ହେଡଲାଇନସ୍:

ଖାଦ୍ୟ ଖାଇବା ଯୋଗ୍ୟ କି ନାହିଁ ସୂଚାଇ ଦେବ ସେନ୍ସର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବେଙ୍ଗାଲୁରୁ: ଆମେ ବାହାରେ ମିଳୁଥିବା ବିଭିତ୍ତ ଖାଦ୍ୟକୁ ନେଇ ଅନେକ ସମୟରେ ଆଶଙ୍କା ଭିତରେ ଥାଉ ଏ ଖାଦ୍ୟ ଖାଇବା ଯୋଗ୍ୟ କି ନାହିଁ । ହେଲେ ଏହି ଆଶଙ୍କାକୁ ଦୂର କରିବା ପାଇଁ ବୈଷୟିକ ଜ୍ଞାନକୌଶଳ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି ମୟଙ୍କ ତିୱାରୀ । ମଧ୍ୟପ୍ରଦେଶର ଖର୍ଗୋନ୍ ନିବାସୀ ତଥା ଆଇଆଇଟି ପାଟ୍ନାରୁ କେମିକାଲ୍ ଇଞ୍ଜିନିୟରିଂରେ ବିଟେକ୍ ହାସଲ କରିଥିବା ମୟଙ୍କ ଏଭଳି ଏକ ଶସ୍ତା ଓ ପ୍ରଭାବଶାଳୀ ବାୟୋ ସେନ୍ସର ପ୍ରସ୍ତୁତ କରିଛନ୍ତି, ଯାହାକି ଖାଦ୍ୟରେ ମହଜୁଦ ବ୍ୟାକ୍ଟେରିଆ ଓ ଅନ୍ୟ ହାନୀକାରକ ପଦାର୍ଥର ଉପସ୍ଥିତି ସମ୍ପର୍କରେ ସୂଚନା ଦେଇପାରିବ । ସମ୍ପ୍ରତି ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍ ସାଇନ୍ସ ସେଣ୍ଟର ପ୍ରୋଜେକ୍ଟ ଆସିଷ୍ଟା ଭାବେ ଗବେଷଣା କରୁଥିବା ମୟଙ୍କ ନିଜ ସହଯୋଗୀ ଗବେଷିକା ସୋନମ କୁମାରୀଙ୍କ ସହ ମିଶି ଏହି ଯନ୍ତ୍ରଟି ତିଆରି କରିଛନ୍ତି । ମଧ୍ୟମବର୍ଗର ପରିବାରରୁ ଆସିଥିବା ମୟଙ୍କ କହିଛନ୍ତି ଯେ, ତାଙ୍କର ନିଜ ସହର ଖର୍ଗୋନ୍ରେ ଦୂଷିତ ଭୋଜନ କାରଣରୁ ହୋଇଥିବା ଦୁଃଖଦ ଘଟଣା ତାଙ୍କୁ ଏହି ଗବେଷଣା କରିବା ପାଇଁ ପ୍ରେରିତ କରିଥିଲା । ଖର୍ଗୋନରେ ସମାରୋହରେ ଫୁଡ୍ ପୟଜନିଂ ବା ଦୂଷିତ ଭୋଜନଜନିତ ଅସୁସ୍ଥତା କାରଣରୁ ଶହ ଶହ ସଂଖ୍ୟାରେ ଲୋକ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ତାହା ମୟଙ୍କଙ୍କୁ ବିଚଳିତ କରିଥିଲା । ତାଙ୍କ ମନକୁ ବିଚାର ଆସିଥିଲା ଯେ, ଏଭଳି ଏକ ଯନ୍ତ୍ର ନିର୍ମାଣ କରାଯିବାର ଆବଶ୍ୟକତା ଅଛି ଯାହାକି ଖାଦ୍ୟ ପରଶୁ ପରଶୁ ତାହା ଖାଇବା ଯୋଗ୍ୟ କି ନାହିଁ ସୂଚିତ କରାଇଦେବ । ପ୍ରାୟ ବର୍ଷାଧିକ କାଳ ଗବେଷଣା କରିବା ପରେ ସେ ଏହି ସେନ୍ସର ପ୍ରସ୍ତୁତ କରିଛନ୍ତି । 

