ହେଡଲାଇନସ୍:

ଦିବାକର ବିଜେଡି ପୁରୀ ଜିଲ୍ଲା ସଭାପତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ (ଅନିମେଶ ପଟ୍ଟନାୟକ) : ସୋମବାର ପୁରୀ ଜିଲ୍ଲା ବିଜୁ ଜନତା ଦଳ ର ସଭାପତି ଭାବେ ଦିବାକର ପାତ୍ର (ବାବୁ )ଙ୍କୁ ନିଯୁକ୍ତି କରାଯାଇଛି । ବାବୁ ପୂର୍ବରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରହି ସାରିଛନ୍ତି । ତାଙ୍କୁ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି । ଏ ସମ୍ପର୍କରେ ଦଳପକ୍ଷରୁ ପ୍ରେସ ରିଲିଜ କରାଯାଇଛି । ଏହି ନିଯୁକ୍ତି ଫଳରେ ଜିଲ୍ଲାରେ ଉପୁଜିଥିବା ସଭାପତି ପଦ ସମସ୍ୟା ର ସମାଧାନ ହୋଇପାରିଛି । ଜିଲ୍ଲା ର ୧୧ ବ୍ଲକ ରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି । ନିର୍ବାଚନ ସମୟରେ ଏହି ପଦବୀ ର ବହୁତ ଗୁରୁତ୍ୱ ରହିଛି । ବାବୁ ଙ୍କ ରାଜନୈତିକ ଗୁରୁ ସ୍ବର୍ଗତ ମହେଶ୍ୱର ମହାନ୍ତିଙ୍କ ପରେ ତାଙ୍କ ଶିଷ୍ୟ ଏହି ପଦବୀ ଅଳଙ୍କୃତ କଲେ ବୋଲି ଆଲୋଚନା ହେଉଛି ।

0
0
0
s2sdefault