଶ କରିଥିଲେ । ବୈଠକରେ ଉପସ୍ଥିତ ଥିବା ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନସଭା ବିରୋଧି ଦଳ ନେତା ନରସିଂହ ମିଶ୍ର କୃଷିବୀମା ଚଞ୍ଚକତାକୁ ନେଇ ବିଶେଷ କ୍ଷୋଭ ପ୍ରକାଶ କରିଥିଲେ । ଫସଲ ନଷ୍ଟ ପାଇଁ ହୋଇଥିବା ବୀମା ରାଶି ଚାଷୀମାନେ ଗତ ମାର୍ଚ୍ଚମାସ ସୁଦ୍ଧା ପାଇଯିବା କଥା | କିନ୍ତୁ ଗୋଟିଏ ଫସଲ ଯାଇ ଆଉ ଗୋଟିଏ ଅମଳ ସମୟ ଆସିଯାଇଥିଲେ ମଧ୍ୟ ଚାଷୀ ଭାଇମାନେ ଫସଲ ପାଇଁ କରିଥିବା ବୀମାରାଶି ଆଜି ପର୍ଯ୍ୟନ୍ତ ପାଇନାହାନ୍ତି । ତେଣୁ ବୀମା ରାଶି ପାଇବାକୁ ନେଇ ହୋଇଥିବା ଅନିୟମିତତା ଦାୟୀ ଘରୋଇ କଂପାନୀ ଚୋଳମଣ୍ଡଳମ୍ ବୋଲି ସମସ୍ତେ ଏକ ସ୍ୱରରେ କହିଥିଲେ ଏବଂ ବିଧାୟକ ଶ୍ରୀ ମିଶ୍ର କୃଷି ବୀମା ଦାୟିତ୍ୱରେ ଥିବା ଏହି ଘରୋଇ କଂପାନୀ ବିରୁଦ୍ଧରେ ଯେତେ ଶିଘ୍ର ହେବ କୃଷି ବିଭାଗ ତଥା ଜିଲ୍ଲା ପ୍ରଶାସନ ଫୋୖଜଦାରୀ ମାମଲା ରୁଜୁ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବ ଗୃହ ସର୍ବସମ୍ମତିକ୍ରମେ ପାରିତ କରିଥିଲେ । ଏହି ପ୍ରସ୍ତାବ ଦ୍ୱାରା ଗୃହ ଦୋଷୀ ଘରୋଇ ବୀମା କଂପାନୀୀ ବିରୁଦ୍ଧରେ ଫୋୖଜଦାରୀ ମାମଲା ରୁଜୁ କରିବାକୁ ସର୍ବସମ୍ମତିକ୍ରମେ ନିର୍ଦ୍ଦେଶ ଦେଇଥିଲେ । କୃଷି ବୀମା ହେଉ କି ଚକଡା ଯେଉଁ କ୍ଷୟକ୍ଷତି ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକ ସମସ୍ୟାକୁ ଗୁରୁତର ସହ ନେଉ ନ ଥିବାରୁ ବିଧାୟକ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିବା ସହ କୃଷି ଓ କୃଷକମାନଙ୍କ ପ୍ରତି ଆଗକୁ ଅବହେଳା ନ କରିବାକୁ ଚେତାବନୀ ଦେଇଥିଲେ । ଅନେକ ଜାଗାରେ ଫସଲ କ୍ଷୟକ୍ଷତି ଆକଳନକୁ ନେଇ ସଭ୍ୟ / ସଭ୍ୟାମାନେ ଅଭିଯୋଗମାନ କରିଥିଲେ । ତେଣୁ ସଭାରେ ନିଷ୍ପତ୍ତି ହୋଇଥିଲା । କୃଷି ସମ୍ବନ୍ଧୀୟ ବୀମା ହେଉ କିମ୍ବା କ୍ଷୟକ୍ଷତି ଆକଳନ ସବୁ ପ୍ରକାର ତଥ୍ୟ ଜିଲ୍ଲା ପ୍ରଶାସନ ପାଖରେ ପହଂଚିବା କଥା ବୋଲି ସଭାରେ ନିଷ୍ପତିି ହୋଇଥିଲା । ଯେହେତୁ ଘରୋଇ କଂପାନୀ ·ଷୀଙ୍କର ·ଷ କ୍ଷୟକ୍ଷତି ର ଆକଳନ ରିପୋର୍ଟ ଯାହାକି କୃଷି, ସମବାୟ, ଷ୍ଟାଟିଟିକ୍ସ୍ ବିଭାଗ ଓ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ହୋଇଥାଏ । ସେହି ରିପୋର୍ଟକୁ ମାନୁ ନାହିଁ ତେଣୁ ଯେତେ ଶିଘ୍ର ହେବ ଏହା ଉପରେ ଦୃଢ କାର୍ଯାନୁଷ୍ଠାନ ନେବାକୁ ଗୃହରେ ନିଷ୍ପତି ହୋଇଥିଲା । ପରେ ପରେ ଏଜେଣ୍ଡା ମୁତାବକ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ଶଡକ ଯୋଜନାର ଦ୍ୱିତୀୟ ଚରଣ ପ୍ରସ୍ତାବ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା । ଏହି ଯୋଜନା ଅନୁସାରେ ଯେଉଁ ଯେଉଁ ଗ୍ରାମ୍ୟ ଶଡକ ୧୦ ବର୍ଷ ହୋଇଯାଇଥିବ ଏବଂ ସଂଲଗ୍ନ ଗ୍ରାମ ଗୁଡିକର ଜନସଂଖ୍ୟା କୁ ନେଇ ଅଞ୍ଚଳର ଉପାଦେୟତା ଥିବ ସେହି ସବୁ ଅଞ୍ଚଳର ଶଡକ କୁ ଏହି ଯୋଜନା ଅନ୍ତର୍ଗତ କେବଳ ଉନ୍ନତିକରଣ ଏବଂ ରକ୍ଷଣାବେକ୍ଷଣ କରାହେବ । ଏହି ଯୋଜନାରେ ପ୍ରତ୍ୟେକ ବ୍ଲକ ବିଛା ୧୧ ରୁ ୧୨ କିମି ରାସ୍ତା ପର୍ଯ୍ୟନ୍ତ ଉନ୍ନତିକରଣ କରାଯାଇପାରିବ । ଅନ୍ୟାନ୍ୟ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ଶଡକ ହେଉ କି ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ଶଡକ ଭିତ୍ତି ପ୍ରସ୍ତର କିମ୍ବା ଉଦ୍ଘାଟନ ସମୟରେ ଜିଲ୍ଲା ପରିଷଦମାନଙ୍କ ନାମ ମଧ୍ୟ ରହୁ ବୋଲି ସଭ୍ୟମାନେ ଦାବୀ କରିଥିଲେ । ଏଥିରେ ବିରୋଧି ଦଳ ନେତା ହସ୍ତକ୍ଷେପ କରି ମତ ଦେଇଥିଲେ ଯେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ଶଡକରେ ଯେପରି କିଛି ସ୍ୱତନ୍ତ୍ର ଗାଇଡ ଲାଇନ ଅଛି ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ଶଡକ ଯୋଜନାରେ ସେଭଳି କିଛି ଗାଇଡଲାଇନ ନାହିଁ ତେଣୁ ଏହାକୁ ନେଇ ସେ ସଚିବ ସ୍ତରରେ ଆଲୋଚନା କରି କିଛି ରାସ୍ତା ବାହାର କରିବେ ବୋଲି କହିବା ସହ ନିଜ ନିର୍ବାଚନ ମଣ୍ଡଳୀରେ ଏଣିକି ସେ ଜିଲ୍ଲା ପରିଷଦ ସଭ୍ୟ / ସଭ୍ୟାଙ୍କୁ ସରକାରୀ ସ୍ତରରେ ଉପସ୍ଥିତ ରହିବା ପାଇଁ ଚିଠି କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଆଜି ଏହି ଆଲୋଚନା ସମୟରେ ପଞ୍ଚାୟତ ସ୍ତରୀୟ କିଛି ସମସ୍ୟାକୁ ନେଇ ବିଶେଷ କରି ରାସନ କାର୍ଡ ବଣ୍ଟନ ବାବଦରେ ସଭ୍ୟମାନେ ନାରାଜ ଥିବା ଦେଖାଯାଇଥିଲା । ଏଥିରେ ଜିଲ୍ଲାପାଳ ଅରବିନ୍ଦମ ଡାକୁଆ ହସ୍ତକ୍ଷେପ କରି ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଯେମିତି ରାସନ କାର୍ଡରୁ ବଞ୍ଚôତ ନ ହେବେ ଏବଂ ଅଯୋଗ୍ୟ ହିତାଧିକାରୀଙ୍କ ବିରୁଦ୍ଧରେ ଯେପରି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇପାରିବ ସେ ଦିଗରେ ନିଶ୍ଚୟ କାମ କରିବେ ବୋଲି ଗୃହକୁ ପ୍ରତିଶୃତି ଦେଇଥିଲେ । ଶେଷରେ ଅଧ୍ୟକ୍ଷା ଭାରତୀ ମହାନନ୍ଦ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ଅଧିକାରୀମାନଙ୍କୁ ଧନ୍ୟବାଦ ଦେଇ ସଭା ଶେଷ ଘୋଷଣା କରିଥିଲେ ।

0
0
0
s2sdefault