ସେ କହିଛନ୍ତି ଯେ, ଏହି ସେନ୍ସରରେ ଏକ ସ୍ୱତନ୍ତ୍ର ଚିପ୍ ଲଗାଯାଇଛି ଯାହାକି ମାଇକ୍ରୋ ମିଟର ଚ୍ୟାନେଲ୍ ଉପରେ ଆଧାରିତ । ଏଥିରେ ଏକ ତରଳ ପଦାର୍ଥ ରହିଛି ଯାହାକି ଖାଦ୍ୟ କଣିକା ସମ୍ପର୍କରେ ଆସିବା ମାତ୍ରେ ରାସାୟନିକ ପ୍ରକ୍ରିୟା ଘଟିତ କରାଇ ଖାଦ୍ୟରେ ଉପସ୍ଥିତ ହାନୀକାରକ ତତ୍ତ୍ୱ ସମ୍ପର୍କରେ ସୂଚନା ଦେଇଥାଏ । କୌଣସି ପ୍ରକାର ଖାଦ୍ୟକୁ ଗରମ କରିବା ପରେ ସେଥିରୁ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ ବୋଲି ଏକ ଧାରଣା ରହିଛି । ହେଲେ ତାହା ଠିକ୍ ନୁହେଁ । ଖାଦ୍ୟକୁ ଫୁଟାଇଲେ ହୁଏତ ଏଥିରୁ ନଷ୍ଟ ହୋଇଯାଆନ୍ତି, ହେଲେ ଖାଲି ଗରମ କଲେ ତାହା ହୋଇନଥାଏ । ଖାଦ୍ୟକୁ ଗରମ କରିବା ପରେ ହିଁ ସେଥିରେ ବ୍ୟାକ୍ଟେରିଆ ଓ ଅନ୍ୟ ହାନୀକାରକ ପଦାର୍ଥ (ଟକ୍ସିକ) ରହିଥାଏ । ଦୂଷିତ ଖାଦ୍ୟର କିଛି ଅଂଶକୁ ସେନ୍ସରରେ ରଖିବା ପରେ ସେଥିରେ ରହିଥିବା ସୂଚକ ସବୁଜ ରଙ୍ଗରୁ ନୀଳ ରଙ୍ଗରେ ପରିଣତ ହୋଇଯାଏ ଓ ତାହା ସୂ·ଇ ଦେଇଥାଏ ଯେ, ଏହି ଖାଦ୍ୟ ଖାଇବା ଯୋଗ୍ୟ ନୁହେଁ । ଅଧିକ ସତର୍କତା ପାଇଁ ଖାଦ୍ୟର କିଛି ଅଂଶକୁ ପାଣିରେ ଫୁଟାଇ ତାକୁ ପୁଣି ଏହି ସେନ୍ସରରେ ଯା କରାଯାଇପାରିବ । ମୟଙ୍କ କହିଛନ୍ତି ଯେ, ଏହି ସେନ୍ସରର କ୍ଷମତା ୫୯ ନାନୋଗ୍ରାମ୍ ପ୍ରତି ମିଲିମିଟର । ଏଥିରେ ରହିଥିବା ଚ୍ୟାନେଲ୍ରେ ବ୍ୟବହୃତ ମାଇକ୍ରୋ ଫ୍ଲୁଇଡରେ ଖାଦ୍ୟ ପଦାର୍ଥକୁ ଛୁଆଁ ଯାଇଥାଏ । ଯାହାକି ଖାଦ୍ୟ ଦୂଷିତ କି ଖାଇବା ଯୋଗ୍ୟ ତାହା ପ୍ରମାଣିତ ହୋଇଯାଇଥାଏ । ସେନ୍ସରଟି ତିଆରି କରିବା ପାଇଁ ୪ ହଜାର ଟଙ୍କା ଖର୍ଚ୍ଚ ଆସିଛି । ଏହି ସେନ୍ସରର ବହୁବାର ପ୍ରୟୋଗ କରାଯାଇପାରିବ ବୋଲି ସେ କହିଛନ୍ତି । ମୟଙ୍କ ଏହି ଗବେଷଣା ବିଭିତ୍ତ ଅନ୍ତରାଷ୍ଟ୍ରୀୟ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି । ମୟଙ୍କଙ୍କ ଗାଇଡ୍ ପ୍ରଳୟ ଦାସ ତାଙ୍କୁ ଏହି ଗବେଷଣାରେ ମାର୍ଗଦର୍ଶନ କରିଛନ୍ତି । ବଡ଼ ବଡ଼ ସହରରେ ବିଭିତ୍ତ ସାମୂହିକ ଭୋଜନ ପାଇଁ ଖାଦ୍ୟପଦାର୍ଥର ଗୁଣବ । ଯା କରିବାର ବ୍ୟବସ୍ଥା ରହିଥାଏ । ହେଲେ ଛୋଟ ଛୋଟ ସହରରେ ଏଭଳି ଯା ବ୍ୟବସ୍ଥା ସମ୍ଭବ ନୁହେଁ । ଛୋଟ ଛୋଟ ସହର ଓ ଗାଁ ଗହଳରେ ସ୍କୁଲ୍ମାନଙ୍କରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ଗୁଣବ । ଯା କରିବା ପାଇଁ ଓ ଫୁଡ୍ ପୟଜନିଂ ଭଳି ଅଘଟଣକୁ ରୋକିବା ପାଇଁ ଏହି ସ୍ୱଦେଶୀ ସେନ୍ସର ଯଥେଷ୍ଟ ପ୍ରଭାବଶାଳୀ ହେବ ବୋଲି ମୟଙ୍କ କହିଛନ୍ତି ।

0
0
0
s2sdefault